ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଥର ଫାଇନାଲରେ ପହଞ୍ଚିଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ପ୍ରଥମ ଟ୍ରଫି ବିଜୟ ଆଶାରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ 4 ଥର ଆଇପିଏଲ ଟ୍ରଫି ନିଜ ନାମରେ କରିସାରିଛି । ଫଳରେ ପଞ୍ଚମ ଥର ଚମ୍ପିଆନ ଲକ୍ଷ୍ୟରେ ରହିବ ରୋହିତ ବ୍ରିଗେଡ ।
ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସଂସ୍କରଣରେ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଥିଲା । ମାତ୍ର ଲିଗ ପର୍ଯ୍ୟାୟର ଶେଷ ଭାଗରେ କ୍ରମାଗତ ପରାଜୟ ସହ ପ୍ଲେ-ଅଫରେ ପହଞ୍ଚିବା ଆଶଙ୍କା ଦେଖାଯାଇଥିଲା । ତେବେ ନକଆଉଟ ମ୍ୟାଚରେ ବିଜୟ ଟ୍ରାକକୁ ଫେରିବା ସହ ପ୍ରଥମ ଥର ଫାଇନାଲ ପହଞ୍ଚିଥିଲା ଦଳ ।
-
Give us a 💙 if you will be cheering in the MI Blue and Gold on November 10 😍#OneFamily #MumbaiIndians #MI #Dream11IPL #MIvDC pic.twitter.com/Q3sm3e8AUB
— Mumbai Indians (@mipaltan) November 5, 2020 " class="align-text-top noRightClick twitterSection" data="
">Give us a 💙 if you will be cheering in the MI Blue and Gold on November 10 😍#OneFamily #MumbaiIndians #MI #Dream11IPL #MIvDC pic.twitter.com/Q3sm3e8AUB
— Mumbai Indians (@mipaltan) November 5, 2020Give us a 💙 if you will be cheering in the MI Blue and Gold on November 10 😍#OneFamily #MumbaiIndians #MI #Dream11IPL #MIvDC pic.twitter.com/Q3sm3e8AUB
— Mumbai Indians (@mipaltan) November 5, 2020
ଉଭୟ ମୁମ୍ବାଇ ଓ ଦିଲ୍ଲୀ ଟିମରେ ଏକାଧିକ ମ୍ୟାଚ ବିଜୟୀ ଖେଳାଳି ସହ ପାୱର ହିଟର ରହିଛନ୍ତି । ମାତ୍ର ଚଳିତ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ପ୍ରାୟ ସମସ୍ତ ମ୍ୟାଚରେ ଦଳଗତ ପ୍ରଦର୍ଶନ ସହ ବିଜୟ ବିଜୟ ଟ୍ରାକରେ ରହିଛି । ଫଳରେ ଫାଇନାଲ ମୁକାବିଲାରେ କ୍ରିକେଟର ସମସ୍ତ ବିଭାଗରେ ମୁମ୍ବାଇର ପ୍ରଭାବୀ ପ୍ରଦର୍ଶନ ଦିଲ୍ଲୀ ଉପରେ ଭାରୀ ପଡିପାରେ ।
-
🔵 👀 @IPL Final it is!#OneFamily #MumbaiIndians #MI #Dream11IPL #Dream11IPLFinal #MIvDC pic.twitter.com/bZGjuc5ecA
— Mumbai Indians (@mipaltan) November 10, 2020 " class="align-text-top noRightClick twitterSection" data="
">🔵 👀 @IPL Final it is!#OneFamily #MumbaiIndians #MI #Dream11IPL #Dream11IPLFinal #MIvDC pic.twitter.com/bZGjuc5ecA
— Mumbai Indians (@mipaltan) November 10, 2020🔵 👀 @IPL Final it is!#OneFamily #MumbaiIndians #MI #Dream11IPL #Dream11IPLFinal #MIvDC pic.twitter.com/bZGjuc5ecA
— Mumbai Indians (@mipaltan) November 10, 2020
ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ(483 ରନ), ଇଶାନ କିଶନ(483 ରନ), ସୂର୍ଯ୍ୟକୁମାର ଯାଦବ(461 ରନ) ଶୀର୍ଷ ବ୍ୟାଟିଂ କ୍ରମରେ ଫର୍ମରେ ରହିଛନ୍ତି । ମଧ୍ୟକ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା(278 ରନ), କିରଣ ପୋଲାର୍ଡ(259 ରନ) ମଧ୍ୟ ବିସ୍ଫୋରକ ଇଂନିସ ସହ ଭଲ ଆରମ୍ଭକୁ ବଡ ସ୍କୋରରେ ବଦଳାଇବାରେ ସଫଳ ରହିଛନ୍ତି ।
କ୍ୟାପଟେନ ରୋହିତ ଶର୍ମା (264 ରନ) ସହ ରନ ସଂଗ୍ରହରେ ସାମାନ୍ୟ ପଛରେ ରହିଛନ୍ତି । ତେବେ ଆହତ ସମସ୍ୟା ରୋହିତଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିଛି । ଫାଇନାଲ ମ୍ୟାଚ ହୋଇଥିବାରୁ ରୋହିତଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନଜର ରହିବ ।
ସେହିପରି ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲ୍ଟ ଓ ଜଶପ୍ରୀତ ବୁମାରା ମୋଟ 49 ୱିକେଟ ହାତେଇ ପ୍ରଭାବୀ ଯୋଡି ରହିଛନ୍ତି । ଜେମ୍ସ ପାଟିନସନ(11 ୱିକେଟ) ଓ ଲେଗ ସ୍ପିନର ରାହୁଲ ଚହର(15 ୱିକେଟ) ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି ।
-
It's D-Day 💥
— Delhi Capitals (Tweeting from 🇦🇪) (@DelhiCapitals) November 10, 2020 " class="align-text-top noRightClick twitterSection" data="
A shot at glory is here ➡️ Let's get the 🏆, Dilliwalon 💙#MIvDC #Dream11IPL #YehHaiNayiDilli pic.twitter.com/LaC93bNSBp
">It's D-Day 💥
— Delhi Capitals (Tweeting from 🇦🇪) (@DelhiCapitals) November 10, 2020
A shot at glory is here ➡️ Let's get the 🏆, Dilliwalon 💙#MIvDC #Dream11IPL #YehHaiNayiDilli pic.twitter.com/LaC93bNSBpIt's D-Day 💥
— Delhi Capitals (Tweeting from 🇦🇪) (@DelhiCapitals) November 10, 2020
A shot at glory is here ➡️ Let's get the 🏆, Dilliwalon 💙#MIvDC #Dream11IPL #YehHaiNayiDilli pic.twitter.com/LaC93bNSBp
ଦିଲ୍ଲୀ ପାଖରେ ମଧ୍ୟ ଶକ୍ତିଶାଳୀ ବୋଲିଂ ଆଟାକ ରହିଛି । କାଗିସୋ ରବାଡା(29 ୱିକେଟ) ଓ ଆନରିଚ ନର୍ଟଜେ(20 ୱିକେଟ) ସହ ଦମଦାର ଫର୍ମରେ ରହିଛନ୍ତି । ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ (13 ୱିକେଟ), ମାର୍କସ ଷ୍ଟୋଇନିସ (12 ୱିକେଟ) ଓ ବାମହାତୀ ସ୍ପିନର ଅକ୍ସର ପଟେଲ (9 ୱିକେଟ) ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ।
ଅଲରାଉଣ୍ଡର ଷ୍ଟୋଇନିସ ଦିଲ୍ଲୀ ପାଇଁ ଟ୍ରମ୍ପ କାର୍ଡ ହୋଇପାରନ୍ତି । ବୋଲିଂ ସହ ବ୍ୟାଟିଂରେ ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟରେ କମାଲ କରିଛନ୍ତି ଏହି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ।
-
Rohit 🆚 Shreyas ⚔️
— Delhi Capitals (Tweeting from 🇦🇪) (@DelhiCapitals) November 10, 2020 " class="align-text-top noRightClick twitterSection" data="
Mahela 🆚 Ricky 🧠
Mumbai Indians 🆚 Delhi Capitals 💙
THE BIG CLASH FOR THE BIG PRIZE 🏆#MIvDC #Dream11IPL #YehHaiNayiDilli @ShreyasIyer15 @ImRo45 @RickyPonting @MahelaJay pic.twitter.com/HFJHBn8mu8
">Rohit 🆚 Shreyas ⚔️
— Delhi Capitals (Tweeting from 🇦🇪) (@DelhiCapitals) November 10, 2020
Mahela 🆚 Ricky 🧠
Mumbai Indians 🆚 Delhi Capitals 💙
THE BIG CLASH FOR THE BIG PRIZE 🏆#MIvDC #Dream11IPL #YehHaiNayiDilli @ShreyasIyer15 @ImRo45 @RickyPonting @MahelaJay pic.twitter.com/HFJHBn8mu8Rohit 🆚 Shreyas ⚔️
— Delhi Capitals (Tweeting from 🇦🇪) (@DelhiCapitals) November 10, 2020
Mahela 🆚 Ricky 🧠
Mumbai Indians 🆚 Delhi Capitals 💙
THE BIG CLASH FOR THE BIG PRIZE 🏆#MIvDC #Dream11IPL #YehHaiNayiDilli @ShreyasIyer15 @ImRo45 @RickyPonting @MahelaJay pic.twitter.com/HFJHBn8mu8
ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ ବିଭାଗରେ ଶିଖର ଧାୱନ(603 ରନ) ବଡ ମ୍ୟାଚରେ ବଡ ଇଂନିସ ଖେଳାଳି ରହିଛନ୍ତି । ସେହିପରି କ୍ୟାପଟେନ ଶ୍ରେୟସ ଆୟର 454 ରନ ସହ ଫର୍ମରେ ରହିଛନ୍ତି । ଋଷଭ ପନ୍ତ (287 ରନ), ସିମ୍ରନ ହେଟମେୟର(180 ରନ) ମଧ୍ୟ ମଧ୍ୟକ୍ରମରେ ବିସ୍ଫୋରକ ବ୍ୟାଟିଂର ଆଶା ରହିଛି ।
ଉଭୟ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଏଯାବତ 27ଟି ମ୍ୟାଚ ଖେଳାଯାଇଛି । ସେଥିମଧ୍ୟରୁ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ 15ଟିରେ ବାଜିମାତ କରିଛି । ଫଳରେ ବିଜୟର ରେକର୍ଡ ପ୍ରତିଶତରେ ଦିଲ୍ଲୀ ଠାରୁ ମୁମ୍ବାଇ ଆଗରେ ରହିଛି । ମାତ୍ର ଫାଇନାଲ ମ୍ୟାଚ ହୋଇଥିବାରୁ ଓ ପ୍ରଥମ ଟାଇଟେଲ ଲକ୍ଷ୍ୟରେ ଦିଲ୍ଲୀ ରହିଥିବାରୁ ଉଭୟ ଟିମ ବିଜୟ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ସହ ସମସ୍ତ ଶକ୍ତି ପ୍ରୟୋଗ କରିବେ ।
ସ୍କ୍ବାଡ
ମୁମ୍ବାଇ ଇଣ୍ଡିଆନ୍ସ : କ୍ୱିଣ୍ଟନ୍ ଡି କକ୍, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, କିରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଜେମ୍ସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା, ସୌରଭ ତିୱାରୀ, ମିଚେଲ ମାକଲେଘାନ, କ୍ରିସ ଲିନ, ନାଥନ କୁଲଟର ନାଇଲ, ଅନମୋନ ପ୍ରିତ ସିଂ, ଅଙ୍କୁଲ ରୟ, ମୋହସିନ ଖାନ, ସେଫର୍ଣ୍ଣ ରଦରଫୋର୍ଡ, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ , ଧାୱଲ କୁଲକର୍ଣ୍ଣି, ଆଦିତ୍ୟ ତାରେ, ଜୟନ୍ତ ଯାଦବ।
ଦିଲ୍ଲୀ କ୍ୟାପିଟାଲ୍ସ : ପୃଥ୍ବୀ ଶ', ଶିଖର ଧାୱନ, ଶ୍ରେୟସ ଆୟର, ଋଷଭ ପନ୍ତ , ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ, ରବିଚନ୍ଦ୍ରନ ଅଶ୍ବିନୀ, କାଗିସୋ ରବାଡା, ଅନରିଚ ନର୍ଟଜେ, ଅକ୍ସର ପଟେଲ, ହର୍ଷଲ ପଟେଲ, ଇଶାନ୍ତ ଶର୍ମା, ଅଜିଙ୍କ୍ୟ ରାହାଣେ, ମୋହିତ ଶର୍ମା, ଆଲେକ୍ସ କ୍ୟାରୀ, ଅଭେସ ଖାନ, ସନ୍ଦୀପ ଲାମିଚାନେ, କିମୋ ପଲ, ତୁଷାର ଦେଶପାଣ୍ଡେ, ଡାନିଏଲ ସାମ୍ସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ