ETV Bharat / sports

ଆଇପିଏଲ 14: ହ୍ୟାଟ୍ରିକ ଟ୍ରଫି ଲକ୍ଷ୍ୟରେ ମୁମ୍ବାଇ, ପ୍ରଥମ ଆଶାରେ ଆରସିବି

author img

By

Published : Apr 8, 2021, 6:34 PM IST

ପ୍ରଥମ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ...

IPL-14: Mighty Mumbai aim hat-trick, Kohli's RCB hope to change its fortunes this season
ଆଇପିଏଲ 14: ହାଟ୍ରିକ ଟ୍ରଫି ଲକ୍ଷ୍ୟରେ ମୁମ୍ବାଇ, ପ୍ରଥମ ଆଶାରେ ଆରସିବି

ଚେନ୍ନାଇ: ଆସନ୍ତାକାଲି(ଶୁକ୍ରବାର) ଠାରୁ ଆରମ୍ଭ ହେଉଛି ବିଶ୍ବର ଶ୍ରେଷ୍ଠ ବିତ୍ତଶାଳୀ ଟି20 ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ର 14ତମ ସଂସ୍କରଣ । କୋରୋନା କଟକଣା ଯୋଗୁଁ ଷ୍ଟାଡିୟମରେ ନିଜ ପସନ୍ଦର ଟିମର ବିଜୟ ଖୁସି ମନାଇପାରିବେନି ଫ୍ୟାନ୍ସ । ତେବେ କଟକଣା ସତ୍ତ୍ବେ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍‌କୁ ନେଇ ଉତ୍ସାହିତ ବିଶ୍ବ କ୍ରୀଡାଜଗତ । ଶ୍ରେଷ୍ଠ ବନାମ ଶ୍ରେଷ୍ଠ ମଧ୍ୟରେ ହେବ ଘମାଘୋଟ ଲଢେଇ । ଗୋଟିଏ ବଲ୍‌ରେ ବଦଳିବ ବିଜୟର ସମୀକରଣ । ଛକାଚୌକାର ବର୍ଷାରେ, କମ୍‌ ହେବ ବିଜୟର ବ୍ୟବଧାନ । ଅଭିଜ୍ଞଙ୍କ ଅନୁଭୂତିର କମାଲ ଦେଖିବାକୁ ମିଳିତ ତ ନବାଗତଙ୍କ ନୂଆ ଅନ୍ଦାଜ ।

ପ୍ରଥମ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ମୁହାଁମୁହିଁ ହେବେ ଭାରତୀୟ କ୍ରିକେଟର ଦୁଇ ମହାରଥୀ ରୋହିତ ଶର୍ମା ଓ ବିରାଟ କୋହଲି । ଜୈବ ସୁରକ୍ଷା ବଳୟରେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।

ତେବେ ଆଇପିଏଲର ଦୁଇଟି ସଂସ୍କରଣ 5 ମାସର ବ୍ୟବଧାନ ମଧ୍ୟରେ ଖେଳାଯାଉଥିବାରୁ ଫ୍ରାଞ୍ଚାଇଜଙ୍କ ପାଇଁ ସବୁକିଛି ସହଜ ହୋଇନି । ମାତ୍ର ଅଗଣିତ ଆଇପିଏଲ ଫ୍ୟାନ୍ସ, କୋରୋନାର ଦ୍ବିତୀୟ ଲହରରେ ଦୈନିକ ସଂକ୍ରମଣ ଲକ୍ଷେରୁ ଅଧିକ ଥିବାବେଳେ, ଛକା ଚୌକାର ବର୍ଷା, ପସନ୍ଦର ଖେଳାଳିଙ୍କ ବିସ୍ଫୋରକ ବ୍ୟାଟିଂ, ବୋଲିଂ ଓ ନୂଆ ପ୍ରତିଭାଙ୍କ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ଆଗାମୀ ସାତ ସପ୍ତାହ ପାଇଁ ସ୍ବାଗତ କରିବାକୁ ଯାଉଛନ୍ତି ।

ୟୁଏଇରେ ଖେଳାଯାଇଥିବା ଗତ ସଂସ୍କରଣର ଆଇପିଏଲ ଚ଼ମ୍ପିଆନ ରହିଥିବା ମୁମ୍ବାଇ ସ୍ଥିର ପ୍ରଦର୍ଶନ ସହ ପୁଣି ଏହି ସଂସ୍କରଣରେ ଟାଇଟେଲ ବିଜୟର ପ୍ରବଳ ଦାବିଦାର ରହିଛି । ଦଳରେ କ୍ୟାପଟେନ ରୋହିତ ଶର୍ମା, କ୍ବିଣ୍ଟନ ଡି କକ୍‌, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବଙ୍କ ସହ ଭାରତୀୟ ବିସ୍ଫୋରକ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁଣାଳ ପାଣ୍ଡ୍ୟା, କାରବିୟନ ଅଲରାଉଣ୍ଡର କିରଣ ପୋଲାର୍ଡଙ୍କୁ ନେଇ ଦୁର୍ଦ୍ଦଶ ବ୍ୟାଟିଂ ଲାଇନଅପ ରହିଛି । ଅନ୍ୟପଟେ ଘାତକ ଭାରତୀୟ ବୋଲର ଜଶପ୍ରୀତ ବୁମରା, ନ୍ୟୁଜିଲାଣ୍ଡ ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ , ରାହୁଲ ଚହରଙ୍କୁ ନେଇ ଶକ୍ତିଶାଳୀ ବୋଲିଂ ଲାଇନଅପ ରହିଛି ।

ଅନ୍ୟପଟେ କୋହଲିଙ୍କ ଆରସିବି ମଧ୍ୟ ମିନି ନିଲାମିରେ ଶକ୍ତି ସଂଗ୍ରହ କରିଛି । ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଳେନ ମାକ୍ସୱେଲଙ୍କୁ ସ୍କ୍ବାଡକୁ ସାମିଲ କରି ପ୍ରତିପକ୍ଷଙ୍କ ପାଇଁ ଆହ୍ବାନ ହୋଇଛି ଆରସିବି । ଏବି ଡି ଭିଲିୟର୍ସ, ବିରାଟ କୋହଲି, ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଦେବଦତ୍ତ ପାଡିକ୍କଲ ବ୍ୟାଟିଂ ବିଭାଗ ସମ୍ଭାଳିବେ । କିୱି ଷ୍ଟାର କେମ ଜେମିଏସନ ମଧ୍ୟ ଧମାକା କରିପାରନ୍ତି । ମହମ୍ମଦ ସିରାଜ, ନବଦୀପ ସାଇନି, ୟୁଜଭେନ୍ଦ୍ର ଚହଲ ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.