ETV Bharat / sports

ଆଇପିଏଲ 2020: ମୁମ୍ବାଇ ସାମ୍ନାରେ 202 ରନର ଟାର୍ଗେଟ ରଖିଲା ଆରସିବି

author img

By

Published : Sep 28, 2020, 9:40 PM IST

ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଟିମ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ ହରାଇ 201 ରନ ସଂଗ୍ରହ କରିଛି । ଫଳରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ 202 ରନର ବିଜୟ ଲକ୍ଷ୍ୟ ରହିଛି ।

IPL 2020: de Villiers, Padikkal, Dubey guide RCB past 200 vs MI
ଆଇପିଏଲ 2020: ମୁମ୍ବାଇକୁ ସାମ୍ନାରେ 202 ରନର ଟାର୍ଗେଟ ରଖିଲା ଆରସିବି

ଦୁବାଇ: ଆଇପିଏଲର 10 ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଟିମ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ ହରାଇ 201 ରନ ସଂଗ୍ରହ କରିଛି । ଫଳରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ 202 ରନର ବିଜୟ ଲକ୍ଷ୍ୟ ରହିଛି ।

IPL 2020: de Villiers, Padikkal, Dubey guide RCB past 200 vs MI
ଦେବଦତ୍ତ ପାଦିକଲ

ଆରସିବିର ଦୁଇ ଓପନର ଦେବଦତ୍ତ ପାଦିକଲ ଓ ଆରୋନ ଫିଞ୍ଚ ଦମଦାର ଆରମ୍ଭ କରିଥିଲେ । ଉଭୟ ପ୍ରଥମ ୱିକେଟ ଯୋଡିରେ 81 ରନ ଯୋଡିଥିଲେ । ତେବେ ପ୍ରଥମ ୱିକେଟ ଭାବେ ଫିଞ୍ଚ 35 ବଲରୁ 7 ଚୌକା ଓ ଗୋଟିଏ ସହାୟତାରେ 52 ରନ କରି ଆଉଟ ହୋଇଥିଲେ । ଅନ୍ୟତମ ଓପନର ପାଦିକଲ ମଧ୍ୟ 40 ବଲରୁ 5 ଚୌକା ଓ ଦୁଇଟି ଛକା ସହାୟତାରେ 54 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

ମାତ୍ର କ୍ୟାପଟେନ ବିରାଟ କୋହଲିଙ୍କ ଫ୍ଲପ ଶୋ କ୍ରମାଗତ 3ୟ ମ୍ୟାଚରେ ଜାରି ରହିଛି । ମାତ୍ର 3 ରନ କରି ବିରାଟ ପ୍ୟାଭିଲିୟନ ଫେରିଛନ୍ତି ।

ଏବି ଡି ଭିଲିୟର୍ସ

ଅନ୍ୟପଟେ ବାଙ୍ଗାଲୋର ବ୍ୟାଟିଂର ହିରୋ ସାଜିଥିଲେ ଭେଟେରାନ ଏବି ଡି ଭିଲିୟର୍ସ । ବିସ୍ପୋରକ ବ୍ୟାଟିଂ ସହ 24 ବଲରୁ 4 ଚୌକା ଓ 4 ଛକା ସହାୟତାରେ ଦଳ ପାଇଁ ଉପଯୋଗୀ 55 ରନର ଇଂନିସ ଖେଳିଛନ୍ତି । ଅଲରାଉଣ୍ଡର ଶିବମ ଦୁବେ ମଧ୍ୟ ଡିଭିଲିୟର୍ସଙ୍କ ଭରପୁର ସାଥ ଦେଇଥିଲେ । ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 10 ବଲରୁ 3 ଛକା ଓ ଗୋଟିଏ ଚୌକା ବଳରେ ଆରସିବିର ସ୍କୋରକୁ 200 ପାର କରାଇଥିଲେ ।

ଅନ୍ୟପଟେ ମୁମ୍ବାଇ ପକ୍ଷରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିବା ଟ୍ରେଣ୍ଟ ବୋଲ୍ଟ 4 ଓଭରରେ 34 ବ୍ୟୟରେ 2ଟି ୱିକେଟ ହାସଲ କରିଛନ୍ତି । ରାହୁଲ ଚହରଙ୍କୁ ଗୋଟିଏ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.