ETV Bharat / sports

ଆଇପିଏଲ 2020: ସୁପରଓଭରରେ ମୁମ୍ବାଇକୁ ମାତ୍‌ ଦେଲା ବାଙ୍ଗାଲୋର - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଚଳିତ ସଂସ୍କରଣରେ ପୁଣି ଫ୍ୟାନ୍ସଙ୍କୁ ଦେଖିବାକୁ ମିଳିଛି ସୁପରଓଭର । ବାଙ୍ଗାଲୋର ଟିମ ସୁପରଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍‌ ଦେଇଛି ।

ଆଇପିଏଲ 2020: ସୁପରଓଭରରେ ମୁମ୍ବାଇକୁ ମାତ୍‌ ଦେଲା ବାଙ୍ଗାଲୋର

author img

By

Published : Sep 29, 2020, 8:39 AM IST

ଦୁବାଇ: ଚଳିତ ଆଇପିଏଲର 10ମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ସୁପର ଓଭରରେ ମାତ୍‌ ଦେଇଛି । ଏହି ରୋମାଞ୍ଚକର ମ୍ୟାଚରେ ପ୍ଲେଟାର ଅଫ ଦି ମ୍ୟାଚ ହୋଇଛନ୍ତି ଏବି ଡିଭିଲିୟର୍ସ ।

ଆଇପିଏଲ 2020: ସୁପରଓଭରରେ ମୁମ୍ବାଇକୁ ମାତ୍‌ ଦେଲା ବାଙ୍ଗାଲୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଂନିସ

ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 3ଓ୍ବିକେଟ ବିନିମୟରେ 201 ରନ୍‌ କରିଥିଲା । ତେବେ ମୁମ୍ବାଇ ଇଣ୍ଡିଆନ୍ସ 202ରନ୍‌ର ଟାର୍ଗେଟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ହରାଇ 201ରନ ସଂଗ୍ରହ କରିବାରୁ ମ୍ୟାଚ ଟାଇ ହୋଇଥିଲା । ତେବେ ଅନ୍ତିମ ଫଳ ପାଇଁ ସୁପରଓଭର ଖେଳାଯାଇଥିଲା । ଏହି ସୁପରଓଭରରେ ମୁମ୍ବାଇ ପକ୍ଷରୁ କିରଣ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ପାଇଁ ଗ୍ରାଉଣ୍ଡକୁ ଆସିଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ଇଂନିସ

କିନ୍ତୁ ନବଦୀପ ସାଇନିଙ୍କ ବୋଲିଂରେ ମାତ୍ର 7ରନ୍‌ ହାସଲ କରିଥିଲା ମୁମ୍ବାଇ । ଏହାର ଜବାବରେ ଆରସିବି ପକ୍ଷରୁ ଏବି ଡିଭିଲିୟର୍ସ ଓ କୋହଲି ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ବୁମରାହଙ୍କ ପ୍ରଥମ 3 ବଲ୍‌ରୁ 2ରନ୍‌ ହାସଲ କରିଥିଲା ବାଙ୍ଗାଲୋର । ଏହାପରେ 4ର୍ଥ ବଲ୍‌ରେ ଏବି ଡିଭିଲିୟର୍ସ ଚୌକା ମାରିଥିଲେ । ଏହାପରେ 5ମ ବଲ୍‌ରୁ 1ରନ୍‌ ଆସିଥିଲା । ଅନ୍ତିମ ବଲ୍‌ରେ ଟିମର ଅଧିନାୟକ ବିରାଟ କୋହଲି ବିଜୟ ଚୌକା ମାରି ଟିମକୁ ବିଜୟ ସ୍ବାଦ ଚଖାଇଥିଲେ ।

ପଏଣ୍ଟ ଟେବୁଲ

ସମ୍ପୂର୍ଣ୍ଣ ମ୍ୟାଚକୁ ଦେଖିଲେ ପ୍ରଥମେ ଟସ ଜିତି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ବିପକ୍ଷ ଦଳ ଆରସିବି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା । ଓପନର ଯୋଡି ଦେବଦତ୍ତ ପାଡିକଲ- ଆରୋନ ଫିଞ୍ଚ 81ରନ୍‌ର ପାର୍ଟନରସିପ ପାଳି ଖେଳିଥିଲେ । ପ୍ରଥମ ଓ୍ବିକେଟ ଭାବେ ପିଞ୍ଚ (52ରନ୍‌,35ବଲ୍‌,7ଚୌକା,1ଛକା) ଆଉଟ ହେବା ପରେ କୋବଲି ମାତ୍ର 3ରନ୍‌ କରି ଆଉଟ ହୋଇଥିଲେ । 3ୟ ଓ୍ବିକେଟ ଭାବେ ପାଡିକଲ (54ରନ୍‌,40ବଲ୍‌,5ଚୌକା,2ଥଛକା) ଆଉଟ ହୋଇଥିଲେ । ନିର୍ଦ୍ଧାରିତ ଓଭରର ସମାପ୍ତ ବେଳକୁ କ୍ରିଜରେ ଏବି ଡିଭିଲିୟର୍ସ (55*ରନ୍‌,24ବଲ୍‌,4 ଚୌକା,4ଛକା) ଓ ଶିଭମ୍‌ ଦୁବେ (27*ରନ୍‌, 1ଚୌକା ଓ 3ଛକା) ରହି ସ୍କୋରକୁ 201କୁ ନେଇ ଯାଇଥିଲେ । ବିପକ୍ଷ ଦଳ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ 2ଟି ଓ ରାହୁଲ ଚହର ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ ।

ତେବେ 202ରନ୍‌ର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଆରମ୍ଭରୁ ହିଁ ଟିମକୁ ଝଟକା ଲଗିଥିଲା । ରୋହିତ ଶର୍ମା ମାତ୍ର 8ରନ କରି ପାଭିଲିୟନକୁ ଫେରି ଯାଇଥିଲେ । ଏହାପରେ 2.2 ଓଭରରେ ହିଁ ସୂର୍ଯ୍ୟକୁମାର ବିନା ଖାତା ଖୋଲି ଆଉଟ୍‌ ହୋଇଥିଲେ । 6.4 ଓଭର ବେଳକୁ କ୍ବାଣ୍ଟିନ୍ ଡି କକ୍ ବି ମାତ୍ର 14ରନ୍‌ କରି କ୍ୟାଚ ଆଉଟ ହୋଇଥିଲେ । ଯୁବ ଖେଳାଳି ଇଶାନ କିଶନ ମଧ୍ୟକ୍ରମରେ ଆସି 99ରନ୍‌ର ଓ କିରଣ ପୋଲାର୍ଡ 60ରନ ସଂଗ୍ରହ କରିଥିଲେ ।

ଇଶାନ କିଶନ-କିରଣ ପୋଲାର୍ଡ 119ରନର୍‌ ପାର୍ଟନରସିପ ପାଳି ଖେଳିଥିଲେ । ତେବେ ମ୍ୟାଚର ଅନ୍ତିମ 4ଓଭରରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ବିଜୟ ହାସଲ ପାଇଁ ମୁମ୍ବାଇକୁ ଅନ୍ତିମ ଓଭରରେ 19ରନର ଆବଶ୍ୟକତା ରହିଥିଲା । ଇସୁରୁ ଉଦାନାଙ୍କ ବୋଲିଂରେ ପ୍ରଥମ 2ବଲ୍‌ରେ 2ରନ୍‌ ସଂଗ୍ରହ କରିଥିଲା ମୁମ୍ବାଇ । 3ୟ ଓ4ର୍ଥ ବଲ୍‌ରେ କିଶନ ଛକା ମାରିଥିଲେ । କିନ୍ତୁ 5ମ ବଲ୍‌ରେ କ୍ୟାଚ ଆଉଟ୍‌ ହୋଇଯାଇଥିଲେ କିଶନ । ଅନ୍ତିମ ବଲ୍‌ରେ ପୋଲାର୍ଡ ଗୋଟିଏ ଚୌକା ମାରି ସ୍କୋରକୁ ବରାବର କରିଥିଲେ । ମ୍ୟାଚ ଶେଷକୁ ସ୍କୋର 201-5(20ଓଭର) ରହିଥିଲା । ତେବେ ଶେଷରେ ମ୍ୟାଚର ବିଜେତା ଚୟନ ପାଇଁ ଉଭୟ ଦଳକୁ ସୁପରଓଭର ଖେଳିବାକୁ ପଡିଥିଲା ।

ଆରସିବି ପକ୍ଷରୁ ଇସୁରୁ ଉଦାନା 2ଟି ଏବଂ ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.