ଶାରଜା: ସିଜିନ ଓପନରରେ ସଞ୍ଜୁଙ୍କ କମାଲ । 9 ଛକା, ଗୋଟିଏ ଚୌକା ସହ 32 ବଲର ଦମଦାର 74ରନ ପାଳି ଖେଳିଛନ୍ତି ଏହି କେରଳ ଖେଳାଳି । ସେପଟେ ସଞ୍ଜୁଙ୍କ ସାଥ ଦେଇଛନ୍ତି ଅଧିନାୟକ ସ୍ମିଥ । ତେବେ ସଞ୍ଜୁ-ସ୍ମିଥଙ୍କ ପାୱାର ହିଟ୍ରେ ଘାଇଲା ଚେନ୍ନାଇର ବୋଲର । ଫଳରେ ବିଜୟ ଧାର ବଜାୟ ରଖିବା ପାଇଁ ଧୋନି ଧୁରନ୍ଧରଙ୍କ ଆଗରେ 217ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଟସ ହାରି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ଥାଲ୍ଲା । ପ୍ରଥମ ୱିକେଟ ଭାବେ ଡେବ୍ୟୁଡାଣ୍ଟ ଯସ୍ବଶୀଙ୍କୁ ଆଉଟ କରିଥିଲେ ଦୀପକ ଚହର । ଆଉ ଏହା ପରେ ପଡିଆକୁ ଆସିଥିଲେ କେରଳ ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ । ଚେନ୍ନାଇର ପ୍ରତି ବୋଲିରଙ୍କୁ ପ୍ରହାର ଦେବା ସହ ମାତ୍ର 19 ବଲରୁ ଅର୍ଦ୍ଧଶତ ଯୋଡିଥିଲେ । ସେହିପରି 47 ବଲରୁ 4 ଛକା ଓ 4 ଚୌକା ମାଧ୍ୟମରେ 69ରନ ପାଳି ଖେଳିଛନ୍ତି ଅଧିନାୟକ ଷ୍ଟିଭ ସ୍ମିଥ ।

ତେବେ ଚେନ୍ନାଇ ପକ୍ଷରୁ ସାମ କୁରଣ 3 ୱିକେଟ ହାସଲ କରିଥିବା ବେଳେ ଲୁଙ୍ଗି ନିଗିଡ ଓ ପିୟୁସ ଚାୱଲା ସବୁଠାରୁ ମହାଙ୍ଗା ବୋଲର ସାବ୍ୟସ୍ଥ ହୋଇଛନ୍ତି ।