ETV Bharat / sports

3ୟ ଟି-20: 'ଦଳକୁ ସହଜ ବିଜୟ ଦେବାକୁ ମୁଁ ଚାହୁଁନଥିଲି'

ମ୍ୟାଚ ପରାଜୟ ପରେ ପ୍ରେସ୍‌ କନଫରେନ୍ସରେ ମ୍ୟାଚର ଏକ୍ସପେରିମେଣ୍ଟ ବିଷୟରେ କହିଛନ୍ତି ବିରାଟ ।

author img

By

Published : Sep 23, 2019, 7:28 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବେଙ୍ଗାଲୁରୁ: ସ୍ଥାନୀୟ ଏମ ଚିନ୍ନାସ୍ବାମୀ ଷ୍ଟାତଡିୟମରେ ରବିବାର ଖେଳାଯାଇଥିବା 3ୟ ତଥା ଅନ୍ତିମ ଟି-20ରେ ଭାରତୀୟ ଦଳ ପରାଜୟ ପରେ ଘରୋଇ ସିରିଜ 1-1ରେ ବରାବର ରହିଛି । ଚେଜିଂ ଗ୍ରାଉଣ୍ଡରେ ବିରାଟଙ୍କ ପ୍ରଥମେ ବ୍ୟାଟିଂ ନିଷ୍ପତି ପରାଜୟର କରାଣ ଚର୍ଚ୍ଚା ହେଉଥିବା ବେଳେ ବିରାଟ କିନ୍ତୁ ଏମିତି କହିଛନ୍ତି । ମ୍ୟାଚ ପରାଜୟ ପରେ ପ୍ରେସ୍‌ କନଫରେନ୍ସରେ ମ୍ୟାଚର ଏକ୍ସପେରିମେଣ୍ଟ ବିଷୟରେ କହିଛନ୍ତି ବିରାଟ ।

ଭିଡିଓ ସୌଜନ୍ୟ- ଏଏନଆଇ

ବିରାଟ କହିଛନ୍ତି ନୋ ରିକ୍ସ, ନୋ ଗେନ୍ । ଅର୍ଥାତ୍‌ ଯଦି କିଛି ନୂଆ କରିବାର ସାହାସ ନ ରଖିବ, ତେବେ ଭବିଷ୍ୟତରେ କୌଣସି ଫଳ ମିଳିବ ନାହିଁ । " ମୁଁ ଚାହୁଁଥିଲି, ଆମ ଟିମ୍‌ କମ୍ଫର୍ଟ ଜୋନରୁ ବାହାରେ କ୍ରିକେଟ ଖେଳୁ । ଟସ ଜିତି ପ୍ରଥମେ ବୋଲିଂ କରି ଚେଜିଂ କରିଥିଲେ ଆମକୁ ସହଜ ହୋଇଥାନ୍ତା । ମୁଁ ଏହା ଜାଣିଥିଲି । ମାତ୍ର ବ୍ୟାଟ୍ସମ୍ୟାନଙ୍କ ଟସ ସହ କୌଣସି ସମ୍ପର୍କ ନ ରହୁ । ସେମାନେ ଖୋଲା ଭାବେ ନିଜର କ୍ରିକେଟ ଖେଳନ୍ତୁ" ବୋଲି କୋହଲି କହିଛନ୍ତି ।

ବ୍ୟାଟିଂ ଲାଇନ-ଅପକୁ ନେଇ ପୁଣି କହିଛନ୍ତି, "ମୁଁ ବ୍ୟାଟିଂ କମ୍ବିନେସନକୁ ଟେଷ୍ଟ କରିବାକୁ ଚାହୁଁଥିଲି । ମୁଁ ଚାହୁଁଥିଲି ଦଳ କୌଣସି ପରିସ୍ଥିତିରେ ବି ଚାଲେଞ୍ଜକୁ ସ୍ବୀକାର କରୁ ଓ ନିଜର ବେଷ୍ଟ ଦେଉ । କିନ୍ତୁ ଆମେ ଶୀଘ୍ର ଜାଣିପାରିଲୁ ଯେ, ପିଚ୍‌ ଆମକୁ ସୁହାଉ ନାହିଁ । ୱିକେଟ ଭଲ ଥିବାରୁ ଦକ୍ଷିଣ ଆଫ୍ରିକା ଆଟାକିଂ ବୋଲିଂ କରୁଛି ।"

ସେହିପରି ବୋଲିଂ ବିଭାଗ ପାଇଁ କୋହଲି କହିଛନ୍ତି, "ଆମେ ବୋଲିଂ ବିଭାଗକୁ ଦୋଷ ଦେଇପାରିବା ନାହିଁ । କାରଣ 134 ଗୋଟିଏ ଭଲ ସ୍କୋର ନୁହେଁ ପ୍ରତିପକ୍ଷକୁ ଅଟକେଇବା ପାଇଁ । ଫଳରେ ବୋଲରଙ୍କ ଉପରେ ବହୁତ ପ୍ରେସର ରହିଥିଲା " ।

ତେବେ ଗତକାଲିର ମ୍ୟାଚରେ ଭାରତର ପ୍ରଥମ ନୈରାଶ୍ୟଜନକ ବ୍ୟାଟିଂ ଆଧାରରେ ଅତିଥି ଦଳ ଆଗରେ ଥିଲା ମାତ୍ର 135ରନର ବିଜୟ ଲକ୍ଷ୍ୟ । ଯାହାକୁ ମାତ୍ର ଗୋଟିଏ ୱିକେଟ ହରାଇ ଜିତି ନେଇଥିଲା ଡି କକ୍‌ଙ୍କ ଯୁବ ଦଳ । ଏହି ବିଜୟ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ 1-1ରେ ବରାବର ରହିଲା । ଦଳ ପାଇଁ ଅଧିନାୟକ ଡି କକ୍‌ ଅପରାଜିତ 79ରନ କରିଥିଲେ । ଏଥିରେ ସାମିଲ ଅଛି 5ଟି ଛକା ଓ 6ଟି ଚୌକା । ଏଥିସହିତ ରୀଜା ହେଣ୍ଡ୍ରିକ୍ସ(28) ଓ ତେମ୍ବା ବାଭୁମା ଅପରାଜିତ 17ରନ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.