ଶାରଜା: ଅଣ୍ଡର-19 ବିଶ୍ବକପ ଷ୍ଟାର ଯସଶ୍ବୀ ଜସୱାଲ ଆଇପିଏଲ 2020ରେ ଆଜି ମ୍ୟାଚରେ ଡେବ୍ୟୁ କରିଛନ୍ତି । ଚେନ୍ନାଇ ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରୁଛନ୍ତି ଯଶସ୍ବୀ । ତେବେ ଡେବ୍ୟୁ ପୂର୍ବରୁ ତାଙ୍କର ଏହି କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି ।
-
Youngster Yashasvi Jaiswal respect for @Msdhoni#CSKvsRR #MSDhoni #Csk #Whistlepodu #RRvCSK #RRvsCSK #CSKvRR #RajasthanRoyals #yashasvijaiswal pic.twitter.com/bLQxqu9wMp
— Oyepick (Cricket Analyst) (@oyepick) September 22, 2020 " class="align-text-top noRightClick twitterSection" data="
">Youngster Yashasvi Jaiswal respect for @Msdhoni#CSKvsRR #MSDhoni #Csk #Whistlepodu #RRvCSK #RRvsCSK #CSKvRR #RajasthanRoyals #yashasvijaiswal pic.twitter.com/bLQxqu9wMp
— Oyepick (Cricket Analyst) (@oyepick) September 22, 2020Youngster Yashasvi Jaiswal respect for @Msdhoni#CSKvsRR #MSDhoni #Csk #Whistlepodu #RRvCSK #RRvsCSK #CSKvRR #RajasthanRoyals #yashasvijaiswal pic.twitter.com/bLQxqu9wMp
— Oyepick (Cricket Analyst) (@oyepick) September 22, 2020
ମ୍ୟାଚ ପୂର୍ବରୁ ବିପକ୍ଷ ଦଳ ଅଧିନାୟକ ତଥା ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ହାତ ଯୋଡି ନମସ୍କାର କରିଛନ୍ତି ଯସଶ୍ବୀ । ଧୋନିଙ୍କୁ ନିଜ ପ୍ରେରଣା ବୋଲି ମାନୁଥିବା ଯସଶ୍ବୀ ଆଜି ତାଙ୍କ ବିପକ୍ଷରେ ଖେଳି ବେଶ ଖୁସି ଅନୁଭବ କରିଛନ୍ତି ବୋଲି କହିଛନ୍ତି ।
ତେବେ ଅଣ୍ଡର-19 ବିଶ୍ବକପ ସହ ଯସଶ୍ବୀ ଅଣ୍ଡର-23 CK ନାଇଡୁ ଟ୍ରଫିରେ ମଧ୍ୟ ଶାନଦାର ପ୍ରଦର୍ଶନ କରିଛନ୍ତି । ତେବେ ତାଙ୍କ ସ୍ଥିର ପ୍ରଦର୍ଶନ ପାଇଁ ତାଙ୍କୁ ରାଜସ୍ଥାନ ରୟାଲ୍ସ ଚଳିତ ସିଜିନ ପାଇଁ 2.4 କୋଟି ଟଙ୍କାରେ କିଣିଥିବା ବେଲେ ପ୍ରଥମ ମ୍ୟାଚରେ ଚୁଡାନ୍ତ ଏକାଦଶରେ ସ୍ଥାନ ଦେଇଛି । ସେହିପରି ଆଜିର ମ୍ୟାଚରେ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ସହ ମଧ୍ୟ ଓପନ କରିଛନ୍ତି ଯସଶ୍ବୀ ।
ଚଳିତ ବର୍ଷ ଅଣ୍ଡର-19 ବିଶ୍ବକପରେ ଜସୱାଲ 5ଟି ଅର୍ଦ୍ଧଶତକୀ ପାଳି ଓ ଗୋଟିଏ ଶତକୀୟ ପାଳି ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ରହିଥିଲେ । ସେହିପରି ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପାଇଁ 203 ମାରିବା ପରେ ସେ ଦୁନିଆର ସର୍ବ କନିଷ୍ଠ ତାଲିକାରେ ଡବଲ୍ ସେଞ୍ଚୁରିଅନ୍ ଭାବେ ଖ୍ୟାତି ଲାଭ କରିଥିଲେ ।