ETV Bharat / sports

ବାରବାଟୀରେ ବିରାଟ ବାହିନୀରେ ବିଗ ଫାଇଟ୍‌ - 3rd odi

ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ 1-1ରେ ବରାବର ରହିଛି । ଫଳରେ ଆସନ୍ତାକାଲି ବାରାବାଟୀରେ ହେବାକୁ ଯାଉଛି ନିର୍ଣ୍ଣାୟକ ଲଢେଇ। ବିରାଟ ବିଜୟ ଲକ୍ଷରେ ରହିଛି ବିରାଟ ବାହିନୀ।

indvswi-3rd-odi-at-barabati-preview
ବାରବାଟୀରେ ବିରାଟ ବାହିନୀରେ ବିଗ ଫାଇଟ୍‌
author img

By

Published : Dec 21, 2019, 5:51 PM IST

Updated : Dec 21, 2019, 7:44 PM IST

କଟକ: ଆସନ୍ତାକାଲି ଇଣ୍ଡିଆ-ଇଣ୍ଡିଜ ଶେଷ ଦିନିକିଆ । ଶନିବାର ବାରବାଟୀରେ ଅଭ୍ୟାସ କରିଛନ୍ତି ଉଭୟ ଦଳ। ଘରୋଇ ଦଳର ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ସମସ୍ତ ଖେଳାଳି ଅଭ୍ୟାସ କରିଥିଲେ। ମୈଦାନ ଏବଂ ପାଭେଲିଅନ ଉଭୟ ରେଡି। ଆରମ୍ଭ ହୋଇସାରିଛି କାଉଣ୍ଟ ଡାଉନ। ସନ୍ ଡେ ସୁପର ଫାଇଟରେ ଦର୍ଶକ ଦେଖିବେ ବାରବାଟୀ ଲଢେଇ। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ 1-1ରେ ବରାବର ରହିଛି। ଫଳରେ ଆସନ୍ତାକାଲି ବାରାବାଟୀରେ ହେବାକୁ ଯାଉଛି ନିର୍ଣ୍ଣାୟକ ଲଢେଇ। ବିରାଟ ବିଜୟ ଲକ୍ଷରେ ରହିଛି ବିରାଟ ବାହିନୀ ।

ବାରବାଟୀରେ ବିରାଟ ବାହିନୀରେ ବିଗ ଫାଇଟ୍‌

ଶନିବାର ନେଟ୍ସରେ ଝାଳ ବୁହାଇଛନ୍ତି ଉଭୟ ଦଳ। ସେପଟେ ସିରିଜ ଉପରେ କବଜା କରିବାକୁ ନିଶ୍ଚିତ ଦମ ଲଗାଇବେ ପୋଲାର୍ଡ ବାହିନୀ । ମାତ୍ର ରେକର୍ଡ ଗଣତି କହୁଛି ବାରବାଟୀରେ ଭାରୀ ଅଛି ଟିମ ଇଣ୍ଡିଆର ପଲ୍ଲା। ବାରବାଟୀରେ ଭାରତ ଖେଳିଛି 16ଟି ମ୍ୟାଚ । ବିଜୟ-ପରାଜୟର ରେକର୍ଡ ରହିଛି 12-4 । ଅନ୍ୟପଟେ ବାରବାଟୀ ଗ୍ରାଉଣ୍ଡରେ ଖେଳିଥିବା ଏକମାତ୍ର ଇଣ୍ଡିଜ ଖେଳାଳି ହେଉଛନ୍ତି ଅଧିନାୟକ କିରଣ ପୋଲାର୍ଡ। ଉଭୟ ରେକର୍ଡ ଓ ଅଭିଜ୍ଞତା ଦୃଷ୍ଟିରୁ ଆଗରେ ବିରାଟ ବାହିନୀ।

ନିର୍ଣ୍ଣାୟକ ମ୍ୟାଚକୁ ନେଇ କେବଳ ଖେଳାଳି ନୁହେଁ ଦର୍ଶକ ମଧ୍ୟ ଉତ୍ସାହିତ । ଅପେକ୍ଷା ଆସନ୍ତାକାଲିକୁ। ଦେଖିବାକୁ ବାକି ରହିଲା ବାରବାଟୀ ପୁଣିଥରେ ଟିମ ଇଣ୍ଡିଆ ଲାଗି ଲକି ସାବ୍ୟସ୍ତ ହେଉଛି ନା ନାହିଁ ।

ବ୍ୟୁରୋ ଇନପୁଟ ସହ କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Intro:no neeed

Body:no need

Conclusion:
Last Updated : Dec 21, 2019, 7:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.