ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡର ପୂର୍ବତନ କ୍ୟାପଟେନ ମାଇକେଲ ଭନଙ୍କ ପ୍ରଶଂସା । ଯାଦବ ସ୍ପିନ ବୋଲିଂକୁ ସଫଳ ମୁକାବିଲା କରୁଥିବା ବର୍ତ୍ତମାନ ସମୟରେ ବିଶ୍ବରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ବୋଲି କହିଛନ୍ତି ଭେଟେରାନ ଭନ ।
-
Suryakumar Yadav is as good a player of Spin as anybody in the world right now ... #IPL2020
— Michael Vaughan (@MichaelVaughan) November 5, 2020 " class="align-text-top noRightClick twitterSection" data="
">Suryakumar Yadav is as good a player of Spin as anybody in the world right now ... #IPL2020
— Michael Vaughan (@MichaelVaughan) November 5, 2020Suryakumar Yadav is as good a player of Spin as anybody in the world right now ... #IPL2020
— Michael Vaughan (@MichaelVaughan) November 5, 2020
ସୂର୍ଯ୍ୟକୁମାର ଯାଦବ ଗୁରୁବାର ଆଇପିଏଲରେ ଦ୍ବାଦଶ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ଶର୍ମା ଶୂନରେ ଆଉଟ ହେବାପରେ, ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଂନିସକୁ ସମ୍ଭାଳିଥିଲେ ସୂର୍ଯ୍ୟ । ତେବେ ସ୍ପିନ ବୋଲିଂକୁ ସଫଳ ଭାବେ ମୁକାବିଲା ପାଇଁ ସୂର୍ଯ୍ୟଙ୍କ ପାଖରେ ଥିବା ବ୍ୟାଟିଂ ଦକ୍ଷକ୍ଷାର ଉଚ୍ଚ ପ୍ରଶଂସା କରିଛନ୍ତି ଭନ । ଟ୍ବିଟ ଯୋଗେଁ ବର୍ତ୍ତମାନ ସମୟରେ ବିଶ୍ବରେ ଅନ୍ୟତମ ଶ୍ରେଷ୍ଠ ସ୍ପିନ ଖେଳାଳି ବୋଲି କହିବା ସହ ଏହି ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ପ୍ରଶଂସା କରିଛନ୍ତି ଭନ ।
ଦିଲ୍ଲୀ ବିପକ୍ଷ ମ୍ୟାଚରେ ଜଶପ୍ରୀତ ବୁମରା 4ଟି ୱିକେଟ ଅକ୍ତିଆର କରି 57 ରନରେ ମୁମ୍ବାଇକୁ ବିଜୟୀ କରାଇଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଟିମ ଭାବେ ଆଇପିଏଲ 2020ର ଫାଇନାଲରେ ପହଞ୍ଚିସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ