କାନବେରା: କ୍ରିକେଟ ଖେଳାଳିରୁ ବସ ଡ୍ରାଇଭର ପାଲଟିଲେ ଅନ୍ତର୍ଜାତୀୟ ଶ୍ରୀଲଙ୍କା କ୍ରିକେଟର ସୁରଜ ରଣଦୀପ । ଦିନେ ନିଜ ବୋଲିଂ ଧାରରେ ପଡ଼ିଆରେ ବ୍ୟାଟସମ୍ୟାନଙ୍କୁ ଚକମା ଦେଉଥିବା ଏହି ସ୍ପିନ ବୋଲର ଆଜି ବଞ୍ଚିବା ପାଇଁ ବଲ ଛାଡ଼ି ହାତରେ ଷ୍ଟିୟରିଂ ଧରିଛନ୍ତି । କେବଳ ସୁରଜ ରଣଦୀପ ନୁହେଁ ତାଙ୍କ ସାଥି ଶ୍ରୀଲଙ୍କା ଖେଳାଳି ମଧ୍ୟ ଅଷ୍ଟ୍ରେଲିଆରେ ବସ ଚଲାଉଥିବା ଦେଖିବାକୁ ମିଳିଛି । ଏହି ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ ଖେଳି ନଥିଲେ ସୁଦ୍ଧା ଅନେକ ଫାଷ୍ଟ କ୍ଲାସ ମ୍ୟାଚ ଖେଳିଛନ୍ତି ।
-
Kept thinking about how this net bowler has the exact same action as former Sri Lankan office Suraj Randiv and turns out it’s Suraj Randiv himself #AUSvIND pic.twitter.com/qIz6SrZ79Q
— Bharat Sundaresan (@beastieboy07) December 23, 2020 " class="align-text-top noRightClick twitterSection" data="
">Kept thinking about how this net bowler has the exact same action as former Sri Lankan office Suraj Randiv and turns out it’s Suraj Randiv himself #AUSvIND pic.twitter.com/qIz6SrZ79Q
— Bharat Sundaresan (@beastieboy07) December 23, 2020Kept thinking about how this net bowler has the exact same action as former Sri Lankan office Suraj Randiv and turns out it’s Suraj Randiv himself #AUSvIND pic.twitter.com/qIz6SrZ79Q
— Bharat Sundaresan (@beastieboy07) December 23, 2020
ଅଷ୍ଟ୍ରେଲିଆରେ ଫ୍ରାନ୍ସର କମ୍ପାନୀ ଟ୍ରାନ୍ସଡେଭ ନାମକ ବସ ଚାଳକ ସଂସ୍ଥାରେ ସୁରଜ ରଣଦୀପ ଚାକିରୀ କରୁଛନ୍ତି। ଖାଲି ସେତିକି ନୁହେଁ ଏହି ଖବର ମିଳିବା ପରେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ତାଙ୍କୁ ନେଟ ବୋଲର ଭାବରେ ନିଯୁକ୍ତ କରାଯାଇଛି। ଏହାକୁ ନେଇ ଜଣେ ସୋସିଆଲ ମିଡିଆ ୟୁଜର ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ତାଙ୍କ ବନ୍ଧୁମାନେ ମଧ୍ୟ ଅଷ୍ଟ୍ରେଲିଆର ସ୍ଥାନୀୟ କ୍ରିକେଟ କ୍ଲବ ପାଇଁ ଖେଳି ଦୁଇ ପଇସା ରୋଜଗାର କରୁଛନ୍ତି।
ଜଣେ ଉଦୀୟମାନ କ୍ରିକେଟରଙ୍କ ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ କାର୍ଯ୍ୟକୁ ନେଇ କ୍ରିକେଟ ସମୀକ୍ଷକ ପ୍ରଶ୍ନ ବାଢ଼ିଛନ୍ତି। 2010 ମସିହାରେ ସୁରଜ ରଣଦୀପ ବିବାଦ ଘେରକୁ ଆସିଥିଲେ। ଶ୍ରୀଲଙ୍କା ହାରିବାକୁ ଥିବା ଏକ ମ୍ୟାଚରେ ଭାରତୀୟ ଓପନର ବିରେନ୍ଦ୍ର ସେହୱାଗଙ୍କ ଶତକ ନ କରେଇ ଦେବା ପାଇଁ ସେ ଜାଣିଶୁଣି ନୋ' ବୋଲ ପକାଇଥିଲେ।
ସୁରଜ ରଣଦୀପ 12 ଟି ଟେଷ୍ଟ ଖେଳି 43 ୱିକେଟ ନେଇଥିବା ବେଳେ 31ଟି ଦିନିକିଆ ଖେଳି 36ଟି ୱିକେଟ ନେଇଛନ୍ତି। ସେହିଭଳି 7ଟି ଟି-20 ମ୍ୟାଚ ଖେଳି ସେ 7ଟି ୱିକେଟ ନେଇଛନ୍ତି। ସେ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ 8ଟି ଆଇପିଏଲ ମ୍ୟାଚ ମଧ୍ୟ ଖେଳିଛନ୍ତି। ଏଥିରେ ସେ ମାତ୍ର 6ଟି ୱିକେଟ ନେବାରେ ସକ୍ଷମ ହୋଇ ପାରିଛନ୍ତି। 2010 ମସିହାରେ ଭାରତ ବିପକ୍ଷରେ ସେ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ