ETV Bharat / sports

ବିସିସିଆଇର ଘୋଷଣା, ଦୁବାଇରେ ଖେଳାଯିବ ଆଇପିଏଲ ଫାଇନାଲ

author img

By

Published : Oct 25, 2020, 10:04 PM IST

Updated : Oct 25, 2020, 11:02 PM IST

ଦୁବାଇରେ ଖେଳାଯିବ ଆଇପିଏଲ 2020ର ଫାଇନାଲ ମ୍ୟାଚ । ରବିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏନେଇ ସ୍ପଷ୍ଟ କରିଛି ।

IPL 2020 final to be played in Dubai, women's matches in Sharjah
ବିସିସିଆଇର ଘୋଷଣା, ଦୁବାଇରେ ଖେଳାଯିବ ଆଇପିଏଲ ଫାଇନାଲ

ଦୁବାଇ: ଦୁବାଇରେ ଖେଳାଯିବ ଆଇପିଏଲ 2020ର ଫାଇନାଲ ମ୍ୟାଚ । ରବିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏନେଇ ସ୍ପଷ୍ଟ କରିଛି ।

ପ୍ଲେ-ଅଫ୍ ପର୍ଯ୍ୟାୟର ପ୍ରଥମ କ୍ବାଲିଫାୟର ମ୍ୟାଚ ମଧ୍ୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଅନ୍ୟପଟେ ଏଲିମିନେଟର ଓ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଖେଳାଯିବ । ଆଇପିଏଲ 2020ର ସମସ୍ତ ପ୍ଲେ-ଅଫ ମ୍ୟାଚ ସନ୍ଧ୍ୟା 7.30ରେ ଖେଳାଯିବ ।

ମହିଳା ଚ୍ୟାଲେଞ୍ଜର ଟ୍ରଫି ଶାରଜାହରେ ଖେଳାଯିବା ନେଇ ମଧ୍ୟ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ସମସ୍ତ 4ଟି ମ୍ୟାଚ ଶାରଜାହରେ ଖେଳାଯିବା ନେଇ ସ୍ଥିର ହୋଇଛି ।

ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫିର 3ଟି ମ୍ୟାଚ ସନ୍ଧ୍ୟା 7.30ରେ ଖେଳାଯିବ । ତେବେ ଦ୍ବିତୀୟ ତଥା ଭେଲୋସିଟି ଓ ଟ୍ରେଲବ୍ଳେଜର୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଅପରାହ୍ନ 3.30ରେ ଖେଳାଯିବ ।

ସର୍ବ-ଭାରତୀୟ ମହିଳା ଚୟନ କମିଟି ମଧ୍ୟ ଭେଲୋସିଟି ଟିମରେ ମାନଶୀ ଜୋଷୀଙ୍କ ବଦଳ ଖେଳାଳି ଭାବେ ମେଘନା ସିଂଙ୍କ ନାମ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 25, 2020, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.