ETV Bharat / sports

ଆଇପିଏଲ 2020: ଟସ ଜିତି ଦିଲ୍ଲୀ ବିପକ୍ଷରେ ମୁମ୍ବାଇର ବୋଲିଂ ନିଷ୍ପତ୍ତି

author img

By

Published : Oct 31, 2020, 3:34 PM IST

Updated : Oct 31, 2020, 3:40 PM IST

ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

IPL 2020: MI win toss, opt to field first against DC
ଆଇପିଏଲ 2020: ଟସ ଜିତି ଦିଲ୍ଲୀ ବିପକ୍ଷରେ ମୁମ୍ବାଇର ବୋଲିଂ ନିଷ୍ପତ୍ତି

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର 51ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ସହ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ହେଉଛି । ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଲଗାତାର 3ଟି ପରାଜୟ ଭୋଗିଛି । ଫଳରେ ଏହି ମ୍ୟାଚରେ ବିଜୟ ସହ ପ୍ଲେ-ଅଫ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ ଶ୍ରେୟସ ଆୟରଙ୍କ ଟିମ ।

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ପ୍ରଥମ ଟିମ ଭାବେ ପ୍ଲେ-ଅଫରେ ପହଞ୍ଚିସାରିଛି ।

ମୁମ୍ବାଇ ଇଣ୍ଡିଆନ୍ସ 16 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ 14 ପଏଣ୍ଟ ସହ 3ୟ ସ୍ଥାନରେ ରହିଛି । ସମାନ 14 ପଏଣ୍ଟ ସହ ନେଟ ରନ ରେଟ ଆଧାରରେ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ବାକି ଥିବା ଦୁଇଟି ଲିଗ ପର୍ଯ୍ୟାୟ ମ୍ୟଚରେ ଦିଲ୍ଲୀ ପରାଜିତ ହେଲେ, କିଙ୍ଗ୍ସ ଇଲେଭେନ ପଞ୍ଜାବ ନେଟ ରନ ରେଟ ଆଧରରେ ଦିଲ୍ଲୀକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଅନ୍ୟପଟେ ବଡ ବ୍ୟବଧାନରେ ଯଦି ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟ ମିଳେ, ଓ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ବଡ ବିଜୟ ହାସଲ କରନ୍ତି ତେବେ ଶୀର୍ଷ 4 ଟିମ ମଧ୍ୟରୁ ବାଦ ପଡିବାର ସମ୍ଭାବନା ମଧ୍ୟ ରହିଛି ।

ତେବେ ଆଜିର ମ୍ୟାଚରେ ବିଜୟ ଦିଲ୍ଲୀ ପାଇଁ ପ୍ଲେ-ଅଫ ସ୍ଥାନ ସୁରକ୍ଷିତ କରିବ ।

ଦିଲ୍ଲୀ କ୍ୟାପିଟାଲ୍ସ(ଚୁଡାନ୍ତ ଏକାଦଶ): ପୃଥ୍ବୀ ଶ, ଶିଖର ଧାୱନ, ଶ୍ରେୟସ ଆୟର(କ୍ୟାପଟେନ), ଋଷଭ ପନ୍ତ(ୱିକେଟ କିପର), ସିମ୍ରନ ହେଟମେୟର, ମାର୍କସ ଷ୍ଟୋଇନିସ, ହର୍ଷଲ ପଟେଲ, କାଗିସୋ ରବାଡା, ରବିଚନ୍ଦ୍ରନ ଅଶ୍ବିନୀ, ପ୍ରବିଣ ଦୁବେ, ଆନରିଚ ନର୍ଟଜେ ।

ମୁମ୍ବାଇ ଇଣ୍ଡିଆନ୍ସ(ଚୁଡାନ୍ତ ଏକାଦଶ): କ୍ବିଣ୍ଟନ ଡି କକ୍(ୱିକେଟ କିପର), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, କ୍ରୁଣାଳ ପାଣ୍ଡ୍ୟା, କିରଣ ପୋଲାର୍ଡ(କ୍ୟାପଟେନ), ରାହୁଲ ଚହର, ନାଥନ କୁଲଟର ନାଇଲ, ଜୟନ୍ତ ଯାଦବ, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 31, 2020, 3:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.