ETV Bharat / sports

ମହିଳା କ୍ରିକେଟ: ଦକ୍ଷିଣ ଆଫ୍ରିକାକୁ 51 ରନରେ ହରାଇଲା ଭାରତ - ମହିଳା ଭାରତୀୟ ଦଳ

ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ 4ର୍ଥ ଟି-20ରେ 51 ରନରେ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ଶେଫାଳି ବର୍ମା 33 ବଲରେ 46 ରନର ଧୁଆଁଧାର ପାଳି ବଳରେ 140 ରନ ସ୍କୋର କରିଥିଲା ।

ଫଟୋ ସୌଜନ୍ୟ: twitter@BCCIWomen
author img

By

Published : Oct 1, 2019, 11:21 PM IST

ସୁରତ: ଭାରତୀୟ ମହିଳା କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ 4ର୍ଥ ଟି-20ରେ 51 ରନରେ ହରାଇଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 140 ରନ କରିଥିଲା । ଭାରତ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା 33 ବଲରେ 46 ରନର ଧୁଆଁଧାର ପାଳି ଖେଳିଥିଲେ । ଶେଫାଳିଙ୍କ ଏହି ପାଳିରେ 5ଟି ଚୌକା ଓ 2ଟି ଛକା ସାମିଲ ରହିଛି । ଜେମିନା ରୋଡ୍ରିଗ୍ୟୁସ 22 ବଲରେ 33 ଓ ଦିପ୍ତି 20 ରନର ପାଳି ଖେଳିଥିଲେ । କ୍ୟାପଟେନ ହରମନପ୍ରିତକୌର 9 ବଲରେ 16 ରନ କରିଥିଲେ ।

141 ରନର ବିଜୟ ଲକ୍ଷ୍ୟକୁ ନେଇ ଇଂନିସ ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ତେବେ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ମାତ୍ର 89 ରନରେ ଅଟକିଯାଇଥିଲା । 7ଜଣ ବ୍ୟାଟ୍ସମ୍ୟାନ 2ଅଙ୍କ ଛୁଇଁ ପାରିନଥିଲେ । ଭାରତ ପକ୍ଷରୁ ପୁନମ ଯାଦବ ସର୍ବାଧିକ 3ଟି, ରାଧା ପି ଯାଦବ 2ଟି ଓ ଦିପ୍ତି ଗୋଟିଏ ଲେଖାଏଁ ଅକ୍ତିଆର କରିଥିଲେ ।

5 ମ୍ୟାଚ ବିଶିଷ୍ଟ ଟି20 ସିରିଜରେ 2-0 ଆଗୁଆ ହୋଇଛି ଭାରତୀୟ ମହିଳା ଦଳ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.