ETV Bharat / sports

ଦୁର୍ବଳ ଫିଲ୍ଡିଂ ପରାଜୟର କାରଣ: ୱାର୍ଣ୍ଣର

author img

By

Published : Nov 9, 2020, 4:13 AM IST

ପରାଜୟ ପରେ କ୍ୟାପଟେନ ଡେଭିଡ ୱାର୍ଣ୍ଣର କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ଟିମର ଅଭିଯାନ ନେଇ ଗର୍ବିତ ।

IPL 2020: I'm proud to be where we are today says warner
ଦୁର୍ବଳ ଫିଲ୍ଡିଂ ପରାଜୟର କାରଣ: ୱାର୍ଣ୍ଣର

ଆବୁଧାବି: ଆଇପିଏଲ 2020ରେ ସନରାଇଜର୍ସ ହାଇଦ୍ରାବାଦର ଅଭିଯାନ ଶେଷ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାସ୍ତ ହୋଇ କ୍ବାଲିଫାୟର 2ରୁ ବିଦାୟ ନେଇଛି ୱାର୍ଣ୍ଣରଙ୍କ ଅରେଞ୍ଜ ଆର୍ମୀ । ଫଳରେ ଟୁର୍ଣ୍ଣାମେଣ୍ଟରେ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଫାଇନାଲରେ ପହଞ୍ଚିପାରିନି ଟିମ ।

IPL 2020: I'm proud to be where we are today says warner
ସନରାଇଜର୍ସ ହାଇଦ୍ରାବାଦ

ପରାଜୟ ପରେ କ୍ୟାପଟେନ ଡେଭିଡ ୱାର୍ଣ୍ଣର କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ଟିମର ଅଭିଯାନ ନେଇ ଗର୍ବିତ । ମାତ୍ର କ୍ବାଲିଫାୟର 2 ମ୍ୟାଚରେ ଦୁର୍ବଳ ଫିଲ୍ଡିଂ ପରାଜୟର କାରଣ ହୋଇଛି । ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟରେ କ୍ୟାଚ ଛାଡିବା ସହ ୱିକଟ ହାସଲର ମୌକା ହାତ ଛଡା କରିଥିବା ଟିମ ଟୁର୍ଣ୍ଣାମେଣ୍ଟର ବିଜେତା ହେବାକୁ ହକଦାର ହୋଇପାରିବନି ।

ଡେଭିଡ ୱାର୍ଣ୍ଣର

ଏଥିସହ ଉଭୟ ବୋଲିଂ ଓ ବ୍ୟାଟିଂରେ ଖରାପ ଆରମ୍ଭ ସତ୍ତ୍ବେ ମ୍ୟାଚକୁ ଫେରିଥିଲୁ, ମାତ୍ର ଦୁର୍ବଳ ଫିଲ୍ଡିଂ ପରାଜୟର କାରଣ ହେଲା । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସନରାଇଜର୍ସକୁ କେହି ଚମ୍ପିଆନ ଟିମ ଭାବେ ଦାବିଦାର ମାନିନଥିଲେ । ସମସ୍ତେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ନେଇ ଚର୍ଚ୍ଚା କରିଥିଲେ । ଏହା ସତ୍ତ୍ବେ ଟିମର ପ୍ରଦର୍ଶନରେ ସନ୍ତୁଷ୍ଟ । ନଟରାଜନ, ରସିଦ ଖାନ, ମନିଷ ପାଣ୍ଡେଙ୍କ ପ୍ରଦର୍ଶନ ପ୍ରଭାବୀ ଥିଲା ବୋଲି ୱାର୍ଣ୍ଣର କହିଛନ୍ତି ।

ଆଇପିଏଲ 2020

ଦିଲ୍ଲୀର ଦୁଇ ଓପନର ବ୍ୟାଟ୍ସମ୍ୟାନ ମାର୍କସ ଷ୍ଟୋଇନିସ ଓ ଶିଖର ଧାୱନଙ୍କ କ୍ୟାଚ ହାତଛଡା କରିଥିଲେ ହାଇଦ୍ରାବାଦ ଫିଲ୍ଡର । ଫଳରେ ଏହାର ଫାଇଦା ଉଠାଇ ଦିଲ୍ଲୀ 3 ୱିକେଟ ହରାଇ 189 ରନ ସଂଗ୍ରହ କରିଥିଲା । ଜବାବରେ ହାଇଦ୍ରାବାଦ 172 ରନରେ ସୀମିତ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.