ETV Bharat / sports

ଟେଷ୍ଟ କ୍ରିକେଟରେ ଟିମ ଇଣ୍ଡିଆର ହ୍ୟାଟ୍ରିକ ହିରୋ - ଇରଫାନ ପଠାନ

ଟିମ ଇଣ୍ଡିଆର ଷ୍ଟାର ପେସ ବୋଲର ଜଶପ୍ରୀତ ବୁମରା ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ହାସଲ କରିଛନ୍ତି । ତେବେ ହରଭଜନ ସିଂହ ଓ ଇରଫାନ ପଠାନଙ୍କ ପରେ 3ୟ ଭାରତୀୟ ବୋଲର ଭାବେ ଏହି କରିସ୍ମା କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
author img

By

Published : Sep 2, 2019, 5:48 PM IST

ହାଇଦ୍ରାବାଦ: ଟିମ ଇଣ୍ଡିଆର ଷ୍ଟାର ପେସ ବୋଲର ଜଶପ୍ରୀତ ବୁମରା ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ 2ୟ ଟେଷ୍ଟରେ ବୁମରା ଘାତକ ବୋଲିଂ କରିଥିଲେ । 12.1 ଓଭର ବୋଲିଂ କରି 3 ମେଡେନ ସହ 27 ରନ ବ୍ୟୟ କରି 6ଟି ୱିକେଟ ହାସଲ କରିଥିଲେ ବୁମରା ।

ଇଣ୍ଡିଜ ବ୍ୟାଟ୍ସମ୍ୟାନ ଡାରେନ ବ୍ରାଭୋ, ସମରାହ ବ୍ରୁକ୍ସଙ୍କୁ ଲଗାତାର 2ଟି ବଲରେ ଆଉଟ କରି ବୁମରା ପ୍ୟାଭିଲିୟନ ଫେରାଇଥିଲେ । ପରେ 3ୟ ବଲ ସାମ୍ନା କରିଥିଲେ ରୋଷ୍ଟନ ଚେଜ । ବୁମରାଙ୍କ ଘାତକ ୟର୍କର ଚେଜଙ୍କ ପ୍ୟାଡରେ ଲାଗିଥିଲା । ତେବେ ଏହା ଆଉଟ ନୁହେଁ ଭାବିଥିଲେ ବୁମରା । ଅପିଲ ମଧ୍ୟ କରିନଥିଲେ । ମାତ୍ର କ୍ୟାପଟେନ ବିରାଟ ତୁରନ୍ତ ରିଭ୍ୟୁ ନେଇଥିଲେ । ରିଭ୍ୟୁ ସଫଳ ହୋଇଥିଲା ଓ ବୁମରା ଟେଷ୍ଟ କ୍ରିକେଟରେ 3ୟ ଭାରତୀୟ ବୋଲର ଭାବେ ହ୍ୟାଟ୍ରିକ ୱିକେଟ ହାସଲ କରିଥିଲେ।

ପୂର୍ବରୁ ଅଫସ୍ପିନର ହରଭଜନ ସିଂହ ଓ ପେସ ବୋଲର ଇରଫାନ ପଠାନ ଏହି କରସ୍ମା କରିସାରିଛନ୍ତି। 2001ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟରବୋନେଟର ହରଭଜନ ହ୍ୟାଟ୍ରିକ ହାସଲ କରିଥିଲେ । ପରେ ବାମହାତୀ ପେସ ବୋଲର ଇରଫାନ ପଠାନ 2006ରେ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ ହାତେଇଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.