ଗୌହାଟୀ: ବର୍ଷାପରା କ୍ରିକେଟ ଷ୍ଟାଡିୟମ ଗୌହାଟୀରେ ଖେଳାଯିବ ଆଇପିଏଲ ମ୍ୟାଚ। ରାଜସ୍ଥାନ ରୟାଲ୍ସ ଆସାମର ଏହି ଦ୍ବିତୀୟ ଗ୍ରାଉଣ୍ଡକୁ ହୋମ ଗ୍ରାଉଣ୍ଡ ଭାବେ ଗ୍ରହଣ କରିଛି।
ଆଗାମୀ ଆଇପିଏଲ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ 2ଟି ହୋମ ମ୍ୟାଚ ଏହି ଷ୍ଟାଡିୟମରେ ଖେଳିବା ନେଇ ସ୍ପଷ୍ଟ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏପ୍ରିଲ 5 ଓ ଏପ୍ରିଲ 9ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଗୌହାଟୀ ଷ୍ଟାଡିୟମରେ ଖେଳିବ ରାଜସ୍ଥାନ ରୟାଲ୍ସ ।
ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳି 2020 ଆଇପିଏଲ ଅଭିଯାନ ଆରମ୍ଭ କରିବ ରାଜସ୍ଥାନ ରୟାଲ୍ସ ।