ଚେନ୍ନାଇ: ୱିକେଟ ସନ୍ଧାନରେ ଥିବା ଭାରତୀୟ ଟିମ ଦ୍ବିତୀୟ ଦିନର ପ୍ରଥମ ସେସନରେ କ୍ରମାଗତ ଦୁଇଟି ଓଭରରେ ଦୁଇଟି ରିଭ୍ୟୁ ନେଇଥିଲା । ମାତ୍ର ଦୁଇଟିଯାକ ଭାରତ ବିପକ୍ଷରେ ଯାଇଥିଲା । ଫଳରେ କ୍ୟାପଟେନ ଜୋ ରୁଟ୍ ଓ ବେନ ଷ୍ଟୋକ୍ସଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା ।
108ତମ ଓ 109ତମ ଓଭରରେ ଦୁଇଟି ରିଭ୍ୟୁ ନେଇଥିଲା । ମାତ୍ର ଏଥିରେ ଭାରତକୁ ସଫଳତା ମିଳିନଥିଲା । 108ତମ ଓଭରରେ ଅଶ୍ବିନ ଏକ ଲେଗ ବିଫୋର ୱିକେଟ ପାଇଁ ଅପିଲ କରିଥିଲେ । ୱିକେଟ କିପର ଋଷଭ ପନ୍ତ ମଧ୍ୟ ଅପିଲ କରିତିଲେ । ମାତ୍ର ଟିଭି ରିପ୍ଲେରେ ବଲ ପ୍ୟାଡରେ ଲାଗିବା ପୂର୍ବରୁ ଗ୍ଲୋବ୍ସରେ ଲାଗିଥିଲା ବୋଲି ସ୍ପଷ୍ଟ ହୋଇଥିଲା ।
ଏହାର ଠିକ ପରବର୍ତ୍ତୀ ଓଭରରେ ସାହବାଜ ନଦୀମ ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍ଙ୍କ ବିରୁଦ୍ଧରେ ଲେଗ ବିଫୋର ଆଉଟ ପାଇଁ ଅପିଲ କରିଥିଲେ । ମାତ୍ର ବଲ୍ ୱିକେଟରେ ଲାଗୁନଥିବା ଜଣାପଡିଥିଲା । ତେବେ ପରେ ତୃତୀୟ ସେସନରେ ରିଭ୍ୟୁ ବାକି ନଥିବାରୁ ଭାରତ ଅସୁବିଧାରେ ପଡିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ