ETV Bharat / sports

IPL ଏଲିମିନେଟର: ହାଇଦ୍ରାବାଦକୁ 132 ରନ୍‌ର ଟାର୍ଗେଟ ଦେଲା ବାଙ୍ଗଲୋର

author img

By

Published : Nov 6, 2020, 9:23 PM IST

Updated : Nov 6, 2020, 10:27 PM IST

ନିର୍ଦ୍ଧାରିତ ଓଭରରେ ଆରସିବି 7 ଓ୍ବିକେଟ ହରାଇ 131ରନ ହାସଲ କରିଛି । ଦଳ ପକ୍ଷରୁ ଏବି ଡେଭିଲିୟର୍ସ ସର୍ବାଧିକ 56ରନ୍‌ ସଂଗ୍ରହ କରିଛନ୍ତି ।

ଆଇପିଏଲ 2020 ଏଲିମିନେଟର : ହାଇଦ୍ରାବାଦକୁ 138ରନ୍‌ର  ଟାର୍ଗେଟ ଦେଲା ବାଙ୍ଗାଲୋର

ଆବୁଧାବି: ଆଇପିଏଲ 13ର ଏଲିମିନେଟର ମୁକାବିଲାରେ ଆଜି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ଟସ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ନିର୍ଦ୍ଧାରିତ ଓଭରରେ ଆରସିବି 7 ଓ୍ବିକେଟ ହରାଇ 131ରନ ହାସଲ କରିଛି । ଦଳ ପକ୍ଷରୁ ଏବି ଡେଭିଲିୟର୍ସ ସର୍ବାଧିକ 56ରନ୍‌ ସଂଗ୍ରହ କରିଛନ୍ତି ।

Yorker that!

Natarajan nails the yorker and ABD is bowled for 56.

Live - https://t.co/XBVtuAjJpn #Dream11IPL #Eliminator pic.twitter.com/mvoME04GG3

— IndianPremierLeague (@IPL) November 6, 2020

ଆଜିର ମ୍ୟାଚରେ ଆରସିବି ପକ୍ଷରୁ ଓପୋନିଂ ଯୋଡି କିଛି କମାଲ କରି ପାରି ନାହାଁନ୍ତି । ବିରାଟ କୋହଲି 6 ଓ ଦେବଦତ୍ତ ପାଦିକ୍କାଲ 1ରନ୍‌ରେ ଆଉଟ ହୋଇଯାଇଥିଲେ । ଏହାପରେ ଫିଞ୍ଚ ଓ ଡେଭିଲିୟର୍ସ ବ୍ୟାଟିଂ ବିଭାଗକୁ କିଛିଟା ସମ୍ଭାଳିଥିଲେ । ଫିଞ୍ଚ 32ରନ୍‌ରେ ଆଉଟ ହୋଇଥିଲେ । ଏହାପରେ ମୋଇନ ଅଲ୍ଲି ରନ୍‌ ଆଉଟ ହୋଇଯାଇଥିଲେ । ଦୁବେ 8ରନ୍‌ କରି ଆଉଟ ହୋଇଯାଇଥିଲେ । ୱାଶିଂଟନ୍ ସୁନ୍ଦର 5ରନ୍‌ରେ ଆଉଟ ହୋଇଥିଲେ । 17.5 ଓଭରରେ ଏବି ଡେଭିଲିୟର୍ସ 56ରନ୍‌ର ଅର୍ଦ୍ଧଶତକ ଇଂନିସ ଖେଳି କ୍ୟାଚ ଆଉଟ ହୋଇଥିଲେ ।

ହାଇଦ୍ରାବାଦ ପକ୍ଷରୁ ହୋଲ୍ଡର ସର୍ବାଧିକ 3ଟି, ଟି ନଟରାଜନ 2ଟି ଓ ଶାହାବାଜ ନଦିମ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଆବୁଧାବି: ଆଇପିଏଲ 13ର ଏଲିମିନେଟର ମୁକାବିଲାରେ ଆଜି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ଟସ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ନିର୍ଦ୍ଧାରିତ ଓଭରରେ ଆରସିବି 7 ଓ୍ବିକେଟ ହରାଇ 131ରନ ହାସଲ କରିଛି । ଦଳ ପକ୍ଷରୁ ଏବି ଡେଭିଲିୟର୍ସ ସର୍ବାଧିକ 56ରନ୍‌ ସଂଗ୍ରହ କରିଛନ୍ତି ।

ଆଜିର ମ୍ୟାଚରେ ଆରସିବି ପକ୍ଷରୁ ଓପୋନିଂ ଯୋଡି କିଛି କମାଲ କରି ପାରି ନାହାଁନ୍ତି । ବିରାଟ କୋହଲି 6 ଓ ଦେବଦତ୍ତ ପାଦିକ୍କାଲ 1ରନ୍‌ରେ ଆଉଟ ହୋଇଯାଇଥିଲେ । ଏହାପରେ ଫିଞ୍ଚ ଓ ଡେଭିଲିୟର୍ସ ବ୍ୟାଟିଂ ବିଭାଗକୁ କିଛିଟା ସମ୍ଭାଳିଥିଲେ । ଫିଞ୍ଚ 32ରନ୍‌ରେ ଆଉଟ ହୋଇଥିଲେ । ଏହାପରେ ମୋଇନ ଅଲ୍ଲି ରନ୍‌ ଆଉଟ ହୋଇଯାଇଥିଲେ । ଦୁବେ 8ରନ୍‌ କରି ଆଉଟ ହୋଇଯାଇଥିଲେ । ୱାଶିଂଟନ୍ ସୁନ୍ଦର 5ରନ୍‌ରେ ଆଉଟ ହୋଇଥିଲେ । 17.5 ଓଭରରେ ଏବି ଡେଭିଲିୟର୍ସ 56ରନ୍‌ର ଅର୍ଦ୍ଧଶତକ ଇଂନିସ ଖେଳି କ୍ୟାଚ ଆଉଟ ହୋଇଥିଲେ ।

ହାଇଦ୍ରାବାଦ ପକ୍ଷରୁ ହୋଲ୍ଡର ସର୍ବାଧିକ 3ଟି, ଟି ନଟରାଜନ 2ଟି ଓ ଶାହାବାଜ ନଦିମ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

Last Updated : Nov 6, 2020, 10:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.