ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏମସିଏ ଷ୍ଟାଡିୟମ ପୁନେରେ ଖେଳାଯାଉଛି ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ଟସ ଜିତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ ।
ଟେଷ୍ଟ ଓ ଟି20 ସିରିଜ ଭାରତ ଜିତିବା ପରେ ଦିନିକିଆ ସିରିଜରେ ସମ୍ମାନ ରକ୍ଷା କରିବାକୁ ଇଂଲଣ୍ଡ ପାଖରେ ସୁଯୋଗ ରହିଛି । ମାତ୍ର ଫର୍ମରେ ଥିବା ବିରାଟ ବାହିନୀକୁ ଭ୍ରମଣକାରୀ ଦଳ ମାତ ଦେବା ସହଜ ହେବନାହିଁ । ଭାରତୀୟ ଦଳରେ ଦିନିକିଆ ଡେବ୍ୟୁ କରିଛନ୍ତି କ୍ରୁଣାଳ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରୀଷ୍ଣା ।
3 ମ୍ୟାଚ ବିଶିଷ୍ଟି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ହୋଇଥିବାରୁ ବିଜୟ ସହ ଅଗ୍ରଣୀ ଲକ୍ଷ୍ୟରେ ଉଭୟ ଟିମ ।
କୋଭିଡ-19 ସଂକ୍ରମଣ ଭୟ ଯୋଗୁଁ ଖାଲି ଷ୍ଟାଡିୟମରେ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ।
ଚୁଡାନ୍ତ ଏକାଦଶ:
ଭାରତ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି(କ୍ୟାପଟେନ), ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁଣାଳ ପାଣ୍ଡ୍ୟା, ଶାର୍ଦ୍ଦୁଳ ଠାକୁର, ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରୀଷ୍ଣା
ଇଂଲଣ୍ଡ: ଜେସ ରୟ, ଜନ୍ନି ବେୟାରଷ୍ଟୋ, ଇଆନ ମୋର୍ଗାନ(କ୍ୟାପଟେନ), ଜସ ବଟଲର(ୱିକେଟ କିପର), ବେନ ଷ୍ଟୋକ୍ସ, ସାମ ବିଲିଙ୍ଗ୍ସ, ମୋଇନ ଅଲୀ, ସାମ କରନ, ଟମ କରନ, ଆଦିଲ ରସିଦ, ମାର୍କ ଉଡ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ