ETV Bharat / sports

ଏଯାଏଁ ପନ୍ତଙ୍କ ବ୍ୟାଟିଂ ପୋଜିସନ ହୋଇ ନାହିଁ ସ୍ଥିର: କୈଫ - ମହମ୍ମଦ କୈଫ

ଭାରତୀୟ ଟିମରେ କାହିଁକି ଋଷଭ ପନ୍ତ ଆଇପିଏଲ ଭଳି ଭଲ ପ୍ରଦର୍ଶନ କରି ପାରୁନାହାନ୍ତି ସେ ବିଷୟରେ କହିଲେ ମହମ୍ମଦ କୈଫ । ଅଧିକ ପଢ଼ନ୍ତୁ...

Indian team not figured out Pants batting position, Mohammad Kaif, Pant's batting position in indian team, ପନ୍ତଙ୍କ ବ୍ୟାଟିଂ ପୋଜିସନ ହୋଇ ନାହିଁ ସ୍ଥିର, ମହମ୍ମଦ କୈଫ, ଋଷଭ ପନ୍ତ
ଏପର୍ଯ୍ୟନ୍ତ ପନ୍ତଙ୍କ ବ୍ୟାଟିଂ ପୋଜିସନ ହୋଇ ନାହିଁ ସ୍ଥିର: କୈଫ
author img

By

Published : Jul 14, 2020, 6:41 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ରେ ଯୁବ ୱିକେଟ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ କାହିଁକି ଦିଲ୍ଲୀ କ୍ୟାପିଟାଲ ସହ ହିଟ୍ ହୋଇଥିବା ବେଳେ ଭାରତୀୟ ଟିମ ପାଇଁ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ସେନେଇ ନିଜର ମତ ରଖିଛନ୍ତି ପୂର୍ବତନ ଭାରତୀୟ ଖେଳାଳି ମହମ୍ମଦ କୈଫ ।

ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ କୋଚ ଥିବା କୈଫ ପନ୍ତଙ୍କୁ ଖୁବ ନିକଟରୁ ଦେଖିଛନ୍ତି ଓ କହିଛନ୍ତି ଯେ ଭାରତୀୟ ଦଳରେ ପନ୍ତଙ୍କ ବ୍ୟାଟିଂ ପୋଜିସନ ଟିମ ମ୍ୟାନେଜମେଣ୍ଟ ଦ୍ବାରା ସ୍ଥିର କରାଯାଇନାହିଁ ଯାହା କାରଣରୁ ସେ ଆଇପିଏଲରେ ଯେମିତି ପ୍ରଦର୍ଶନ କରନ୍ତି ସେମିତି କରି ପାରୁ ନାହାନ୍ତି ବୋଲି କୈଫ କହିଛନ୍ତି । ମାର୍ଚ୍ଚରେ କୋରୋନାଭାଇରସ ମହାମାରୀ କ୍ରିକେଟ ଉପରେ ରୋକ ଲଗାଇବା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ଫର୍ମାଟରେ ପନ୍ତଙ୍କ ସ୍ଥାନରେ ୱିକେଟ କିପିଂ ଦାୟିତ୍ବ କେଏଲ ରାହୁଲ ନେଇଥିଲେ । ତାଙ୍କ ପ୍ରଦର୍ଶନ କାରଣରୁ ତାଙ୍କୁ ଟିମରି ବାଦ ଦିଆଯାଇଥିଲା ।

ତେବେ ସେ ଦୁଇଟି ଟେଷ୍ଟ ମ୍ୟାଚରେ ୱିକେଟ କିପିଂ କରିଥିଲେ ଯାହା କେନ ୱିଲିୟମସନଙ୍କ ଟିମ ଠାରୁ ହାରିଯାଇଥିଲା ଭାରତ ।

କୈଫ ଆକାଶ ଚୋପ୍ରାଙ୍କ ୟୁଟ୍ୟୁବ ସୋ 'ଆକାଶବାଣୀ'ରେ ଭାରତର ପୂର୍ବତନ ଆକାଶଙ୍କୁ କହିଛନ୍ତି ଯେ, ‘‘ଋଷଭ ପନ୍ତ ଜଣେ ମୁକ୍ତ ପ୍ରବାହିତ ଖେଳାଳି। ସେ ଜଣେ ଆକ୍ରମଣାତ୍ମକ ଖେଳାଳି ଏବଂ ସେ ପ୍ରଥମ ବଲରୁ ଆକ୍ରମଣକାରୀ ସଟ ଖେଳିବା ଉଚିତ।’’

‘‘ପ୍ରଥମେ ଦାଦା (ସୌରଭ ଗାଙ୍ଗୁଲି), (ରିକି) ପଣ୍ଟିଂ ଏବଂ ମୁଁ ତାଙ୍କୁ ଶୀଘ୍ର ପଠାଇବାକୁ ସ୍ଥିର କଲୁ କିନ୍ତୁ ତା’ପରେ ଆମେ ଜାଣିଲୁ ତାଙ୍କୁ 10 ଓଭର ଖେଳିବାକୁ ପଡିବ। ତାଙ୍କୁ ଖେଳିବାକୁ 60ଟି ବଲ ମିଳିବା ଉଚିତ। କିନ୍ତୁ ଭାରତୀୟ ଦଳରେ ଏପର୍ଯ୍ୟନ୍ତ ଏପରି କିଛି କରାଯାଇ ନାହିଁ ।’’

‘‘ଜଣେ ଆକ୍ରମଣକାରୀ ଖେଳାଳି ଏକ ଫାଇନିସର ଭୂମିକା ଗ୍ରହଣ କରିବା ଉଚିତ। ମୁଁ ଅନୁଭବ କରୁଛି ଯେ ସେମାନେ ଭାରତୀୟ ଦଳରେ ପନ୍ତଙ୍କ ବ୍ୟାଟିଂ ପୋଜିସନ ଏପର୍ଯ୍ୟନ୍ତ ସ୍ଥିର କରି ନାହାଁନ୍ତି। ଆଇପିଏଲରେ ଆମେ ଜାଣୁ ତାଙ୍କୁ ଶେଷ ୧୦ ଓଭରରେ ଖେଳିବାକୁ ଦେବୁ। ଆଇପିଏଲରେ ସେ ତାଙ୍କର ପ୍ରାକୃତିକ ଖେଳ ଖେଳନ୍ତି ସେଥିପାଇଁ ସେ ଭଲ ପ୍ରଦର୍ଶନ କରନ୍ତି,’’ ବୋଲି କୈଫ କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.