ETV Bharat / sports

ଆଇପିଏଲ2020: ଗଲି କ୍ରିକେଟରେ ମସଗୁଲ ଧୋନି, ରୋହିତ ଓ ଧଓ୍ବନ

ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗର 13ତମ ସଂସ୍କରଣ ପାଇଁ ନୂତନ ଟାଇଟଲ୍ ପ୍ରଯୋଜକ ଡ୍ରିମ୍ 11 ରହିଛି । ଡ୍ରିମ 11 ଏହି ଟି-20 ଲିଗ ସହ ଯୋଡି ହେବା ପରେ ଭାରତୀୟ ଖେଳାଳିଙ୍କ ସହ ପ୍ରଥମ ବିଜ୍ଞପ୍ତି ରିଲିଜ କରିଛି ।

author img

By

Published : Sep 15, 2020, 3:13 PM IST

ଆଇପିଏଲ2020: ଗଲି କ୍ରିକେଟ ଖେଳୁଛନ୍ତି ଧୋନି, ରୋହିତ ଓ ଧଓ୍ବନ

ହାଇଦ୍ରାବାଦ: କୋରୋନା ମହାମାରୀ କାରଣରୁ ଚଳିତବର୍ଷ ଆଇପିଏଲ ୟୁଏଇରେ ଆୟୋଜିତ ହେଉଛି । ଏହି ଲିଗ୍‌ର ଆରମ୍ଭକୁ ଆଉ ରହିଲା ମାତ୍ର 3ଦିନ । ଏପଟେ ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗର 13 ତମ ସଂସ୍କରଣ ପାଇଁ ନୂତନ ଟାଇଟଲ୍ ପ୍ରଯୋଜକ ଡ୍ରିମ୍ 11 ରହିଛି । ଡ୍ରିମ 11 ଏହି ଟି-20 ଲିଗ ସହ ଯୋଡି ହେବା ପରେ ଭାରତୀୟ ଖେଳାଳିଙ୍କ ସହ ପ୍ରଥମ ବିଜ୍ଞପ୍ତି ରିଲିଜ କରିଛି ।

ଆଉ ଏହି ବିଜ୍ଞପ୍ତିରେ ଏମଏସ ଧୋନି, ରୋହିତ ଶର୍ମା, ଶିଖର ଧଓ୍ବନ, ଜସପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଓ ପନ୍ତ ରହିଛନ୍ତି । ତେବେ ଏହି 45ସେକେଣ୍ଡ ଭିଡିଓରେ କ୍ରିକେଟରମାନେ ଗ୍ରାଉଣ୍ଡରେ ନୁହେଁ, ଏକ ଗଳି ରାସ୍ତାରେ ଖେଳୁଥିବାର ଦେଖିବାକୁ ମିଳିଛି ।

ତେବେ ଏହି ଭିଡିଓଟିକୁ ଧଓ୍ବନ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଏହି ବିଜ୍ଞପ୍ତିରେ ଗଲି କ୍ରିକେଟର ଝଲକ ଦେଖିବାକୁ ମିଳିଛି । ଯେମିତି ଚୌକିକୁ ଓ୍ବିକେଟ ବନେଇ ଖେଳିବା, କଲୋନୀ ଲୋକଙ୍କୁ କ୍ରିକେଟ ଖେଳିବା ଦ୍ବାରା ଅସୁବିଧା ହେବା, ଖେଳିବାବେଳେ ନାଳରେ ବଲ ପଡିଯିବା ଓ ଖେଳରେ ଚିଟିଙ୍ଗ କରିବା ଦୃଶ୍ୟ ରହିଛି । ଯାହା ସମସ୍ତେ ଛୋଟବେଳେ ଅନୁଭବ କରିଥାନ୍ତି । ତେବେ ଚଳିତବର୍ଷ ଡ୍ରିମ11 ଆଇପିଏଲର ଥିମ ଗେମ ରହିଛି ' ୟୈ ଅପନା ଗେମ ହେ' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.