ETV Bharat / sports

ଭାରତରେ ହେବନି ଆଇପିଏଲ ! ଜାଣନ୍ତୁ ହେବ କେଉଁଠି ?

author img

By

Published : Jul 3, 2020, 6:43 AM IST

ଦେଶର କୋରୋନା ପରିସ୍ଥତିକୁ ଅନୁଧ୍ୟାନ କଲେ ଅଇପିଏଲ ଭାରତରେ ସମ୍ଭବ ନୁହେଁ । ଫଳରେ ଚଳିତ ଆଇପିଏଲକୁ ଦେଶ ବାହାରେ ଆୟୋଜନ ପାଇଁ ଯୋଜନା ଚାଲିଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ।

ipl-2020-not-happening-in-india-bcci-official-calls-uae-sri-lanka-front-runners-for-season-13
ଭାରତରେ ହେବନି ଆଇପିଏଲ!, ଜାଣନ୍ତୁ ହେବ କେଉଁଠି....

ନୂଆଦିଲ୍ଲୀ: କୋରୋନା ମହାମାରୀ ପାଇଁ ସ୍ଥଗିତ ରହିଛି ଦେଶର ବିତ୍ତଶାଳି କ୍ରିକେଟ ଲିଗ୍‌ ଆଇପିଏଲ । ମାତ୍ର ଏହି ଧନୀ ଲିଗର ଆୟୋଜନ ପାଇଁ ନିଜର ସମସ୍ତ ଶକ୍ତି ଲଗାଇଦେଇଛି ।

ଆକଳନ ଅନୁସାରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି-20 ବିଶ୍ବକପ ରହିଲେ ସେପ୍ଟେମ୍ବର-ଅକ୍ଟୋବର ୱିଣ୍ଡୋରେ ଆଇପିଏଲ ଆୟୋଜନ କରିବାକୁ ନେଇ ଆଶା ବନ୍ଧିଛି ବିସିସିଆଇ । ମାତ୍ର ଦେଶର କୋରୋନା ପରିସ୍ଥତିକୁ ଅନୁଧ୍ୟାନ କଲେ ଅଇପିଏଲ ଭାରତରେ ସମ୍ଭବ ନୁହେଁ । ଫଳରେ ଚଳିତ ଆଇପିଏଲକୁ ଦେଶ ବାହାରେ ଆୟୋଜନ ପାଇଁ ଯୋଜନା ଚାଲିଛି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ।

ତେବେ ସାରା ବିଶ୍ବରେ କୋରୋନା ମହାମାରୀ ପ୍ରଭାବ ବିସ୍ତାର କରିଥିବା ବେଳେ କେଉଁ ଦେଶ ଏମିତି ରହିଯାଇଛି ଯେ ବିସିସିଆଇ ଆଇପିଏଲ ଆୟୋଜନ ନେଇ ଆଶା ବାନ୍ଧି ବସିଛି । ଏମତି ପ୍ରଶ୍ନର ଉତ୍ତର ଦେଇ ଉକ୍ତ ଅଧିକାରୀ କହିଛନ୍ତି ଆଇପିଏଲର 13ତମ ସଂସ୍କରଣ ଆୟୋଜନ ପାଇଁ ବିସିସିଆଇ ଶ୍ରୀଲଙ୍କା ଏବଂ ୟୁଏଇକୁ ଆଖିରେ ରଖିଛି ।

ସେ କହିଛନ୍ତି, ‘ଆମେ ଏପର୍ଯ୍ୟନ୍ତ ସ୍ଥାନ ସ୍ଥିର କରିବାକୁ ନିଷ୍ପତ୍ତି ନେଇ ନାହୁଁ । କିନ୍ତୁ ସମସ୍ତ ସମ୍ଭାବନା ଅନୁଯାୟୀ ଚଳିତ ବର୍ଷର ଆଇପିଏଲ ଦେଶ ବାହାରେ ହେବାର ସମ୍ଭାବନା ଦେଖାଯାଉଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏତେ ସଂଖ୍ୟକ ଟିମକୁ ରଖି ଏକ ବାତାବରଣ ସୃଷ୍ଟି କରିବା ଭାରତର ଅବସ୍ଥାରେ ଅନୁକୂଳ ନୁହେଁ । ଖେଳାଳି ତଥା ସାଧାରଣ ଜନତାଙ୍କ ପାଇଁ ନିରାପଦ ନୁହେଁ ।’

ସେ କହିଛନ୍ତି ଟୁର୍ଣ୍ଣାମେଣ୍ଟ ୟୁଏଇ କିମ୍ବା ଶ୍ରୀଲଙ୍କାରେ ଆୟୋଜନ ପାଇଁ ଯୋଜନା କରାଯାଉଛି । ତେବେ ଉକ୍ତ ଦେଶର କୋରୋନା ପରିସ୍ଥିତିକୁ ନଜରରେ ରଖି ଆମେ ଶୀଘ୍ର ନିଷ୍ପତି ନେବୁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.