ରାଞ୍ଚି: ଅତିଥି ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା । ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଆଇଡେନ୍ ମର୍କରାମ ଆହତ କାରଣରୁ ତୃତୀୟ ତଥା ଅନ୍ତିମ ଟେଷ୍ଟରୁ ବାଦ ପଡିଛନ୍ତି । ତାଙ୍କ ରିଷ୍ଟରେ ଆଘାତ ଲାଗିବା ଫଳରେ ଫ୍ୟାକ୍ଚର ହୋଇଛି । ଯେଉଁଥିପାଇଁ ସେ 3ୟ ଟେଷ୍ଟ ଖେଳି ପାରବେ ନାହିଁ ।
ତେବେ ଆସନ୍ତାକାଲି(ଶନିବାର)ଠାରୁ ଆରମ୍ଭ ହେବାକୁ ଯାଉଛି ଘରୋଇ ଶୃଙ୍ଖଳାର 3ୟ ତଥା ଅନ୍ତିମ ଟେଷ୍ଟ । ସିରିଜରେ 2-0ରେ ଲିଡ କରି ସିରିଜ ସିଲ କରିସାରିଛି ଭାରତ । ତେବେ ଶେଷ ମ୍ୟାଚ ଜିତି ଘରୋଇ ସିରିଜକୁ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଘରୋଇ ଦଳ । ଅନ୍ୟପଟେ ଅତିଥି ଦକ୍ଷିଣ ଆଫ୍ରିକାର ନୈରାଶ୍ୟଜନକ ପ୍ରଦର୍ଶନ ସହିତ ମର୍କରାମ ମଧ୍ୟ ଭଲ ଖେଳି ପାରି ନାହାନ୍ତି । ସେ ଦୁଇଟି ଟେଷ୍ଟରୁ ମାତ୍ର 11ରନ କରିଛନ୍ତି ।
ତେବେ ତାଙ୍କ ଆହତ ନେଇ ଦକ୍ଷିଣ ଆଫ୍ରିକା ଟିମ୍ ଡାକ୍ତର ହଶେନ୍ଦ୍ର ରାମଜୀ କହିଛନ୍ତି, " ମର୍କରାମଙ୍କ ରିଷ୍ଟରେ ଫ୍ରାକଚର୍ ହୋଇଛି ଏବଂ ସେ ରାଞ୍ଚି ଟେଷ୍ଟରେ ଖେଳିପାରିବେ ନାହିଁ ।" ସେହିପରି ମର୍କରାମ କହିଛନ୍ତି, "ଏପରି ସ୍ବଦେଶ ଫେରିବା ଦୁଃଖଦାୟକ । ମୁଁ କଣ ଭୁଲ କରିଛି, ତାହା ମୁଁ ଜାଣିଛି । ଏସବୁ ପାଇଁ ମୁଁ ହିଁ ଦାୟୀ ଏବଂ ଏଥିପାଇଁ ମୁଁ ପ୍ରଶଂସକଙ୍କୁ କ୍ଷମା ମାଗୁଛି ।"