ଆବୁଧାବି: ମଙ୍ଗଳବାର ଖେଳାଯିବ ଆଇପିଏଲର 20ତମ ମ୍ୟାଚ । ସୈଖ ଜୟଦ ଷ୍ଟାଡିୟମ, ଆବୁଧାବିରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । 5ଟି ମ୍ୟାଚରୁ 3ଟି ବିଜୟ ସହ ଦଳର 6ପଏଣ୍ଟ ରହିଛି । ଅନ୍ୟପଟେ ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲର 5ମ ସ୍ଥାନରେ ରହିଛି । 4ଟି ମ୍ୟାଚ ଖେଳିଥିବାବେଳେ ଦଳକୁ ମିଳିଛି ଦୁଇଟି ବିଜୟ ।
ତେବେ ଆଜିର ମ୍ୟାଚରେ ଉଭୟ ଟିମ ମଧ୍ୟରେ କଡା ମୁକାବିଲା ହେବାନେଇ ଆଶା କରାଯାଉଛି । କାରଣ ଉଭୟ ଦଳରେ ରହିଛନ୍ତି ଏକାଧିକ ପାୱରହିଟର । ଶାରଜାହ ତୁଳନାରେ ଦୁବାଇ ଓ ଆବୁଧାବି ଗ୍ରାଉଣ୍ଡ ଅପେକ୍ଷାକୃତ ବଡ ରହିଛି । ଶାରଜାହରେ ବିସ୍ପୋରକ ବ୍ୟାଟିଂର ପ୍ରଦର୍ଶନ କରିଥିବା ରାଜସ୍ଥାନ ଟିମ ପରବର୍ତ୍ତୀ ଦୁଇଟି ଗ୍ରାଉଣ୍ଡରେ କମ ସଫଳ ହୋଇଛି ।
![IPL 2020: Parag, Unadkat under scanner as shaky Royals face rampaging Mumbai](https://etvbharatimages.akamaized.net/etvbharat/prod-images/9070668_rr.jpg)
ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଖେଳିଥିବା ଗତ ଦୁଇଟି ମ୍ୟାଚରେ କ୍ରିକେଟର ସମସ୍ତ ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିଛି । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ରନ ରେଟ ତୁଳନାରେ ଆଗରେ ରହିଛି ଟୁର୍ଣ୍ଣାମେଣ୍ଟର ସଫଳ ଟିମ ମୁମ୍ବାଇ ।
![IPL 2020: Parag, Unadkat under scanner as shaky Royals face rampaging Mumbai](https://etvbharatimages.akamaized.net/etvbharat/prod-images/9070668_mi.jpg)
ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚରେ ରୋମାଞ୍ଚକର ସୁପର ଓଭରରେ ପରାସ୍ତ ହେବା ପରେ, ଡିଫେଣ୍ଡିଂ ଚମ୍ପିଆନ କିଙ୍ଗ୍ସ ଇଲେଭନ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦକୁ ଯଥାକ୍ରମେ 48 ଓ 34 ରନରେ ପରାଜିତ କରିଛି ।
କ୍ୟାପଟେନ ରୋହିତ ଶର୍ମା ଓ ଓପନର କ୍ବିଣ୍ଟନ ଡିକକ ଦମଦାର ଫର୍ମରେ ନଜର ଆସିଛନ୍ତି । କିରଣ ପୋଲାର୍ଡ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁଣାଳ ପାଣ୍ଡ୍ୟା ଦମଦାର ଫର୍ମରେ ରହିଛନ୍ତି ।
ଜଶପ୍ରୀତ ବୁମ୍ରା, ଜେମ୍ସ ପାଟିନସନ, ଓ ଟ୍ରେଣ୍ଟ ବୋଲ୍ଟଙ୍କ ରୂପରେ ଦଳ ପାଖରେ ଶକ୍ତିଶାଳୀ ବୋଲିଂ ଆଟାକ୍ ମଧ୍ୟ ରହିଛି ।
ଅନ୍ୟପଟେ ରାଜସ୍ଥାନ ପାଇଁ ଶୁଭ ଖବର ହୋଇଛି ଯେ, ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ବାରେଣ୍ଟିନ ସମୟ ଶେଷ କରିବା ପରେ ଅକ୍ଟୋବର 11ରୁ ମ୍ୟାଚ ଖେଳିବେ । ତେବେ ଜସ ବଟଲରଙ୍କ ଫର୍ମ ଟିମ ପାଇଁ ଚିନ୍ତାର କାରଣ ହୋଇଛି । ଜୟଦେବ ଉନତକତ ଓ ରିୟାନ ପରାଗ ମଧ୍ୟ ଆଶାନୁରୁପ ପ୍ରଦର୍ଶନ କରିପାରିନାହାନ୍ତି ।
ସ୍କ୍ବାଡ:
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(କ୍ୟାପଟେନ), ଆଜିତ୍ୟ, ଅନମୋଲପ୍ରିତ ସିଂ, ଅଙ୍କୁଲ ରୟ, କ୍ରିସ ଲିନ, ଧୱାଲ କୁଲକର୍ଣ୍ଣି, ଦିଗବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଇସାନ କିଶନ, ଜେମ୍ସ ପାଟିନସନ, ଜଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ମିଚେଲ ମେଗଲଘାନ, ମୋହସିନ ଖାନ, ନାଥନ କୁଲର ନାଇଲ, ପ୍ରିନ୍ସ ବନବନ୍ତ ରୟ, କ୍ବିଣ୍ଟନ ଡିକକ, ରାହୁଲ ଚହର, ସୌରଭ ତିୱାରୀ, ସେଫର୍ଣ୍ଣ ରଦରଫୋର୍ଡ, ସୂର୍ଯ୍ୟକୁମାର ୟାଦବ, ଟ୍ରେଣ୍ଟ ବୋଲ୍ଟ ।
ରାଜସ୍ଥାନ ରୟାଲ୍ସ: ଜସ୍ ବଟଲର, ସଞ୍ଜୁ ସାମସନ, ଆଣ୍ଡ୍ରେ ଟାଇ, କାର୍ତ୍ତିକ ତ୍ୟାଗୀ, ଷ୍ଟିଭେନ ସ୍ମିଥ(କ୍ୟାପଟେନ), ଅଙ୍କିତ ରାଜପୁତ, ଶ୍ରେୟସ ଗୋପାଳ, ରାହୁଲ ତେୱାତିଆ, ଜୟଦେବ ଉନତକତ, ମୟଙ୍କ ମାର୍କଣ୍ଡେ, ମହିପାଲ ମୋମରର, ଓସାନେ ଥୋମାସ, ରିୟାନ ପରାଗ, ଜଶସ୍ବୀ ଜୟଶ୍ବାଲ, ଅନୁଜ ରାୱତ, ଆକାଶ ସିଂ, ଡେବିଡ ମିଲର, ମନନ ବୋହରା, ଶଶାଙ୍କ ସିଂ, ବରୁଣ ଆରୋନ, ଟମ କରନ, ରବିନ ଉଥାପ୍ପା, ଅନିରୁଦ୍ଧ ଜୋଷୀ, ଜୋଫ୍ରା ଆର୍ଚର ।
ଭାରତୀୟ ସମୟ ସନ୍ଧ୍ୟା 7.00ଟାରେ ମ୍ୟାଚ ଆରମ୍ଭ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ