ETV Bharat / sports

ଦୁଇ ଦଳର କୋଭିଡ ରିପୋର୍ଟ ନେଗେଟିଭ, ମଙ୍ଗଳବାରଠୁ ଅଭ୍ୟାସ ଆରମ୍ଭ

author img

By

Published : Feb 1, 2021, 7:59 PM IST

ଭାରତ ଓ ଇଂଲଣ୍ଡ କ୍ରିକେଟ ଦଳର କୋଭିଡ ରିପୋର୍ଟ ଆସିଲା ନେଗେଟିଭ। ଆସନ୍ତା ମଙ୍ଗଳବାରଠାରୁ ଦୁଇ ଦଳ ଆଉଟ ଡୋର ଅଭ୍ୟାସ କରିପାରିବେ। ଅଧିକ ପଢ଼ନ୍ତୁ...

Indian and england cricketers cleared to train after negative Covid results
ଦୁଇ ଦଳର କୋଭିଡ ରିପୋର୍ଟ ନେଗେଟିଭ, ମଙ୍ଗଳବାରଠୁ ଅଭ୍ୟାସ ଆରମ୍ଭ

ଚେନ୍ନାଇ: ଭାରତ ଓ ଇଂଲଣ୍ଡ କ୍ରିକେଟ ଦଳର କୋଭିଡ ରିପୋର୍ଟ ଆସିଲା ନେଗେଟିଭ। ଆସନ୍ତା ମଙ୍ଗଳବାରଠାରୁ ଦୁଇ ଦଳ ଆଉଟ ଡୋର ଅଭ୍ୟାସ କରିପାରିବେ। ଏହାକୁ ନେଇ ବିସିସିଆଇ ପକ୍ଷରୁ ଏକ ରିପୋର୍ଟରୁ ପ୍ରକାଶ ପାଇଛି। ଗତ ରବିବାର ଦୁଇ କ୍ରିକେଟ ଦଳର କୋଭିଡ ଟେଷ୍ଟ ହୋଇଥିଲା ।

ଜାନୁଆରୀ 26 ତାରିଖରେ ଦୁଇ ଦଳ ଚେନ୍ନାଇରେ ପହଞ୍ଚି କ୍ବାରେଣ୍ଟିନରେ ରହିଥିଲେ । ତେବେ ଆଜି(ସୋମବାର) ଦୁଇଦଳର କ୍ବାରେଣ୍ଟିନ ଅବଧି ଶେଷ ହୋଇଛି। ଏହାପୂର୍ବରୁ ଗତ ରବିବାର ଦୁଇ ଦେଶର ଖେଳାଳିଙ୍କ ଦ୍ବିତୀୟ କୋଭିଡ ଟେଷ୍ଟ କରାଯାଇଥିଲା ।

ଏହାକୁ ନେଇ ବିସିସିଆଇ ଟ୍ବିଟ କରି କହିଛି ଯେ, "ଭାରତୀୟ କ୍ରିକେଟ ସୋମବାର ଟିମ ତାର କ୍ବାରେଣ୍ଟିନ ଅବଧି ଶେଷ କରିଛି। ଦ୍ବିତୀୟ ଥର କୋଭିଡ ଟେଷ୍ଟରେ ମଧ୍ୟ ଭାରତୀୟ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଛି। ସୋମବାର ସନ୍ଧ୍ୟାରୁ ହିଁ ଦଳ ଅଭ୍ୟାସ ଆରମ୍ଭ କରିପାରେ।"

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା 4ଟିକିଆ ଟେଷ୍ଟ ସିରିଜରେ ଭାରତକୁ 2-0ରେ ସିରିଜ ହାତେଇବାକୁ ହେବ। ଫଳରେ ଦଳ ଲର୍ଡସରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଖେଳିପାରିବ। ଏହି ସିରିଜରେ ଭାରତ ଗୋଟିଏ ବି ମ୍ୟାଚ ହାରିଲେ ଅନ୍ୟ 3ଟି ମ୍ୟାଚ ଜିତିବାକୁ ହେବ। ସେପଟେ ଇଂଲଣ୍ଡକୁ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଖେଳିବା ପାଇଁ ଇଂଲଣ୍ଡକୁ 3-0 ସିରିଜ ଜିତିବାକୁ ହେବ। ସିରିଜ 2-2ରେ ଡ୍ର' ହେଲେ ମଧ୍ୟ ଇଂଲଣ୍ଡ ପାଇଁ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପକ୍କା କରିବା କଠିନ ହୋଇପଡ଼ିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.