ETV Bharat / sports

7.30ରୁ ଆରମ୍ଭ ହେବ ଆଇପିଏଲ ପ୍ଲେ-ଅଫ ଓ ଫାଇନାଲ - playoffs

30ମିନିଟ ପୂର୍ବରୁ ଆରମ୍ଭ ହେବ ଆଇପିଏଲର ପ୍ଲେ-ଅଫ ଓ ଫାଇନାଲ ମ୍ୟାଚ । ଅର୍ଥାତ ସଂନ୍ଧ୍ୟା 8ଟା ପରିବର୍ତ୍ତେ ସଂନ୍ଧ୍ୟା 7.30ରୁ ଆରମ୍ଭ ହେବ ମ୍ୟାଚ । ଆଗାମୀ ମେ 7ତାରିଖରେ ଚେନ୍ନାଇରେ ଖେଳାଯିବ ଏହି ମ୍ୟାଚ।

ଫଟୋ ସୌଜନ୍ୟ- ଟ୍ବିଟର @ipl
author img

By

Published : Apr 30, 2019, 3:25 AM IST

ମୁମ୍ବାଇ: ଆଇପିଏଲର ଚଳିତ ସଂସ୍କରଣ ରୋମାଞ୍ଚକ ମୋଡରେ ପହଁଚି ସାରିଛି । ତେବେ ସଂଧ୍ୟା 8ଟାରୁ ଆରମ୍ଭ ହେଉଛି ଆଇପିଏଲର ଲିଗ୍‌ ମ୍ୟାଚ । ମାତ୍ର ଆଗାମୀ ପ୍ଲେ-ଅଫ ଓ ଫାଇନାଲ ପାଇଁ ସମୟ ପରିବର୍ତ୍ତନ ହୋଇଛି । 30ମିନିଟ ପୂର୍ବରୁ ଆରମ୍ଭ ହେବ ଆଇପିଏଲର ପ୍ଲେ-ଅଫ ଓ ଫାଇନାଲ ମ୍ୟାଚ । ଅର୍ଥାତ ସଂନ୍ଧ୍ୟା 8ଟା ପରିବର୍ତ୍ତେ ସଂନ୍ଧ୍ୟା 7.30ରୁ ଆରମ୍ଭ ହେବ ମ୍ୟାଚ । ତେବେ ପ୍ରସାରଣ ସମୟ ମଧ୍ୟ ସମାନ 7.30 ରହିବ ।

ସୂଚନାଥାଉ କି ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚ ଆଗାମୀ ମେ 7ତାରିଖରେ ଚେନ୍ନାଇରେ ଖେଳାଯିବ। ଯାହାକି ଭାରତୀୟ ସମୟାନୁସାରେ ସଂନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ସେହିପରି ଏଲିମିନେଟର ମେ 8 ଓ 2ୟ କ୍ବାଲିଫାୟର ମେ 10 ତାରିଖରେ ଖେଳାଯିବ । ତେବେ ମେ 12 ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଯାହାକି ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଯାହାକି ସଂନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବ।

ସେହିପରି ମହିଳା ଆଇପିଏଲ ପାଇଁ ମଧ୍ୟ ସମୟ ଘୋଷଣା କରିଛି ବିସିସିଆଇ । ମେ ୬, ୯ ଓ ୧୧ ତାରିଖରେ ହେବାକୁ ଥିବା ମ୍ୟାଚ୍ ସଂନ୍ଧ୍ୟା ୭.୩୦ରେ ଆରମ୍ଭ ହେବ । ୮ ତାରିଖରେ ହେବାକୁଥିବା ଦ୍ୱିତୀୟ ମ୍ୟାଚ୍ ଅପରାହ୍ଣ ୩.୩୦ରେ ଖେଳାଯିବ । ସୂଚନାଯୋଗ୍ୟ, ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ମିତାଲୀ ରାଜ ଯଥାକ୍ରମେ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଯଥାକ୍ରମେ ସୁପରନୋଭାଜ୍, ଟ୍ରାଏଲବ୍ଲେଜର୍ସ ଓ ଭେଲୋସିଟି ଟିମର ନେତୃତ୍ୱ ନେବେ ।

ଏହି ତିନୋଟି ଟିମ୍ ମଧ୍ୟରେ ୪ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଭାରତୀୟ ଖେଳାଳିଙ୍କ ବ୍ୟତିତ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଖେଳାଳି ଭାଗ ନେବେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.