ETV Bharat / sports

ଆଇପିଏଲ 2020: ସ୍ପଷ୍ଟ କଲା ବିସିସିଆଇ, 2 ଖେଳାଳି କୋରୋନା ପଜିଟିଭ

ଆଇପିଏଲ 2020 ପାଇଁ ୟୁଏଇରେ ଥିବା ସଦସ୍ୟଙ୍କ ମଧ୍ୟରୁ ଦୁଇଜଣ ଖେଳାଳିଙ୍କ ସମେତ 13ଜଣ ସଦସ୍ୟ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ଶନିବାର ଘୋଷଣା କରାଯାଇଛି ।

author img

By

Published : Aug 29, 2020, 7:40 PM IST

IPL 13: Two cricketers are COVID-19 positive, confirms BCCI
ଆଇପିଏଲ 2020: ସ୍ପଷ୍ଟ କଲା ବିସିସିଆଇ, ଦୁଇ ଖେଳାଳି କୋରୋନା ପଜିଟିଭ

ମୁ୍ମ୍ବାଇ: ଆଇପିଏଲ 2020 ପାଇଁ ୟୁଏଇରେ ସମସ୍ତ ଫ୍ରାଞ୍ଚାଇଜର ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ଯରୁ ଦୁଇଜଣ ଖେଳାଳିଙ୍କ ସମେତ 13ଜଣ ସଦସ୍ୟ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ଶନିବାର ଘୋଷଣା କରାଯାଇଛି ।

IPL 13: Two cricketers are COVID-19 positive, confirms BCCI
ଆଇପିଏଲ 2020

ତେବେ କେଉଁ ଟିମରୁ କେତେ ଜଣ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ତାହା ସ୍ପଷ୍ଟ କରିନାହିଁ ବୋର୍ଡ । ଖେଳାଳି ଓ ଷ୍ଟାଫଙ୍କ ପରିଚୟ ଏଯାଏଁ ଖୁଲାସା କରାଯାଇନାହିଁ ।

"2 ଜଣ ଖେଳାଳିଙ୍କ ସମେତ 13ଜଣ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ସଦସ୍ୟ ଓ ସେମାନଙ୍କର ସଂସ୍ପର୍ଶରେ ଆସିଥିବା ସଦସ୍ୟଙ୍କୁ ଅନ୍ୟ ସଦସ୍ୟଙ୍କ ଠାରୁ ଅଲଗା ରଖାଯାଇଛି । ଆଇପିଏଲର ମେଡିକାଲ ଟିମ ଦ୍ବାରା ସେମାନଙ୍କ ଉପରେ ନଜର ରଖାଯାଇଛି ।" ଏକ ଅଫିସିଆଲ ଘୋଷଣାନାମାରେ ବିସିସିଆଇ ପକ୍ଷରୁ ଏହା କୁହାଯାଇଛି ।

ଅଗଷ୍ଟ 20ରୁ 28 ତାରିଖ ମଧ୍ୟରେ ମୋଟ 1,988 RT-PCR ଟେଷ୍ଟ କରାଯାଇଛି । ଏଥିରେ ଖେଳାଳି ସପୋର୍ଟ ଷ୍ଟାଫ, ଟିମ ମ୍ୟାନେଜମେଣ୍ଟ ବିସିସିଆଇ ଷ୍ଟାଫ, ଆଇପିଏଲ ପରିଚାଳନା ଟିମ, ହେଟେଲ ଷ୍ଟାଫ, ଗ୍ରାଉଣ୍ଡ ଓ ଟ୍ରାନ୍ସପୋର୍ଟ ଷ୍ଟାଫ ରହିଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

  • 🚨 BCCI Statement - COVID -19 Testing

    ▪️ 13 personnel have tested +ve, 2 of them are players
    ▪️ A total of 1988 RT-PCR Tests have been conducted between Aug 20-28
    ▪️ All affected personnel & their close contacts are asymptomatic and have been isolated.

    — IndianPremierLeague (@IPL) August 29, 2020 " class="align-text-top noRightClick twitterSection" data=" ">

ତେବେ ଡ୍ରିମ-11 ଆଇପିଏଲ 2020 ପାଇଁ ଏକ ସ୍ବାସ୍ଥ୍ୟ ଓ ସୁରକ୍ଷା କଟକଣା ଲାଗୁ କରିଛି । ଏହା ଅନୁଯାୟୀ, ଆଇପିଏଲ ସିଜିନ ମଧ୍ୟରେ ନିୟମିତ ବ୍ୟବଧାନରେ ସମସ୍ତ ଅଂଶଗ୍ରହଣକାରୀଙ୍କ କୋଭିଡ-19 ଟେଷ୍ଟ ଜାରି ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.