ETV Bharat / sports

ଆଇପିଏଲ 2020: ଶାରଜାହ ମ୍ୟାଚକୁ ହାତେଇଲା ହାଇଦ୍ରାବାଦ, ହାସଲ କଲା 4ର୍ଥ ସ୍ଥାନ

author img

By

Published : Nov 1, 2020, 8:56 AM IST

Updated : Nov 1, 2020, 11:58 AM IST

ଲରାଉଣ୍ଡର ପ୍ରଦର୍ଶନ କରି ସନରାଇଜର୍ସ ହାଇଦ୍ରାବାଦ ଲିଗ୍‌ର 6ଷ୍ଠ ବିଜୟ ହାସଲ କରିଛି । ଆରସିବିକୁ 5 ଓ୍ବିକେଟରେ ପରାସ୍ତ କରି ଓ୍ବାର୍ଣ୍ଣରଙ୍କ ଦଳ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି ।

ଆଇପିଏଲ 2020: ଶାରଜାହ ମ୍ୟାଚକୁ ହାତେଇଲା ହାଇଦ୍ରାବାଦ, ହାସଲ କଲା 4ର୍ଥ ସ୍ଥାନ
ଆଇପିଏଲ 2020: ଶାରଜାହ ମ୍ୟାଚକୁ ହାତେଇଲା ହାଇଦ୍ରାବାଦ, ହାସଲ କଲା 4ର୍ଥ ସ୍ଥାନ

ଶାରଜାହ: ଆଇପିଏଲର 52ତମ ମ୍ୟାଚ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚରେ ଅଲରାଉଣ୍ଡର ପ୍ରଦର୍ଶନ କରି ସନରାଇଜର୍ସ ହାଇଦ୍ରାବାଦ ଲିଗ୍‌ର 6ଷ୍ଠ ବିଜୟ ହାସଲ କରିଛି । ଆରସିବିକୁ 5ଓ୍ବିକେଟରେ ପରାସ୍ତ କରି ଓ୍ବାର୍ଣ୍ଣରଙ୍କ ଦଳ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି ।

ହାଇଦ୍ରାବାଦ ବୋଲରଙ୍କ ଚମତ୍କାର ବୋଲିଂରେ 20ଓଭରରେ ଆରସିବି ମାତ୍ର 120ରନ୍‌ ସଂଗ୍ରହ କରିଥିଲା । ତେବେ ଏହି ଲକ୍ଷ୍ୟକୁ ହାଇଦ୍ରାବାଦ 14.1 ଓଭରରେ 5ଓ୍ବିକେଟ ହରାଇ ମ୍ୟାଚକୁ ନିଜ ନାଁରେ କରିଛି ।

Match 52: Sandeep Sharma bags the award for his spell of 2/20 against #RCB#Dream11IPL pic.twitter.com/7encHdbmC6

— IndianPremierLeague (@IPL) October 31, 2020

ଦମଦାର ପ୍ରଦର୍ଶନ କରିଥିବା ବୋଲର ସନ୍ଦିପ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ରୂପେ ବିବେଚିତ ହୋଇଛନ୍ତି ।

ହାଇଦ୍ରାବାଦ ଟସ୍‌ ଜିତି ଆରସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଆରସିବି ପକ୍ଷରୁ ଜସ ଫିଲିପ ସର୍ବାଧିକ 32 ରନ, ଏବି ଡି ଭିଲିୟର୍ସ 24 ଓ ୱାସିଂଟନ ସୁନ୍ଦର 21 ରନର ଇଂନିସ ଖେଳିଥିଲେ । କ୍ୟାପଟେନ ବିରାଟ କୋହଲି ଓ ଓପନର ଦେବଦତ୍ତ ପୁଣି ଜଲଦି ଆଉଟ ହୋଇଯାଇଥିଲେ । ଶେଷ ଭାଗରେ ଗୁରୁକିରତ ସିଂ ଅପରାଜିତ 15 ରନ,କ୍ରିସ ମୋରିସ 3 ଓ ମହମ୍ମଦ ସିରାଜ 2ରନ ସଂଗ୍ରହ କରିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହରାଇ 120ରନ ସଂଗ୍ରହ କରିଥିଲା ହାଇଦ୍ରାବାଦ ।

ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ଓ ଜେସନ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଟି. ନଟରାଜନ, ଶାହାବାଜ ନଦୀମ ଓ ରସିଦ ଖାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

121ରନ୍‌ର ଟାର୍ଗେଟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ଦଳ । ତେବେ ରିଦ୍ଧିମାନ ଶାହା 39, ମନିଷ ପାଣ୍ଡେ 26, ହୋଲ୍ଡର 26* ରନ୍‌ ହାସଲ କରି 14.1ଓଭରରେ 121ରନ୍‌ ସଂଗ୍ରହ କରି ବିଜୟ ହାସଲ କରିଥିଲେ ।

ଶାରଜାହ: ଆଇପିଏଲର 52ତମ ମ୍ୟାଚ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚରେ ଅଲରାଉଣ୍ଡର ପ୍ରଦର୍ଶନ କରି ସନରାଇଜର୍ସ ହାଇଦ୍ରାବାଦ ଲିଗ୍‌ର 6ଷ୍ଠ ବିଜୟ ହାସଲ କରିଛି । ଆରସିବିକୁ 5ଓ୍ବିକେଟରେ ପରାସ୍ତ କରି ଓ୍ବାର୍ଣ୍ଣରଙ୍କ ଦଳ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି ।

ହାଇଦ୍ରାବାଦ ବୋଲରଙ୍କ ଚମତ୍କାର ବୋଲିଂରେ 20ଓଭରରେ ଆରସିବି ମାତ୍ର 120ରନ୍‌ ସଂଗ୍ରହ କରିଥିଲା । ତେବେ ଏହି ଲକ୍ଷ୍ୟକୁ ହାଇଦ୍ରାବାଦ 14.1 ଓଭରରେ 5ଓ୍ବିକେଟ ହରାଇ ମ୍ୟାଚକୁ ନିଜ ନାଁରେ କରିଛି ।

ଦମଦାର ପ୍ରଦର୍ଶନ କରିଥିବା ବୋଲର ସନ୍ଦିପ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ରୂପେ ବିବେଚିତ ହୋଇଛନ୍ତି ।

ହାଇଦ୍ରାବାଦ ଟସ୍‌ ଜିତି ଆରସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଆରସିବି ପକ୍ଷରୁ ଜସ ଫିଲିପ ସର୍ବାଧିକ 32 ରନ, ଏବି ଡି ଭିଲିୟର୍ସ 24 ଓ ୱାସିଂଟନ ସୁନ୍ଦର 21 ରନର ଇଂନିସ ଖେଳିଥିଲେ । କ୍ୟାପଟେନ ବିରାଟ କୋହଲି ଓ ଓପନର ଦେବଦତ୍ତ ପୁଣି ଜଲଦି ଆଉଟ ହୋଇଯାଇଥିଲେ । ଶେଷ ଭାଗରେ ଗୁରୁକିରତ ସିଂ ଅପରାଜିତ 15 ରନ,କ୍ରିସ ମୋରିସ 3 ଓ ମହମ୍ମଦ ସିରାଜ 2ରନ ସଂଗ୍ରହ କରିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହରାଇ 120ରନ ସଂଗ୍ରହ କରିଥିଲା ହାଇଦ୍ରାବାଦ ।

ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ଓ ଜେସନ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଟି. ନଟରାଜନ, ଶାହାବାଜ ନଦୀମ ଓ ରସିଦ ଖାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

121ରନ୍‌ର ଟାର୍ଗେଟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ଦଳ । ତେବେ ରିଦ୍ଧିମାନ ଶାହା 39, ମନିଷ ପାଣ୍ଡେ 26, ହୋଲ୍ଡର 26* ରନ୍‌ ହାସଲ କରି 14.1ଓଭରରେ 121ରନ୍‌ ସଂଗ୍ରହ କରି ବିଜୟ ହାସଲ କରିଥିଲେ ।

Last Updated : Nov 1, 2020, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.