ହାଇଦ୍ରାବାଦ: ପୂର୍ବତନ ଭାରତ କ୍ରିକେଟର ଏମଏସ ଧୋନି କ୍ରିକେଟ ପଡ଼ିଆରେ ତଥା ବାହାରେ ଅନେକଙ୍କ ହୃଦୟ ଜିତିଛନ୍ତି । ଗତକାଲି ଆଇପିଏଲ ପାଇଁ ଦୁବାଇ ଅଭିମୁଖେ ଯାତ୍ରା ବେଳେ ପୁଣି ସାମ୍ନାକୁ ଆସିଛି ଧୋନିଙ୍କ ବଦାନ୍ୟତା । ଜଣେ ଅଜଣା ବ୍ୟକ୍ତିଙ୍କୁ ନିଜ ବିଜନେସ କ୍ଲାସ ସିଟ ଦେଇ ତାଙ୍କ ଇକୋନୋମି କ୍ଲାସ ସିଟରେ ବସି ଦୁବାଇ ଯାତ୍ରା କରିଛନ୍ତି ଧୋନି । ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ଟ୍ବଟ କରି ଧୋନିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
-
When a man who’s seen it all, done it all in Cricket tells you, “Your legs are too long, sit in my seat (Business Class), I’ll sit in Economy.” The skipper never fails to amaze me. @msdhoni pic.twitter.com/bE3W99I4P6
— george (@georgejohn1973) August 21, 2020 " class="align-text-top noRightClick twitterSection" data="
">When a man who’s seen it all, done it all in Cricket tells you, “Your legs are too long, sit in my seat (Business Class), I’ll sit in Economy.” The skipper never fails to amaze me. @msdhoni pic.twitter.com/bE3W99I4P6
— george (@georgejohn1973) August 21, 2020When a man who’s seen it all, done it all in Cricket tells you, “Your legs are too long, sit in my seat (Business Class), I’ll sit in Economy.” The skipper never fails to amaze me. @msdhoni pic.twitter.com/bE3W99I4P6
— george (@georgejohn1973) August 21, 2020
‘‘ତୁମ ଗୋଡ ବହୁତ ଲମ୍ବା ଅଛି । ଆପଣ ମୋ ସିଟରେ ବସନ୍ତୁ, ମୁଁ ଆପଣଙ୍କ ସିଟରେ ବସି ଯାଉଛି ।’’ ବୋଲି ଧୋନି ଉକ୍ତ ବ୍ୟକ୍ତିଙ୍କୁ କହିଛନ୍ତି । ଜର୍ଜ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଉଡ଼ାଣର ଏକ ଭିଡିଓ ଅପଲୋଡ୍ କରିଛନ୍ତି । ତେବେ ବ୍ୟକ୍ତି ଜଣଙ୍କ ଧୋନିଙ୍କ ଆଇପିଏଲ ଫ୍ରାଞ୍ଜାଇଜ୍ ସିଏସକେର ଜଣେ କର୍ମଚାରୀ ପରି ଦେଖା ଯାଉଛନ୍ତି । ଭିଡିଓରେ ଭାରତର ପୂର୍ବତନ ଅଧିନାୟକ ସୁରେଶ ରାଇନା ଏବଂ ତାଙ୍କର ଅନ୍ୟ କିଛି ସିଏସକେ ସାଥୀମାନେ ରହିଛନ୍ତି ।
ଉଲ୍ଲେଖଥାଉ କି, ଗତ ଅଗଷ୍ଟ 15 ରେ, 39 ବର୍ଷୀୟ ଧୋନି ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତାଙ୍କର 16 ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ରହିଛି ।