ETV Bharat / sports

ଧୋନିଙ୍କୁ ଆଉଟ କରିବା ମୋର ସ୍ବପ୍ନ ଥିଲା ବୋଲି କହିଲେ ବରୁଣ ଚକ୍ରବର୍ତ୍ତୀ

author img

By

Published : Oct 9, 2020, 8:36 AM IST

ମହେନ୍ଦ୍ର ସିଂ ଧୋନିଙ୍କ ବିପକ୍ଷରେ ଖେଳିବା ଏବଂ ତାଙ୍କ ୱିକେଟ୍ ନେବା ତାଙ୍କ ପାଇଁ 'ସ୍ୱପ୍ନ' ଥିଲା ବୋଲି କହିଛନ୍ତି କେକେଆର ସ୍ପିନର ବରୁଣ ଚକ୍ରବର୍ତ୍ତୀ ।

ଧୋନିଙ୍କୁ ଆଉଟ କରିବା ମୋର ସ୍ବପ୍ନ ଥିଲା ବୋଲି କହିଲେ ବରୁଣ ଚକ୍ରବର୍ତ୍ତୀ
ଧୋନିଙ୍କୁ ଆଉଟ କରିବା ମୋର ସ୍ବପ୍ନ ଥିଲା ବୋଲି କହିଲେ ବରୁଣ ଚକ୍ରବର୍ତ୍ତୀ

ଆବୁଧାବି: ମହେନ୍ଦ୍ର ସିଂ ଧୋନିଙ୍କ ବିପକ୍ଷରେ ଖେଳିବା ଏବଂ ତାଙ୍କ ୱିକେଟ୍ ନେବା ତାଙ୍କ ପାଇଁ 'ସ୍ୱପ୍ନ' ଥିଲା । କାରଣ 3 ବର୍ଷ ପୂର୍ବେ ସେ ତାଙ୍କୁ ଚେପକ୍ ଷ୍ଟାଣ୍ଡରେ ଖେଳୁଥିବାର ଦେଖୁଥିଲେ ବୋଲି କହିଛନ୍ତି କେକେଆର ସ୍ପିନର ବରୁଣ ଚକ୍ରବର୍ତ୍ତୀ ।

ଅଫ ସ୍ପିନର ଚକ୍ରବର୍ତ୍ତୀ ବିଶ୍ୱକପ ବିଜେତା ଅଧିନାୟକ ଧୋନିଙ୍କ ସହ ଫଟୋ ସେୟାର କରି ଆଜି ଇଣ୍ଡିଆନ ପ୍ରିମିୟର ଲିଗରେ ନିଜ ପାଇଁ ସ୍ମରଣୀୟ ଦିନ ବୋଲି କହିଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ଚକ୍ରବର୍ତ୍ତୀ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମ୍ୟାଚରେ ଧୋନିଙ୍କୁ କ୍ଲିନ ବୋଲ୍ଡ କରିଥିଲେ ।

ରାହୁଲ ତ୍ରିପାଠୀଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି, "ତିନି ବର୍ଷ ପୂର୍ବେ ମୁଁ ଚେପାକ୍ ଷ୍ଟାଣ୍ଡକୁ ଆସି ଦର୍ଶକଙ୍କ ସହ ବସିଥିଲି । ମୁଁ କେବଳ ଧୋନି ବ୍ୟାଟିଂ ଦେଖିବାକୁ ଆସିଥିଲି । ବର୍ତ୍ତମାନ ମୁଁ ତାଙ୍କ ବିପକ୍ଷରେ ବୋଲିଂ କରୁଛି । ଏହା ମୋ ପାଇଁ ଏକ ସ୍ୱପ୍ନ । ’’

ତାମିଲନାଡୁର 29 ବର୍ଷୀୟ ସ୍ପିନର ଗତକାଲି ମ୍ୟାଚରେ ଧୋନିଙ୍କ ଲମ୍ବା ଇନିଂସ ଖେଳିବାର ଆଶାକୁ ଭାଙ୍ଗିଥିଲେ । ସେ କହିଛନ୍ତି, "ଆଜିର ୱିକେଟ୍ ବହୁତ ଫ୍ଲାଟ ଥିଲା । ମୁଁ ଭାବିଲି ଏହା 180 ରନ ୱିକେଟ୍ ଥିଲା । ମାହି ଭାଇ ଭଲ ପ୍ରଦର୍ଶନ କରୁଥିଲେ । ମୁଁ ଅନୁଭବ କଲି ଯେ ଯଦି ମୁଁ ବଲକୁ ସଠିକ୍ ଲମ୍ବରେ ରଖିବି, ତେବେ ମୁଁ ତାଙ୍କ ୱିକେଟ୍ ନେବା ପାଇଁ ସୁଯୋଗ ପାଇପାରିବି ଏବଂ ମୁଁ ଏହା କରିପାରିଥିଲି । ମ୍ୟାଚ୍ ପରେ ମୁଁ ଧୋନିଙ୍କ ସହ ଫଟୋ ଉଠାଇଥିଲି ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.