ETV Bharat / sports

32 ବର୍ଷରେ ଈଶାନ୍ତ ଶର୍ମା, ସାଥୀ ଖେଳାଳି ଦେଲେ ଶୁଭେଚ୍ଛା - ସାଥୀ ଖେଳାଳି ଦେଲେ ଶୁଭେଚ୍ଛା

ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ଜନ୍ମଦିନରେ ଶୁଭେଚ୍ଛା ଦେଲେ ସାଥୀ ଖେଳାଳିଙ୍କ ସମେତ ଈଶାନ୍ତଙ୍କ ଫ୍ୟାନ୍ସ । ଅଧିକ ପଢ଼ନ୍ତୁ...

Indian fast bowler ishant sharma, happy birthday ishant sharma, 32 ବର୍ଷରେ ଇଶାନ୍ତ ଶର୍ମା, ସାଥୀ ଖେଳାଳି ଦେଲେ ଶୁଭେଚ୍ଛା, ଇଶାନ୍ତ ଶର୍ମାଙ୍କ ଜନ୍ମଦିନ
32 ବର୍ଷରେ ଇଶାନ୍ତ ଶର୍ମା, ସାଥୀ ଖେଳାଳି ଦେଲେ ଶୁଭେଚ୍ଛା
author img

By

Published : Sep 2, 2020, 12:18 PM IST

Updated : Sep 2, 2020, 12:38 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଈଶାନ୍ତ ଶର୍ମା ବୁଧବାର 32 ବର୍ଷରେ ପାଦ ଦେଇଛନ୍ତି । 1988 ମସିହା ସେପ୍ଟେମ୍ବର 2 ତାରିଖରେ ଜନ୍ମ ହୋଇଥିଲେ ଈଶାନ୍ତ । ଏହା ଅବସରରେ ଈଶାନ୍ତଙ୍କ ସାଥୀ ଖେଳାଳିଙ୍କ ସହ ପୂର୍ବତନ ଖେଳାଳିମାନେ ମଧ୍ୟ ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଆଇସିସି, ବିସିସିଆଇ, ବିରାଟ କୋହଲି, ହରଭଜନ ସିଂହ, ରୋହିତ ଶର୍ମା, ଶିଖର ଧୱନ, ଅଜିଙ୍କ୍ୟ ରାହାଣେ ଆଦି ଖେଳାଳି ଈଶାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

  • Ishant Sharma in Tests since January 2019:

    🔸 Seven matches
    🔸 30 wickets
    🔸 15.50 average

    WATCH: Harsha Bhogle on the recent rise of the India paceman: pic.twitter.com/KC3KKS6Vck

    — ICC (@ICC) September 2, 2020 " class="align-text-top noRightClick twitterSection" data=" ">
  • 🔹 97 Tests, ☝️ 297 wickets
    🔹 #TeamIndia senior bowler 🇮🇳
    🔹 Arjuna Awardee 👏

    Happy Birthday, @ImIshant. Here's a recap of his phenomenal 5-wicket haul against Bangladesh in the Pink Ball Test. 📽️🙌

    — BCCI (@BCCI) September 2, 2020 " class="align-text-top noRightClick twitterSection" data=" ">

6 ଫୁଟ 4 ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ଖେଳାଳି ଖୁବ କମ ବୟସରେ ଭାରତୀୟ ଟିମରେ ଡେବ୍ୟୁ କରିଥିଲେ, ତେଣୁ କରି ତ 32 ବର୍ଷ ବୟସରେ ସେ 97ଟି ଟେଷ୍ଟ ଖେଳି ସାରିଛନ୍ତି । ଏହାଛଡା ଈଶାନ୍ତ 80ଟି ଦିନିକିଆ ଓ 14ଟି ଟି-20 ମ୍ୟାଚ ମଧ୍ୟ ଖେଳିଛନ୍ତି । ଭାରତୀୟ ଟିମକୁ ଅନେକ ଥର ଈଶାନ୍ତ ମ୍ୟାଚ ଜିତାଇଛନ୍ତି, ସେ 2013 ଚାମ୍ପିୟନ୍ସ ଟ୍ରଫି ଫାଇନାଲ ହେଉ କିମ୍ବା ଶ୍ରୀଲଙ୍କାରେ ତାଙ୍କର ଦମଦାର ବୋଲିଂ ହେଉ । କିନ୍ତୁ ସବୁଠାରୁ ସ୍ମରଣୀୟ ହୋଇ ରହିଥିଲା ଅଷ୍ଟ୍ରେଲିଆରେ ରିକି ପଣ୍ଟିଂଙ୍କ ବିରୋଧରେ ତାଙ୍କ ବୋଲିଂ । ଈଶାନ୍ତଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା କିପରି ସେ ମାତ୍ର 19 ବର୍ଷ ବୟସରେ ନିଜର ପ୍ରଥମ ଅଷ୍ଟ୍ରେଲିଆ ଗସ୍ତରେ ରିକି ପଣ୍ଟିଂଙ୍କୁ ନିଜ ବୋଲିଂରେ କିପରି ନାକେଦମ କରି ଦେଇଥିଲେ ।

2008ରେ ପର୍ଥରେ ଈଶାନ୍ତଙ୍କ ବୋଲିଂର ଯାଦୁ

12 ବର୍ଷ ପୂର୍ବରୁ ଯେତେବେଳେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିଥିଲା, ଯାହା ବିଶ୍ବର ସବୁଠାରୁ ଦ୍ରୁତ ପିଚ ଥିଲା ଓ ଟିମ ଇଣ୍ଡିଆ 4 ଜଣ ଦ୍ରୁତ ବୋଲରଙ୍କ ସହ ପଡିଆକୁ ଓହ୍ଲାଇଥିଲା । ସେହି ଟିମରେ ଈଶାନ୍ତ ମଧ୍ୟ ଥିଲେ ଓ ନିଜର ଚମତ୍କାର ବୋଲିଂରେ ସେ ବିଶ୍ବର ସବୁଠାରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂଙ୍କୁ ମଧ୍ୟ ହଇରାଣ କରି ଦେଇଥିଲେ । ଈଶାନ୍ତ ପର୍ଥ ପିଚରେ 145 କିମି ପ୍ରତି ଘଣ୍ଟା ବେଗରେ ବୋଲିଂ କରିଥିଲେ । ପାଠ ପଢ଼ାରେ ଦଶମ ପାସ କରି ନଥିଲେ ବି ରିକି ପଣ୍ଟିଂଙ୍କୁ ପିଚରେ କ୍ରିକେଟର ପାଠ ପଢ଼ାଇଥିଲେ ଈଶାନ୍ତ । ସ୍ବିଙ୍ଗ ସହ ନିଜ ବାଉନ୍ସର ବୋଲିଂ ଦ୍ବାରା ପଣ୍ଟିଂଙ୍କୁ ବ୍ୟାକଫୁଟକୁ ପଠାଇ ଦେଇଥିଲେ ସେ । ଈଶାନ୍ତଙ୍କ ଆଗରେ ପଣ୍ଟିଂଙ୍କ ବ୍ୟାଟିଂ ହାର ମାନିଲା ଓ ସେ ପାଭିଲିୟନ ଫେରି ଯାଇଥିଲେ । ସୂଚନାଯୋଗ୍ୟ ଯେ ଈଶାନ୍ତ ନିଜ କ୍ୟାରିଅରରେ ପଣ୍ଟିଂଙ୍କୁ 8 ଥର ଆଉଟ କରିଛନ୍ତି ।

  • Happy birthday @ImIshant have a good one.. God bless you

    — Harbhajan Turbanator (@harbhajan_singh) September 2, 2020 " class="align-text-top noRightClick twitterSection" data=" ">

2011-12ରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ବିଚକ୍ଷଣ ପ୍ରଦର୍ଶନ କରିଥିଲେ ଈଶାନ୍ତ । ଏହି ଗସ୍ତ ସମୟରେ ସେ ଘଣ୍ଟା ପ୍ରତି 115.2 କିମି ବେଗରେ ବୋଲିଂ କରିଥିଲେ, ଯାହା ଭାରତ ପକ୍ଷରୁ ସବୁଠାରୁ ଦ୍ରୁତ ବୋଲିଂ ମଧ୍ୟରୁ ଗୋଟିଏ ।

Last Updated : Sep 2, 2020, 12:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.