ETV Bharat / sports

ଆଇପିଏଲ 2020: ସୁପରକିଙ୍ଗ୍ସ ପାଇଁ କର ବା ମର, ସାମ୍ନାରେ ମୁମ୍ବାଇ

ଚଳିତ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେ-ଅଫ ଆଶା କ୍ଷୀଣ ରହିଛି ।

author img

By

Published : Oct 23, 2020, 4:07 PM IST

Updated : Oct 23, 2020, 8:16 PM IST

IPL 2020: Struggling CSK to face arch-rivals MI in do-or-die battle
ଆଇପିଏଲ 2020: ସୁପରକିଙ୍ଗ୍ସ ପାଇଁ କର ବା ମର, ସାମ୍ନାରେ ମୁମ୍ବାଇ

ଶାରଜାହ: ଚଳିତ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେ-ଅଫ ଆଶା କ୍ଷୀଣ ରହିଛି । ମାତ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ କୋଲକାତା ନାଇଟ ରାଇଡର୍ସର ପରାଜୟ ସାମାନ୍ୟ ଆଶା ସଞ୍ଚାର କରିଛି । ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ସୁପର କିଙ୍ଗ୍ସର ମୁକାବିଲା ରହିଛି । ଫଳରେ ଏହି ମ୍ୟାଚରେ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ଖେଳିବ ସିଏସକେ ।

10ଟି ମ୍ୟାଚରୁ 6 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ । ଫଳରେ ଅବଶିଷ୍ଟ ସମସ୍ତ ମ୍ୟାଚରେ ବିଜୟ ସହ ଅନ୍ୟ ମ୍ୟାଚ ଗୁଡିକର ଫଳାଫଳ ଦଳ ସପକ୍ଷରେ ହୋଇପାରିଲେ ପ୍ଲେ-ଅଫରେ 4ର୍ଥ ଟିମ ଭାବେ ସ୍ଥାନ ଅର୍ଜନ କରିବାର ଆଶା ରହିଛି ।

ଆଇପିଏଲ 2020ର ଉଦ୍ଘାଟନୀ ମ୍ୟାଚରେ ମୁମ୍ବାଇ ସହ ମୁହାମୁହିଁ ହୋଇଥିଲା ଚେନ୍ନାଇ । ଏହି ମ୍ୟାଚରେ ଧୋନି ଧୁରନ୍ଦରଙ୍କୁ ବିଜୟ ମିଳିଥିଲା । ମାତ୍ର ଏହାପରେ, ଚଳିତ ଟୁର୍ଣ୍ଣାମେଣ୍ଟରେ ସିଏସକେ ପାଇଁ କିଛି ବି ଠିକ ହୋଇନାହିଁ । ଏପରିକି ଅଭିଜ୍ଞ ଅଲରାଉଣ୍ଡର ଡ୍ବାଇନ ବ୍ରାଭୋ ମଧ୍ୟ ଅବିଶିଷ୍ଟ ଟୁର୍ଣ୍ଣାମେଣ୍ଟରୁ ଆହତ କାରଣରୁ ବାଦ ପଡିଛନ୍ତି ।

ଫାଫ ଡୁପ୍ଲେସିସ, ସେନ ୱାଟସନ, କ୍ୟାପଟେନ ମହେନ୍ଦ୍ର ସିଂ ଧୋନି, ଅମ୍ବାତି ରାୟୁଡୁଙ୍କ ଉପରେ ପୁନର୍ବାର ଦଳର ବ୍ୟାଟିଂ ବାର ରହିବ । ବ୍ରାଭୋଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଉପରେ ମଧ୍ୟକ୍ରମ ବ୍ୟାଟିଂ ବାର ରହିବ ।

ବୋଲିଂ ବିଭାଗ ଶାର୍ଦ୍ଦୁଳ ଠାକୁର, ଦୀପକ ଚହର ଓ ଜସ ହେଜଲଉଡଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ଇମ୍ରାନ ତାହିର ଏହି ମ୍ୟାଚରେ ସ୍ଥାନ ପାଇବା ସମ୍ଭାବନା ରହିଛି ।

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଖେଳିଥିବା ପୂର୍ବ ମ୍ୟାଚରେ, କିଙ୍ଗ୍ସ ଇଲେଭେନ ପଞ୍ଜାବ ଠାରୁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପରାସ୍ତ ହୋଇଥିଲା । ଫଳରେ ବିଜୟ ଟ୍ରାକକୁ ଫେରିବାକୁ ଚାହିଁବ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ।

କ୍ବିଣ୍ଟନ ଡିକକ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ଓ କ୍ୟାପଟେନ ରୋହିତ ଶର୍ମାଙ୍କୁ ନେଇ ଟପ ଅର୍ଡର ବ୍ୟାଟିଂକ୍ରମ ମଝବୁତ ରହିଛି । ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁଣାଳ ପାଣ୍ଡ୍ୟା ଓ କିରଣ ପୋଲାର୍ଡଙ୍କୁ ନେଇ ଶକ୍ତିଶାଳୀ ମଧ୍ୟକ୍ରମ ବ୍ୟାଟିଂ ମଧ୍ୟ ରହିଛି । ବୋଲିଂ ବିଭାଗରେ ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ଫର୍ମରେ ରହିଛନ୍ତି ।

ଫଳରେ ଆଜିର ମ୍ୟାଚରେ କଡା ସଂଘର୍ଷ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 23, 2020, 8:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.