ETV Bharat / sports

ଆଇପିଏଲ ସମର: ଆଜି ଡିଫେଣ୍ଡିଂ ଚମ୍ପିଆନକୁ ଭେଟିବ ଦୁଇଥରର ଚମ୍ପିଆନ - MI vs KKR

ପ୍ରଥମ ମ୍ୟାଚ ପରାଜୟର ବଦଲା ନେବାକୁ ଆଜି ପଡିଆକୁ ଓହ୍ଲାଇବ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ । ସେପଟେ ଚଳିତ ସିଜନର ପ୍ରଥମ ମ୍ୟାଚକୁ ବି କବଜା କରିବାକୁ ତୟାର ଦୁଇଥରର ଚମ୍ପିଆନ କୋଲକତା ନାଇଟରାଇଡର୍ସ । ଆବୁଧାବିର ଶେଖ ଜୟଦ ଷ୍ଟାଡିୟମରେ ଖେଳାଯିବ ଲିଗର 5ମ ମ୍ୟାଚ । ଆଉ ମ୍ୟାଚକୁ ନେଇ ଉତ୍ସାହିତ ଉଭୟ ଟିମର ଫ୍ୟାନ୍ସ ।

ଆଇପିଏଲ 2020: ଡିଫେଣ୍ଡିଂ ଚମ୍ପିଆନକୁ ଭେଟିବ ଦୁଇଥରର ଚମ୍ପିଆନ

author img

By

Published : Sep 23, 2020, 3:14 PM IST

Updated : Sep 23, 2020, 4:20 PM IST

ହାଇଦ୍ରାବାଦ: ବଢୁଛି ଆଇପିଏଲ ଫିଭର । ସୁପର ଓଭର ତଡକା ଓ ସୁପର ସିକ୍ସର କମାଲ ପରେ ଆଜି ମ୍ୟାଚରେ ବି ରହିଛି ହାଇ ଭୋଲ୍ଟେଜ ଲଢେଇ । ହେବ ଜବରଦସ୍ତ ଟକ୍କର‌ । ପ୍ରଥମ ମ୍ୟାଚ ପରାଜୟର ବଦଲା ନେବାକୁ ପଡିଆକୁ ଓହ୍ଲାଇବ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ । ସେପଟେ ଚଳିତ ସିଜନର ପ୍ରଥମ ମ୍ୟାଚକୁ ବି କବଜା କରିବାକୁ ତୟାର ଦୁଇଥରର ଚମ୍ପିଆନ କୋଲକାତା ନାଇଟରାଇଡର୍ସ । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ ଲିଗର 5ମ ମ୍ୟାଚ । ଆଉ ମ୍ୟାଚକୁ ନେଇ ଉତ୍ସାହିତ ଉଭୟ ଟିମର ଫ୍ୟାନ୍ସ ।

ଗତକାଲିର ହାଇଭୋଲ୍ଟେଜ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ 16 ରନରେ ମାତ ଦେଇଛି ରାଜସ୍ଥାନ ରୟାଲ୍ସ । ଆଉ ଏହି ହାଇ ସ୍କୋରିଂ ମ୍ୟାଚ ପରେ ଆଜି ଖେଳାଯିବ ସିଜିନର 5ମ ମ୍ୟାଚ । ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ନିଜର ପ୍ରଥମ ମ୍ୟାଚରେ ଭେଟିବ କୋଲକାତା ନାଇଟ ରାଇଡର୍ସ ।

ଆଇପିଏଲ ସମର

ଯଦି ପୂର୍ବ ରେକର୍ଡ ଉପରେ ନଜର ପକାଇବା, ଆଜି ମ୍ୟାଚ ପାଇଁ ମୁମ୍ବାଇର ପଲ୍ଲା ଭାରି ନଜର ଆସୁଛି । କାରଣ ଦୁଇ ଦଳ ମଧ୍ୟରେ ଖେଳାଯାଇଛି ମୋଟ 25ଟି ମ୍ୟାଚ । କେକେଆର 6ଟି ଜିତିଥିବାବେଳେ 19ଟି ମ୍ୟାଚ ଉପରେ କବଜା କରିଛି ମୁମ୍ବାଇ ।

ଆଇପିଏଲ ସମର
ଆଇପିଏଲ ସମର

ସେପଟେ ପ୍ରଥମ ମ୍ୟାଚ ପରାଜୟ ପରେ ମୁମ୍ବାଇ ଏକଦାଶରେ ଆଜି ଆସିପାରେ ଅନେକ ପରିବର୍ତ୍ତନ । ତେବେ ଦଳ ପାଖରେ ରହିଛି ଅଧିନାୟକ ରୋହିତ ଶର୍ମା, ଦକ୍ଷିଣ ଆଫ୍ରିକୀୟ ୱିକେଟ କିପର-ବ୍ୟାଟ୍ସମ୍ୟାନ କ୍ବାଣ୍ଟିନ ଡି କକ୍‌, ସୌରଭ ତୀୱାରି, କିରଣ ପୋଲାର୍ଡ, ପାଣ୍ଡ୍ୟା ବ୍ରଦର୍ସଙ୍କ ପରି ପାୱାର ହିଟଂ କ୍ଷମତା । ସେହିପରି ଯଦି କେକେଆର ଦଳ ଉପରେ ନଜର ପକାଇବା, ଦଳର ପାୱାର ହାଉସ ଆଣ୍ଡ୍ରୁ ରସେଲ, ସୁନିଲ ନାରିଣ, ଇୟନ ମୋର୍ଗାନ, ଶୁଭମନ ଗିଲ, ଟମ ବାଣ୍ଟନଙ୍କ ପରି ଶାନଦର ଖେଳାଳି ମଧ୍ୟ କେକେଆର ପାୱାର ହାଉସ ସାଜିବେ । ତେବେ ଆଜିର ମ୍ୟାଚରେ ମୁମ୍ବାଇର ବୋଲିଂ ଆଟକ ଓ କେକେଆର ପାୱାର ହିଟିଂ ମଧ୍ୟରେ ଦେଖିବାକୁ ମିଳିବ ଏକ ଜବରଦସ୍ତ ମୁକାବିଲା ।

ଗତ ବର୍ଷ ଏକ ନିରାଶଜନକ ଆଇପିଏଲ୍ ପରେ, କେକେଆର ସେମାନଙ୍କ ବୋଲିଂ ଆକ୍ରମଣକୁ ବଢାଇବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଦଳରେ ଯୋଡି ହେଲେ ଅଭିଜ୍ଞ ପ୍ୟାଟ୍ କମିନ୍ସ, ଲକି ଫର୍ଗୁସନ୍, କମଲେଶ ନାଗାର୍କୋଟି, ଏବଂ ଶିବମ୍ ମାଭିଙ୍କ ଭଳି ଅଭିଜ୍ଞ ପେସର ।

ସ୍କ୍ବାଡ୍:

  • ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ସେରଫନ ରଦରଫୋର୍ଡ, ସୂର୍ଯ୍ୟକୁମାର ଯାଦବ, ଅନମୋଲପ୍ରୀତ ସିଂ, କ୍ରିସ ଲିନ, ସୌରଭ ତିୱାରୀ, ଇଶାନ କିଶନ (ୱିକେଟ କିପର), କ୍ୱିଣ୍ଟନ ଡି କକ, ଆଦିତ୍ୟ ତର (ୱକ), ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ , କ୍ରୁନାଲ ପାଣ୍ଡ୍ୟା, ଅନୁକୁଲ ରୟ, ଧୱଲ କୁଲକର୍ଣ୍ଣି, ଜସପ୍ରୀତ ବୁମରା, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ମୋହସିନ୍ ଖାନ୍, ପ୍ରିନ୍ସ ବଲୱନ୍ତ ରାୟ ସିଂ, ଡିଜିଭାଇ ଦେଶମୁଖ, ଜୟନ୍ତ ଯାଦବ, ନାଥନ୍ କୁଲଟର-ନୀଳ, ଜେମ୍ସ ପାଟିନ୍ସନ୍ ।
  • କେକେଆର: ଦିନେଶ କାର୍ତ୍ତିକ(ଅଧିନାୟକ) ଆଣ୍ଡ୍ରୁ ରସେଲ, ସୁନିଲ ନାରିଣ, ଇୟନ ମୋର୍ଗାନ, ଶୁଭମନ ଗିଲ, ଟମ ବାଣ୍ଟନ, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ନିତୀଶ ରାଣା, ରିଙ୍କୁ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ସନ୍ଦୀପ ୱାରିୟର, ଅଲ୍ଲୀ ଖାନ, ଶିଭମ ମାଭି, ସିଦ୍ଧାର୍ଥ ଲାର୍ଡ, ପ୍ୟାଟ୍ କମିନ୍ସ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ଏମ ସିଦ୍ଧାର୍ଥ, ନିଖିଲ ନାୟକ, ଏବଂ କ୍ରିସ୍ ଗ୍ରୀନ୍

Last Updated : Sep 23, 2020, 4:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.