ETV Bharat / sports

ଚେନ୍ନାଇ ଚିତପଟାଙ୍ଗ, ଦଶ ୱିକେଟରେ ବିଜୟୀ ମୁମ୍ବାଇ ଇଣ୍ଡିଆନ୍ସ - ଆଇପିଏଲ 2020

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲର 41ତମ ମ୍ୟାଚରେ 10 ୱିକେଟରେ ଜିତିନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ:

IPL 2020: another defeat for CSK, MI won by 10 wickets
ଚେନ୍ନାଇ ଚିତପଟାଙ୍କ, ଦଶ ୱିକେଟରେ ବିଜୟୀ ମୁମ୍ବାଇ ଇଣ୍ଡିଆନ୍ସ
author img

By

Published : Oct 23, 2020, 10:55 PM IST

ଶାରଜାହ: ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲର 41ତମ ମ୍ୟାଚରେ 10 ୱିକେଟରେ ଜିତିନେଇଛି ମୁମ୍ବାଇ ଇଣ୍ଡିଆନ୍ସ । 115 ରନର ସହଜସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇକୁ ବିଜୟ ଭେଟିଦେଇଛନ୍ତି ଦୁଇ ଓପନର କ୍ବିଣ୍ଟନ ଡି କକ୍ ଓ ଇସାନ କିଶନ । ଉଭୟଙ୍କ ମଧ୍ୟରେ ଅପରାଜିତ 116 ରନର ପାର୍ଟନରସିପ ହୋଇଛି ।

IPL 2020: another defeat for CSK, MI won by 10 wickets
ଦଶ ୱିକେଟରେ ବିଜୟୀ ମୁମ୍ବାଇ ଇଣ୍ଡିଆନ୍ସ

37 ବଲରୁ 5 ଚୌକା ଓ 2ଛକା ସହାୟତାରେ ଡି କକ୍ 46 ରନ ଓ ଇଶାନ କିଶନ 37 ବଲରୁ 6ଚୌକା ଓ 5 ଛକା ସହାୟତାରେ 68 ରନର ଅପରାଜିତ ଇଂନିସ ଖେଳିଛନ୍ତି ।

ଇଶାନ କିଶନ

ପୂର୍ବରୁ ମୁମ୍ବାଇର ବୋଲର ମଧ୍ୟ କମାଲ କରିଥିଲେ । ଟ୍ରେଣ୍ଟ ବୋଲ୍ଡ 4ଟି ୱିକେଟ, ଜଶପ୍ରୀତ ବୁମରା 2ଟି ଓ ରାହୁଲ ଚହର 2ଟି ୱିକେଟ ହାସଲ କରି ଚେନ୍ନାଇ ଇଂନିସକୁ ମାତ୍ର 114 ରନରେ ଶେଷ କରିଥିଲେ ।

ସୁପର କିଙ୍ଗ୍ସ ପକ୍ଷରୁ ଅଲରାଉଣ୍ଡର ସାମ କରନ ଏକମାତ୍ର 52 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଇଂନିସ ଆରମ୍ଭରେ ଘୋର ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ସିଏସକେ । ଟପ ଅର୍ଡରର ପ୍ରଥମ 4ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । ମାତ୍ର 43 ରନରେ 7 ୱିକେଟ ହରାଇ ସଂକଟରେ ପଡିଥିଲା ଦଳ । ମାତ୍ର ଅଲରାଉଣ୍ଡର ସାମ କରନ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବା ସହ ଦଳୀୟ ସ୍କୋର 100 ପାର କରାଇଥିଲେ । ଏଥିସହ 47 ବଲରୁ 4 ଚୌକା ଓ 2 ଛକା ସହାୟତାରେ 52 ରନର ଇନିଂସ ଖେଳିଥିଲେ । କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ମାତ୍ର 16 ରନ କରିପାରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.