ETV Bharat / sports

ଡବଲହେଡର ପ୍ରଥମ ମ୍ୟାଚ: ମୁମ୍ବାଇ- ଦିଲ୍ଲୀ ଟକ୍କର

author img

By

Published : Oct 31, 2020, 3:12 PM IST

Updated : Oct 31, 2020, 7:50 PM IST

ଶନିବାର ଡବଲହେଡର 1ମ ମ୍ୟାଚ ଦୁବାଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଲିଗ୍‌ର ଏହି 51ତମ ମ୍ୟାଚରେ ଦିଲ୍ଲୀ ନିଜର ଜୋର୍‌ ଲଗାଇ ଦେବ ବିଜୟ ହାସଲ କରି ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିବାକୁ ।

ଡବଲହେଡର 1ମ ମ୍ୟାଚ: ମୁମ୍ବାଇ- ଦିଲ୍ଲୀ ଟକ୍କର
ଡବଲହେଡର 1ମ ମ୍ୟାଚ: ମୁମ୍ବାଇ- ଦିଲ୍ଲୀ ଟକ୍କର

ଦୁବାଇ: ଶନିବାର ଡବଲହେଡର 1ମ ମ୍ୟାଚ ଦୁବାଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଲିଗ୍‌ର ଏହି 51ତମ ମ୍ୟାଚରେ ଦିଲ୍ଲୀ ନିଜର ଜୋର୍‌ ଲଗାଇ ଦେବ ବିଜୟ ହାସଲ କରି ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିବାକୁ । ଅନ୍ୟପଟେ ପ୍ଲେଅଫ୍‌ରେ ମୁମ୍ବାଇ ନିଜ ସ୍ଥାନ ପକ୍କା କରି ସାରିଛି ।

ଡବଲହେଡର ପ୍ରଥମ ମ୍ୟାଚ: ମୁମ୍ବାଇ- ଦିଲ୍ଲୀ ଟକ୍କର

ବର୍ତ୍ତମାନ ଦିଲ୍ଲୀ 14ପଏଣ୍ଟ ସହ ପଏଣ୍ଟ ଟେବୁଲର 3ୟ ସ୍ଥାନରେ ରହିଛି । ଆଜି ମୁମ୍ବାଇକୁ ମାତ୍‌ ଦେଲେ ଦିଲ୍ଲୀ 16ଅଙ୍କ ପାଇବ ଓ ପ୍ଲେଅଫ୍‌ରେ ଏଣ୍ଟ୍ରି ମାରିବ । ଅନ୍ୟପଟେ ମୁମ୍ବାଇ ଚାହିଁବ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷ -2 ମଧ୍ୟରେ ସ୍ଥାନ ରବିବାକୁ । କାରଣ ଫ୍ଲେଅଫର କ୍ବାଲିଫାୟର-1ରେ ଯଦି ହାରିଗଲେ ବି କ୍ବାଲିଫାୟର-2ରେ ଖେଳିବାକୁ ସୁଯୋଗ ମିଳିବ । ଫଳରେ ସେହି ମ୍ୟାଚକୁ ଜିତି ଫାଇନାଲରେ ପ୍ରବେଶ କରି ପାରିବ ।

ମୁମ୍ବାଇ ତା'ର ପୂର୍ବ 3ଟି ମ୍ୟାଚ ରୋହିତ ଶର୍ମାଙ୍କ ବିନା ଖେଳିଛି । ତାଙ୍କ ସ୍ଥାନର ପୋଲାର୍ଡ ଟିମର ଭାର ସମ୍ଭାଳିଛନ୍ତି । ଇଶାନ କିଶାନ, ସୂର୍ଯ୍ୟ କୁମାର ସାନଦାର ଫର୍ମରେ ରହିଛନ୍ତି । ହାର୍ଦ୍ଦିକ ବି ଫର୍ମରେ ରହିଛନ୍ତି । ସେହିପରି ପୋଲାର୍ଡ ଓ କୃଣାଳ ବି ରନ୍‌ କରୁଛନ୍ତି । କିନ୍ତୁ ଦେଖିବାକୁ ବାକି ରହିଲା ଦିଲ୍ଲୀର ବୋଲରଙ୍କ ସାମ୍ନା କେତେ ଦୂର କରି ପାରୁଛନ୍ତି ।

ଦିଲ୍ଲୀର ବୋଲିଂ ଓ ବ୍ୟାଟିଂ ବିଭାଗ ବେଶ୍‌ ମଜବୁତ ରହିଛି । କିନ୍ତୁ ପୂର୍ବ ମ୍ୟାଚରେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡିଛି । ଦିଲ୍ଲୀ ଚାହିଁବ ପୁଣି ବିଜୟ ଧାରାକୁ ଫେରିବା ପାଇଁ । ଦିଲ୍ଲୀର ବ୍ୟାଟିଂ ବିଭାଗ ଧଓ୍ବନ, ଆୟର , ଷ୍ଟୋନିସ, ପନ୍ତ ଓ ହେଟମାୟରଙ୍କ ଉପରେ ନିର୍ଭର । ବୋଲିଂ ବିଭାଗରେ ରବାଡା, ତୁଷାର ଦେଶପାଣ୍ଡେ, ଏନରିକ, ଆର ଅଶ୍ବିନ ଓ ଅକ୍ଷର ପଟେଲ ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଇ ପାରନ୍ତି ।

ତେବେ ଆଜିର ଶନିବାର ଦର୍ଶକଙ୍କୁ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ ।

Last Updated : Oct 31, 2020, 7:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.