ETV Bharat / sports

ଆଇପିଏଲ୍ 2020: ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ ଖେଳିବେନି ବଟଲର୍ - ରାଜସ୍ଥାନ ରୟାଲ୍ସ

ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ରାଜସ୍ଥାନ ରୟାଲ୍ସର ଓପନିଂ ଖେଳରୁ ବଞ୍ଚିତ ହେବେ ।

ଆଇପିଏଲ୍ 2020: ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ ଖେଳି ପାରିବେ ନାହିଁ ବଟଲର୍

author img

By

Published : Sep 20, 2020, 9:29 PM IST

ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ରାଜସ୍ଥାନ ରୟାଲ୍ସର ଓପନିଂ ଖେଳରୁ ବଞ୍ଚିତ ହେବେ । କାରଣ ସେ କୋଭିଡ-19 ପ୍ରୋଟୋକଲ ଅନୁଯାଇ ତାଙ୍କ ପରିବାର ସହ କ୍ବାରେଣ୍ଟାଇନରେ ଅଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଇଂଲଣ୍ଡର ସୀମିତ ଓଭର ସିରିଜର ଏକ ଅଂଶ ଥିବା ବଟଲର ଗୁରୁବାର ଦୁବାଇରେ ପହଞ୍ଚିଛନ୍ତି । " ମୁଁ ପ୍ରକୃତରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ଅପେକ୍ଷା କରିଥିଲି । ମାତ୍ର ମୋର ଇଂଲଣ୍ଡ ଦଳ ସହ କିଛି ମ୍ୟାଚ ରହିଥିଲା । ଗତକାଲି ରାତିରେ ଆଇପିଏଲ୍ ଆରମ୍ଭ ହେବା ଓ ଚେନ୍ନାଇ ବିଜୟ ଦେଖି ମୁଁ ଉତ୍ସାହିତ ରହିଛି । ସାମ୍ କୁରନ୍ ଦୁଇଟି ଛକା ମାରିଥିଲେ, ଯାହା ଦେଖି ମୁଁ ଉତ୍ସାହିତ ରହିଛି, ମୁଁ କେବେ ଖେଳିବି ? ’’ ଇନଷ୍ଟାଗ୍ରାମ ଲାଇଭ ଚାଟ ସମୟରେ ଏଭଳି କହିଛନ୍ତି ବଟଲର।

ସେ କହିଛନ୍ତି, "ଦୁର୍ଭାଗ୍ୟବଶତ ମୁଁ ପ୍ରଥମ ମ୍ୟାଚ୍ ହରାଇବାକୁ ଯାଉଛି, କାରଣ ମୁଁ ମୋ ପରିବାର ସହିତ ଏଠାରେ କ୍ବାରେଣ୍ଟାଇନରେ ରହିଛି । ’’ ଟୁର୍ଣ୍ଣାମେଣ୍ଟରେ ସାଥୀ ଖେଳାଳି ତଥା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଉପଲବ୍ଧତା ଉପରେ ମନ୍ତବ୍ୟ ଦେଇ ବଟଲର୍ କହିଛନ୍ତି ଯେ ସେ ଟୁର୍ଣ୍ଣାମେଣ୍ଟରେ 'କିଛି ସମୟରେ' ଦଳରେ ଯୋଗଦେବେ ବୋଲି ସେ ଆଶା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.