ETV Bharat / sports

ଆଇପିଏଲ 2020: କର ବା ମର ସ୍ଥିତିରେ ଚେନ୍ନାଇ- ରାଜସ୍ଥାନ, ବିଜୟଲକ୍ଷ୍ୟରେ ଆଜି ଫାଇଟ

author img

By

Published : Oct 19, 2020, 3:40 PM IST

Updated : Oct 19, 2020, 7:26 PM IST

ଶେଖ ଜାୟଦ ଷ୍ଟାଡିୟମରେ ଲିଗ୍‌ର 37ତମ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ । ଅଧିକ ପଢନ୍ତୁ:

ଆଇପିଏଲ 2020: କର ବା ମର ସ୍ଥିତିରେ ଚେନ୍ନାଇ- ରାଜସ୍ଥାନ, ବିଜୟଲକ୍ଷ୍ୟରେ ଉଭୟ କରିବେ ଫାଇଟ

ଆବୁଧାବି: ଶେଖ ଜାୟଦ ଷ୍ଟାଡିୟମରେ ଲିଗ୍‌ର 37ତମ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ । ତେବେ ପ୍ଲେଅଫ ରେସ୍‌ରେ ସ୍ଥାନ ସଂରକ୍ଷିତ ରଖିବାକୁ ହେଲେ ଉଭୟ ଟିମ ଆଜି ମ୍ୟାଚ ହାତେଇବାକୁ ଚାହିଁବେ ।

ଚେନ୍ନାଇ ତା'ର ପୂର୍ବ ମ୍ୟାଚରେ ଦିଲ୍ଲୀ ଠାରୁ ପରାସ୍ତ ହୋଇଥିବାବେଳେ ରାଜସ୍ଥାନକୁ ଆରିସିବି ପରାସ୍ତ କରିଥିଲା ।

ପଏଣ୍ଟ ଟେବୁଲକୁ ଦେଖିଲେ ଚେନ୍ନାଇ 7ମ ସ୍ଥାନରେ ଓ ରାଜସ୍ଥାନ 8ମ ସ୍ଥାନରେ ରହିଛି ।

ଆଇପିଏଲ 2020: କର ବା ମର ସ୍ଥିତିରେ ଚେନ୍ନାଇ- ରାଜସ୍ଥାନ, ବିଜୟଲକ୍ଷ୍ୟରେ ଆଜି ଫାଇଟ

ରାଜସ୍ଥାନ ଗତ ମ୍ୟାଚରେ ଓପୋନିଂ ଯୋଡିରେ ପରିବର୍ତ୍ତନ କରି ବେନ ଷ୍ଟୋକ୍ସ ଓ ରବିନ ଉତ୍ଥପାକୁ ପଠାଇଥିଲା । ଉତ୍ଥପା -ଷ୍ଟୋକ୍ସ ଯୋଡି 50ରନ୍‌ର ପାର୍ଟନରସିପ୍‌ ରନ୍‌ କରିଥିଲେ । ଏଥିସହ ଅଧନାୟକ ସ୍ମିଥ ସାନଦାର ପାଳି ଖେଳି ଅର୍ଦ୍ଧଶତକ ମାରିଥିଲେ । ଦେଖିବାକୁ ବାକି ରହିଲା ସିଏସକେ ବିପକ୍ଷରେ ରାଜସ୍ଥାନ ଟିମ ଏପରି ପ୍ରଦର୍ଶନ କରୁଛିକି ନାହିଁ । ଏଥିସହ ସଞ୍ଜୁ ସାମସନ୍‌ ଓ ବେନ ଷ୍ଟୋକ୍ସଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡିବ । ବଟଲର ମଧ୍ୟକ୍ରମରେ ଟିମକୁ ମଜବୁତ ଦେବେ ଓ ନିମ୍ନ ଅର୍ଡରରେ ରାହୁଲ ତେବାତିୟା ତାଙ୍କ ସାଥ୍‌ ଦେବେ । ରାହୁଲ ବଡସଟ୍‌ ଖେଳିବାରେ ବେଶ୍‌ ସକ୍ଷମ । ବୋଲିଂ ବିଭାଗରେ ଆର୍ଚର, କାର୍ତ୍ତିକ ତ୍ୟାଗୀ ଓ ସ୍ପିନିଂରେ ରାହୁଲ ଓ ଶ୍ରେୟାସ ଆୟର ବି ଭଲ ଫର୍ମରେ ରହିଛନ୍ତି ।

ଚେନ୍ନାଇର ବ୍ୟାଟ୍ସମ୍ୟାନ ଏଯାଏଁ ଲିଗ୍‌ରେ ନିରନ୍ତର ଫର୍ମରେ ରହୁ ନଥିବାରୁ ଟିମ ପାଇଁ ଚିନ୍ତାର ବିଷୟ ପାଲଟିଛି । ଦିଲ୍ଲୀ ବିପକ୍ଷରେ ଓ୍ବାଟସନ, ଫାଫ ଡୁପ୍ଲିସିସ୍‌. ରାୟଡୁ ମ୍ୟାଚକୁ ସମ୍ଭାଳିଥିଲେ ଓ ଶେଷରେ ଜାଡେଜା ଦମଦାର୍‌ ପାଳି ଖେଳି ସମ୍ମାନଜନକ ସ୍କୋର କରିଥିଲେ । କିନ୍ତୁ ଏଯାଏଁ ମହେନ୍ଦ୍ର ସିଂ ଧୋନି ଫର୍ମକୁ ଆସି ନାହାଁନ୍ତି । ଏପଟେ ସମସ୍ତଙ୍କ ନଜର ଚେନ୍ନାଇ ବ୍ୟାଟ୍ସମ୍ୟାନ ଆଜିର ମ୍ୟାଚରେ କିପରି ପ୍ରଦର୍ଶନ କରୁଛନ୍ତି ।

ipl-13-match-preview-chennai-super-kings-vs-rajasthan-royals
ଚେନ୍ନାଇ ବନାମ ରାଜସ୍ଥାନ

ବୋଲିଂ ବିଭାଗରେ ସାମ କୁରନ ବେଶ୍‌ ସଫଳ ରହିଛନ୍ତି । ଦୀପକ ଚହର ଓ ଶାର୍ଦ୍ଦୁଳ ଠାକୁର ଭଲ ଫର୍ମରେ ରହିଛନ୍ତି । କିନ୍ତୁ କର୍ଣ୍ଣ ଶର୍ମା ସ୍ପିନଂ ଯାଦୁ ଦେଖାଇ ପାରି ନାହାଁନ୍ତି , ସମ୍ଭାବନା ରହିଛି ଆଜିର ମ୍ୟାଚରେ ତାଙ୍କ ସ୍ଥାନରେ ପୀୟୁଷ ଚାଓ୍ବଲାଙ୍କୁ ସୁଯୋଗ ମିଳି ପାରେ । ବ୍ରାଭୋ ଦିଲ୍ଲୀ ମ୍ୟାଚରେ ଆହତ ହୋଇଥିଲେ, ଏହି ମ୍ୟାଚରେ ଖେଳିବେ କି ନାହିଁ ଦେଖିବାକୁ ରହିଲା ।

ଏପଟେ ଉଭୟ ଦଳର ହେଡ ଟୁ ହେଡ ମ୍ୟାଚକୁ ଦେଖିଲେ ମୋଟ 23ଟି ମ୍ୟାଚ ଖେଳାଯାଇଛି । ସେଥିମଧ୍ୟରୁ 14ଟି ଚେନ୍ନାଇ ଓ ରାଜସ୍ଥାନ 9ଟି ମ୍ୟାଚରେ ବିଜୟ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 19, 2020, 7:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.