ETV Bharat / sports

IPL 2020: ମୁମ୍ବାଇ ବୋଲରଙ୍କ ଘାତକ ବୋଲିଂ, ସୁପର କିଙ୍ଗସ୍ 114 /9 - ଆଇପିଏଲ 2020 ମ୍ୟାଚ 41

ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ ମାତ୍ର 114 ରନ ସଂଗ୍ରହ କରିପାରିଛି । ଫଳରେ ମୁମ୍ବାଇ ସାମ୍ନାରେ 115 ରନର ବିଜୟ ଲକ୍ଷ୍ୟ ରହିଛି ।

IPL 2020: CSK set target of 115 runs to MI
ଆଇପିଏଲ 2020: ମୁମ୍ବାଇ ବୋଲରଙ୍କ ଘାତକ ବୋଲିଂ, ସୁପର କିଙ୍ଗ୍ସ 114 /9
author img

By

Published : Oct 23, 2020, 9:36 PM IST

ଶାରଜା: ଆଇପିଏଲର 41ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେଉଛି । ଟସ ଜିତି ପ୍ରଥମେ ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେବା ସହ, ସିଏସକେକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ।

IPL 2020: CSK set target of 115 runs to MI
ସାମ କରନ

ତେବେ ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ ମାତ୍ର 114 ରନ ସଂଗ୍ରହ କରିପାରିଛି । ଫଳରେ ମୁମ୍ବାଇ ସାମ୍ନାରେ 115 ରନର ବିଜୟ ଲକ୍ଷ୍ୟ ରହିଛି ।

ମୁମ୍ବାଇ ଇଣ୍ଡିଆନ୍ସ

ଇଂନିସ ଆରମ୍ଭରେ ଘୋର ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ସିଏସକେ । ଟପ ଅର୍ଡରର ପ୍ରଥମ 4ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । ମାତ୍ର 43 ରନରେ 7 ୱିକେଟ ହରାଇ ସଂକଟରେ ପଡିଥିଲା ଦଳ । ଅଲରାଉଣ୍ଡର ସାମ କରନ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବା ସହ ଦଳୀୟ ସ୍କୋର 100 ପାର କରାଇଥିଲେ । ଏଥିସହ 47 ବଲରୁ 4 ଚୌକା ଓ 2 ଛକା ସହାୟତାରେ 52 ରନର ଇନିଂସ ଖେଳିଥିଲେ । କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ମାତ୍ର 16 ରନ କରିପାରିଥିଲେ ।

ଜଶପ୍ରୀତ ବୁମରା

ଅନ୍ୟପଟେ ମୁମ୍ବାଇ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଟ୍ରେଣ୍ଟ ବୋଲ୍ଟ 4 ଓଭରରେ ଗୋଟିଏ ମେଡେନ ସହ 18 ରନ ବ୍ୟୟରେ 4ଟି ୱିକେଟ ଅକ୍ତିଆର କରିଛନ୍ତି । ଜଶପ୍ରୀତ ବୁମରା 2ଟି, ରାହୁଲ ଚହର 2ଟି ଓ ନାଥନ କୁଲଟର-ନାଇଲ ଗୋଟିଏ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.