ETV Bharat / sports

ଆଇପିଏଲ ସମର: ଟେବୁଲ ଟପ୍ପର ଉପରେ ଭାରୀ ପଡିବ କି ସୁପର ଓଭର ବିଜେତା ?

author img

By

Published : Oct 20, 2020, 4:20 PM IST

Updated : Oct 20, 2020, 6:28 PM IST

ଆଇପିଏଲ 2020ର 38ତମ ମ୍ୟାଚ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

IPL 2020: Rejuvenated KXIP aim to settle scores with confident Delhi
ଆଇପିଏଲ 2020: ଦିଲ୍ଲୀ କ୍ୟାପିଟାଲ୍ସ vs କିଙ୍ଗ୍ସ ଏକାଦଶ ପଞ୍ଜାବ

ଦୁବାଇ: ଆଇପିଏଲ 2020ର 38ତମ ମ୍ୟାଚ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ, ଡବଲ ସୁପର ଓଭର ବିଜୟ ପରେ, ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି କେଏଲ ରାହୁଲଙ୍କ ପଞ୍ଜାବ ଟିମ । ଏଥିସହିତ ଟିମର ପ୍ଲେ-ଅଫ ଆଶା ଉଜ୍ଜୀବିତ ରଖିବାକୁ ମଧ୍ୟ ସମସ୍ତ ପ୍ରୟାସ କରିବେ ପଞ୍ଜାବ ଖେଳାଳି । ତେବେ ଦୁବାଇର ଗ୍ରାଉଣ୍ଡ ଓ ପ୍ରତିପକ୍ଷ ଟିମ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଥିବାରୁ ପଞ୍ଜାବ ପାଇଁ ସବୁକିଛି ସହଜ ହେବନାହିଁ ବୋଲି ଅନୁମାନ କରାଯାଉଛି ।

ଆଇପିଏଲ ସମର

କ୍ରିସ ଗେଲ୍ ଚୁଡାନ୍ତ ଏକାଦଶକୁ ଫେରିବା ପରେ ପଞ୍ଜାବର ବ୍ୟାଟିଂ ଅର୍ଡର ଅଧିକ ଶକ୍ତିଶାଳୀ ହୋଇଛି । କ୍ୟାପଟେନ କେଏଲ ରାହୁଲ, ଓପନର ମୟଙ୍କ ଅଗ୍ରୱାଲ ଦମଦାର ଫର୍ମରେ ରହିବା ସହ ଟିମର ବ୍ୟାଟିଂ ମେରୁଦଣ୍ଡ ସାଜିଛନ୍ତି । କାରବିୟନ ପାୱର ହିଟର ନିକୋଲାସ ପୁରନ ଓ ଅଷ୍ଟ୍ରେଲୀୟ ଗ୍ଳେନ ମାକ୍ସୱେଲ ସବୁ ମ୍ୟାଚରେ କମାଲ ଦେଖାଇ ପାରିନାହାନ୍ତି । ବୋଲିଂ ବିଭାଗ ମହମ୍ମଦ ସାମି ଓ ରବି ବିଷ୍ଣୋଇଙ୍କ ଉପରେ ନିର୍ଭର କରିବ ।

IPL 2020: Rejuvenated KXIP aim to settle scores with confident Delhi
ଦିଲ୍ଲୀ କ୍ୟାପିଟାଲ୍ସ

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ଆହତ କାରଣରୁ ଇଶାନ୍ତ ଶର୍ମା, ଅମିତ ମିଶ୍ର ଓ ଋଷକ୍ଷ ପନ୍ତଙ୍କ ବିନା ଖେଳିବା ସତ୍ତ୍ବେ, ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି । ପୂର୍ବ ମ୍ୟାଚରେ ଓପନର ଶିଖର ଧାୱନ ଶତକୀୟ ଇଂନିସ ଖେଳି, ଫର୍ମକୁ ଫେରିଛନ୍ତି । ଅକ୍ସର ପଟେଲ, ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଟିମର ମ୍ୟାଚ ବିଜୟୀ ସାଜିଛନ୍ତି । ଆନରିଚ ନର୍ଟଜେ ମଧ୍ୟ ଟିମ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି ।

ସ୍କ୍ବାଡ:

କିଙ୍ଗ୍ସ ଇଲେଭେନ ପଞ୍ଜାବ

କିଙ୍ଗସ ଏକାଦଶ ପଞ୍ଜାବ: ଲୋକେଶ ରାହୁଲ (କ୍ୟାପଟେନ), ମୟଙ୍କ ଅଗ୍ରୱାଲ, କରୁଣ ନାୟାର, ସରଫରାଜ ଖାନ, ଗ୍ଲେନ ମ୍ୟାକ୍ସୱେଲ, ନିକୋଲାସ ପୁରାନ, କୃଷ୍ଣପ୍ପା ଗୌତମ, କ୍ରିସ ଜୋର୍ଡାନ, ଶେଲଡନ କୋଟ୍ରେଲ, ରବି ବିଷ୍ଣୋଇ, ମହମ୍ମଦ ଶାମି, ମୁରୁଗାନ ଅଶ୍ୱିନ, ଅର୍ଶଦୀପ ସିଂ, କ୍ରିସ ଗେଲ, ମନଦୀପ ସିଂ, ହାର୍ଦ୍ଦିକ ୱିଜୋଲେନ, ଦୀପକ ହୁଡା, ହରପ୍ରୀତ ବରର, ମୁଜିବ ଉର ରେହମାନ, ଦର୍ଶନ ନାଲକାଣ୍ଡେ, ଜେମ୍ସ ନିଶାମ, ଇଶାନ ପୋରେଲ, ପ୍ରଭାସୀମନ ସିଂ, ଜଗଦୀଶ ସୁଚିଟ, ତେଜିନ୍ଦର ସିଂ ।

ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ୍ ଆୟର (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଆଲେକ୍ସ କ୍ୟାରି, ଜେସନ ରୟ, ପୃଥ୍ବୀ ଶ, ଋଷଭ ପନ୍ତ (ୱିକେଟ୍ କିପର), ଶିଖର ଧୱନ, ଶିମ୍ରାନ ହେଟମାୟର, ଅକ୍ଷର ପଟେଲ, ଲଲିତ ଯାଦବ, ମାର୍କସ ଷ୍ଟୋଇନିସ, କେମୋ ପଲ, ଆବେଶ ଖାନ, ହର୍ଷଲ ପଟେଲ, କାଗିସୋ ରାବାଡା, ମୋହିତ ଶର୍ମା, ରବିଚନ୍ଦ୍ରନ୍ ଅଶ୍ୱିନ୍, ସନ୍ଦୀପ ଲାମିଚେନ୍, ଆନରିଚ୍‌ ନୋର୍ଜେ, ତୁଷାର ଦେଶପାଣ୍ଡେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 20, 2020, 6:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.