ଦୁବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଆଜି (ଗୁରୁବାର) ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ । 40ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା । ତେବେ ଏହି ମ୍ୟାଚ ରାଜସ୍ଥାନ ରୟାଲ୍ସ ପାଇଁ କର ବା ମର ହୋଇଛି । ଷ୍ଟିଭ ସ୍ମିଥଙ୍କ ରୟାଲ୍ସ ଟିମର ପ୍ଲେ-ଅଫ ପର୍ଯ୍ୟାୟକୁ ଉନ୍ନୀତ ଆଶା କ୍ଷୀଣ ରହିଛି । ଏହି ମ୍ୟାଚରେ ବିଜୟ, ପଏଣ୍ଟ ଟେବୁଲର ଉପରକୁ ଉଠିବା ସହ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବା ସମ୍ଭାବନାକୁ ଉଜ୍ଜୀବିତ ରଖିବ । ଫଳରେ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ରାଜସ୍ଥାନ ।
ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ 6 ପଏଣ୍ଟ ସହ ପଏଣ୍ଟ ଟେବୁଲର 7ମ ସ୍ଥାନରେ ରହିଛି । ଏହି ମ୍ୟାଚରେ ବିଜୟ ସହ 5ମ ସ୍ଥାନକୁ ଲମ୍ଫ ପ୍ରଦାନ କରିବା ଲକ୍ଷ୍ୟରେ ରହିବ ଡେଭିଡ ୱାର୍ଣ୍ଣରଙ୍କ ଅରେଞ୍ଜ ଆର୍ମୀ । ବ୍ୟାଟିଂରେ ବେନ ଷ୍ଟୋକ୍ସ, ସଞ୍ଜୁ ସାମସନ ଓ ରବିନ ଉଥାପ୍ପାଙ୍କ ପ୍ରଦର୍ଶନ ରାଜସ୍ଥାନ ପାଇଁ ମହତ୍ବପୂର୍ଣ୍ଣ ରହିବ । ପରେ କ୍ୟାପଟେନ ସ୍ମିଥ ଓ ବଟଲରଙ୍କ ଠାରୁ ପୂର୍ବ ମ୍ୟାଚ ପରି ପ୍ରଭାବୀ ପ୍ରଦର୍ଶନ ଆଶା ରହିବ । କର ବା ମର ମ୍ୟାଚରେଯୁବ ଖେଳାଳି ରିଆନ ପରାଗ ଓ ରାହୁଲ ତେୱାତିଆଙ୍କ ଠାରୁ ଅନ୍ୟ ଏକ ମ୍ୟାଚ ବିଜୟ ଇଂନିସ ମଧ୍ୟ ଆଶା ରଖିବ ଟିମ ।
31ଟି ମ୍ୟାଚରୁ 39 ୱିକେଟ ସହ ରାଜସ୍ଥାନର ସର୍ବାଧିକ ୱିକେଟ ହାସଲକାରୀ ବୋଲର ଜୋଫ୍ରା ଆର୍ଚରଙ୍କ ଉପରେ ପୁନଃ ବୋଲିଂ ବିଭାଗ ନିର୍ଭର କରିବ । ଶ୍ରେୟସ ଗୋପାଳ, ଅଙ୍କିତ ରାଜପୁତ ଓ କାର୍ତ୍ତିକ ତ୍ୟାଗୀଙ୍କୁ ମଧ୍ୟ ଶ୍ରେଷ୍ଠ ପଦର୍ଶନ କରିବାକୁ ହେବ ।
ଅନ୍ୟପଟେ 2016 ସଂସ୍କରଣର ଆଇପିଏଲ ଚମ୍ପିଆନ ହାଇଦ୍ରାବାଦକୁ କେବଳ ବିଜୟ ହିଁ ଟୁର୍ଣ୍ଣାମେଣ୍ଟରେ ସୁରକ୍ଷିତ ରଖିପାରିବ । ପ୍ଲେ-ଅଫ୍ ସ୍ଥାନ ପାଇଁ ନିଶ୍ଚିନ୍ତ ବିଜୟ ଆବଶ୍ୟକ ସହ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଟିମ ପାଖରେ ରହିଛି ଶେଷ ସୁଯୋଗ । ଜନ୍ନି ବେୟାରଷ୍ଟୋ, ମନିଷ ପାଣ୍ଡେ ଓ କେନ ୱିଲିୟମସନଙ୍କ ଉପରେ ବ୍ୟାଟିଂ ଭାର ରହିବ । ତେବେ କେନ ୱିଲିୟମସନଙ୍କ ଆହତ ଟିମ ପାଇଁ ଚିନ୍ତାର କାରଣ ହୋଇଛି । ଯୁବ ଖେଳାଳି ଅବଦୁଲ ସମାଦ ଓ ବିଜୟ ଶଙ୍କରଙ୍କୁ ମଧ୍ୟ ଏହି ମ୍ୟାଚରେ କମାଲ କରିବାକୁ ହେବ । ଷ୍ଟାର ସ୍ପିନର ରସିଦ ଖାନ 55ଟି ମ୍ୟାଚରୁ 66 ୱିକେଟ ସହ ହାଇଦ୍ରାବାଦର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । ଫଳରେ ଆଜି ଖେଳାଯିବାକୁ ଥିବା ରାଜସ୍ଥାନ ବିପକ୍ଷ ମ୍ୟାଚରେ ରସିଦଙ୍କ ଠାରୁ ବିଜୟ ପ୍ରଦର୍ଶନ ଆଶା ରହିଛି ।
![IPL 2020: SRH to face RR in a do-or-die battle](https://etvbharatimages.akamaized.net/etvbharat/prod-images/1601145638_sunrisers-hyderabad_2210newsroom_1603331726_757.jpg)
ସ୍କ୍ବାଡ:
ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (କ୍ୟାପଟେନ), ଅଭିଷେକ ଶର୍ମା, ବେସିଲ ଥାମ୍ପି, ଭୁବନେଶ୍ୱର କୁମାର, ବିଲି ଷ୍ଟାନଲେକ, ଜନି ବେୟାରଷ୍ଟୋ, କେନ ୱିଲିୟମସନ, ମନୀଷ ପାଣ୍ଡେ, ମହମ୍ମଦ ନବି, ରସିଦ ଖାନ, ସନ୍ଦୀପ ଶର୍ମା, ଶାହବାଜ ନାଡିମ, ଶ୍ରୀଭତ୍ସ ଗୋସ୍ୱାମୀ , ଟି ନଟରାଜନ୍, ବିଜୟ ଶଙ୍କର, ରିଦ୍ଧିମାନ ସାହା, ବିରାଟ ସିଂ, ପ୍ରିୟମ ଗର୍ଗ, ଜେସନ ହୋଲ୍ଡର, ସନ୍ଦୀପ ବାୱଙ୍କା, ଫାବିଏନ୍ ଆଲେନ୍, ଅବଦୁଲ ସମାଦ, ସଞ୍ଜୟ ଯାଦବ ।
ରାଜସ୍ଥାନ ରୟାଲ୍ସ: ରବିନ ଉଥାପ୍ପା, ବେନ ଷ୍ଟୋକ୍ସ, ସଞ୍ଜୁ ସାମସନ(ୱିକେଟ କିପର), ଷ୍ଟିଭେନ ସ୍ମିଥ(କ୍ୟାପଟେନ), ଜସ ବଟଲର, ରିଆନ ପରାଗ, ରାହୁଲ ତେୱାତିଆ, ଜୋଫ୍ରା ଆର୍ଚର, ଶ୍ରେୟସ ଗୋପାଳ, ଅଙ୍କିତ ରାଜପୁତ, କାର୍ତ୍ତିକ ତ୍ୟାଗୀ, ବରୁଣ ଆରୋନ, ଜୟଦେବ ଉନତକତ, ଡେଭିଡ ମିଲର, ଅନିରୁଦ୍ଧ ଜୋଷୀ, ମନନ ବୋହରା, ଟମ କରନ, ଆଣ୍ଡ୍ରେ ଟାଇ, ଶଶାଙ୍କ ସିଂ, ମହିପାଲ ଲୋମରର, ଓସାନେ ଥୋମାସ, ମୟଙ୍କ ମାର୍କଣ୍ଡେ, ଅନୁଜ ରାୱତ, ଜଶସ୍ବୀ ଜୟଶ୍ବାଲ, ଆକାଶ ସିଂ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ