ETV Bharat / sports

ଆଇପିଏଲ 2020: ବୋଲ୍ଟ-ବୁମରାଙ୍କ ଘାତକ ବୋଲିଂ, ଦିଲ୍ଲୀ 110/9ରେ ସୀମିତ

author img

By

Published : Oct 31, 2020, 5:40 PM IST

ନିର୍ଧାରିତ 20 ଓଭରରେ 9 ୱିକେଟ ହରାଇ ମାତ୍ର 110 ରନ ସଂଗ୍ରହ କରିପାରିଛି । ଫଳରେ ମୁମ୍ବାଇ ସାମ୍ନାରେ 111ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2020: Boult, Bumrah restrict Delhi to 110/9
ଆଇପିଏଲ 2020: ବୋଲ୍ଟ-ବୁମରାଙ୍କ ଘାତକ ବୋଲିଂ, ଦିଲ୍ଲୀ 110/9ରେ ସୀମିତ

ଦୁବାଇ: ଆଇପିଏଲର 51 ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ମୁମ୍ବାଇ କ୍ୟାପଟେନ କିରଣ ପୋଲାର୍ଡ ।

ପରେ କ୍ୟାପଟେନ ପୋଲାର୍ଡଙ୍କ ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଛନ୍ତି ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇର ବୋଲର । ଦିଲ୍ଲୀର କୌଣସି ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ ଖେଳିବାର ସୁଯୋଗ ଦେଇନଥିଲେ ।

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ, ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା ଶ୍ରେୟସ ଆୟରଙ୍କ ଟିମ । ଫଳରେ ନିର୍ଧାରିତ 20 ଓଭରରେ 9 ୱିକେଟ ହରାଇ ମାତ୍ର 110 ରନ ସଂଗ୍ରହ କରିପାରିଛି । ଫଳରେ ମୁମ୍ବାଇ ସାମ୍ନାରେ 111ର ବିଜୟ ଲକ୍ଷ୍ୟ ରହିଛି ।

ଟ୍ରେଣ୍ଟ ବୋଲ୍ଟ

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କ୍ୟାପଟେନ ଶ୍ରେୟସ ଆୟର ସର୍ବାଧିକ 25 ରନର ଇଂନିସ ଖେଳିଛନ୍ତି । ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ 21 ରନର ଯୋଗଦାନ କରିଛନ୍ତି । ଓପନର ଶିଖର ଧାୱନ ବିନା କୌଣସି ରନ କରିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ । ପୃଥ୍ବୀ ଶ 10, ସିମ୍ରନ ହେଟମେୟର 11ରନ କରିବା ସହ ଫେଲ୍ ମାରିଛନ୍ତି । ଶେଷ ଭାଗର ବୋଲର କାଗିସୋ ରବାଡା 12 ରନ ସହ ଟିମର ସ୍କୋର 100 ପାର କରାଇଥିଲେ ।

ମୁମ୍ବାଇ ପକ୍ଷରୁ ଦୁଇ ପ୍ରମୁଖ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଜଶପ୍ରୀତ ବୁମରା ପୁନର୍ବାର ଘାତକ ପ୍ରଦର୍ଶନ କରିଛନ୍ତି । ଉଭୟ 3ଟି ଲେଖାଏଁ ୱିକେଟ ଅକ୍ତିଆର କରିବା ସହ ଦିଲ୍ଲୀ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ନାଥନ-କୁଲଟର ନାଇଲ ଓ ରାହୁଲ ମଧ୍ୟ ଗୋଟିଏ ଲେଖାଏଁ ଶିକାର କରିଥିଲେ । ଫଳରେ ମାତ୍ର 110 ରନରେ ସୀମିତ ରହିଛି ଦିଲ୍ଲୀ ଇଂନିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.