ETV Bharat / sports

ବଦଳିବ ବାରବାଟୀର ଚିତ୍ର, ଅଢେଇ ବର୍ଷ ପରେ ଅନ୍ତର୍ଜାତୀୟ ମ୍ୟାଚ - barabati cuttack

ଅଢେଇ ବର୍ଷ ପରେ ବାରବାଟୀରେ ହେବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଆଉ ଏନେଇ ତତ୍ପର ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଷ୍ଟାଡିୟମ କାମ ।

ବାରବାଟୀ ଦିନିକିଆ
author img

By

Published : Nov 24, 2019, 12:00 AM IST

କଟକ: ବାରବାଟି ଷ୍ଟାଡିୟମରେ ଡିସେମ୍ବର 22ରେ ଖେଳାଯିବ ଭାରତ ବନାମ ୱେଷ୍ଟେଇଣ୍ଡିଜ ଏକଦିବସୀୟ ମୁକାବିଲା । ଯେଉଁଥି ପାଇଁ ଫ୍ଲଡ଼ ଲାଇଟଠୁ ଆରମ୍ଭ କରି ଷ୍ଟାଡିୟମର ପ୍ରତ୍ୟେକ କାମକୁ ତ୍ୱରିତ ଢ଼ଙ୍ଗରେ ସମ୍ପାଦନ କରୁଛି ଓସିଏ । ବିସିସିଆଇ ପକ୍ଷରୁ ଫଣ୍ଡ ଆସିବା ପରେ ବାରବାଟିକୁ 15 ଦିନ ମଧ୍ୟରେ ନୂଆ ଲୁକ ଦେବାକୁ ଲକ୍ଷ୍ୟ ରଖିଛି ଓସିଏ ।

ବଦଳିବ ବାରବାଟୀର ଚିତ୍ର

ବିଗ୍ ଫାଇଟ ଦେଖିବେ କ୍ରିକେଟ ଫ୍ୟାନ୍ସ । ପାଖେଇ ଆସୁଛି ତାରିଖ, ବଢୁଛି ଉତ୍କଣ୍ଠା। ଅଢେଇ ବର୍ଷ ପରେ ବାରବାଟୀରେ ହେବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଆଉ ଏନେଇ ତତ୍ପର ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଷ୍ଟାଡିୟମ କାମ ।

ଅନ୍ୟପଟେ ଶନିବାର ଷ୍ଟାଡିୟମ ଗସ୍ତରେ ଆସି ସମସ୍ତ ବିଭାଗକୁ ପରଖିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ । ଏହି ମେଗା ଇଭେଣ୍ଟ କମିଶନରେଟ ପୋଲିସ ପାଇଁ ବିଗ ଚ୍ୟାଲେଞ୍ଜ । କାରଣ 2015 ଭାରତ ଦକ୍ଷିଣ ଆଫ୍ରିକା ଟି-20ରେ ସାମ୍ନକୁ ଆସିଥିଲା ବାରବାଟୀ ଲଜ୍ଜା । ପଡିଆରେ ପ୍ରସଂଶକଙ୍କ ବୋତଲ ଫିଙ୍ଗା ଘଟଣା ପାଇଁ କ୍ରିକେଟ ଇତିହାସରେ ନିନ୍ଦିତ ହୋଇଥିଲା ଓଡିଶା । ସେହିପରି 2017ରେ ବ୍ଲାକ ଟିକେଟ ବିକ୍ରି ମଧ୍ୟ ଥିଲା ଅନ୍ୟତମ ଘଟଣା । ଫଳରେ ଏହି ସବୁ ଦିଗକୁ ନଜର ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ଲକ୍ଷ୍ୟରେ କମିଶନରେଟ ପୋଲିସ ।

ତେବେ ଅପେକ୍ଷା ଓସିଏର ନୂଆ ଟିମ କେତେ ସଫଳତାର ସହ ଆୟୋଜନ କରୁଛି ଏହି ବହୁପ୍ରତିକ୍ଷୀତ ମ୍ୟାଚକୁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବାରଵାଟି ଷ୍ଟାଡିଅମ ରେ ଡିସେମ୍ବର 22 ରେ ଖେଳାଯିବ ଭାରତ ବନାମ ୱେଷ୍ଟେଇଣ୍ଡିଜ ଏକଦିବସିୟ ମୁକାବିଲା । ଯେଉଁଥିପାଇଁ ଫ୍ଲଡ଼ ଲାଇଟ ଠୁ ଆରମ୍ଭ କରି ଷ୍ଟାଡିଅମ ର ପ୍ରତକ କାମ କୁ ତ୍ୱରିତ ଢ଼ଙ୍ଗରେ ସମ୍ପାଦନ କରୁଛି ଓସିଏ । ବିସିସିଆଇ ପକ୍ଷରୁ ଫଣ୍ଡ ଆସିବା ପରେ ବାରଵାଟି କୁ 15 ଦିନ ମଧ୍ୟରେ ନୂଆ କରିବା କୁ ଲକ୍ଷ୍ୟ ରଖିଚି ଓସିଏ ।

Body:ଭିଓ୧: ପାଖେଇ ଆସୁଛି ସମୟ । ଦୁଲୁକିବ ବାରବାଟୀ । କାରଣ ଆସନ୍ତା ମାସ 22 ତାରିଖ ରେ ଖେଳାଯିବ ଭାରତ ଓ ୱେଷ୍ଟେଇଣ୍ଡିଜ ମଧ୍ୟରେ ଏକଦିବସିୟ ମହାମୁକାବିଲା । ଏନେଇ ଷ୍ଟାଡିଅମ ସ୍ଥିତି କୁ ନୂଆ କରିବା ପାଇଁ ଯୁଧକାଳୀନ ଭିତ୍ତିରେ କାମ ଚଳାଇଛି ଓସିଏ । ତେବେ ଫନି ପରେ ଷ୍ଟାଡିଅମ ର ସ୍ଥିତି ପୁରା ବେହାଲ ହୋଇଥିଲା । ଫ୍ଲଡ଼ ଲାଇଟ, ପ୍ରେସ ଗ୍ୟାଲେରୀ , ଗ୍ୟାଲେରୀ , କମେଣ୍ଟରି ବକ୍ସ ଓ ପାଭିଲିୟନ ର ପୁରା ଜରାଜିର୍ଣ ହୋଇପଡିଥିଲା । ତେବେ ବିସିସିଆଇ ପକ୍ଷରୁ ଇଣ୍ଡିଆ ମ୍ୟାଚ ପାଇଁ ବାରଵାଟି କୁ ଚୟନ କରିବା ପରେ ଓସିଏ ଦେଖାଇଛି ଦମ୍ଭ । ଷ୍ଟାଡିଅମ ର ସ୍ଥିତି କୁ ସୁଧାର ଆଣିବା ପାଇଁ ରାତି ଦିନ ଏକ କରି କାମ ଚଳାଇଛି ଓସିଏ । ଏହାସହିତ ମ୍ୟାଚ ପାଇଁ ଟେକଟ କାଉଣ୍ଟର କୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ)

ଭିଓ୨: ଅନ୍ୟପଟେ ଆଜି ବାରଵାଟି ଷ୍ଟାଡିଅମ ଗସ୍ତ କରି ସମସ୍ତ ବିଭାଗ କୁ ପରଖିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ । କାରଣ ଏହି ମେଗା ଇଭେଣ୍ଟ ରେ ପୋଲିସ ପାଇଁ ରହିବ ବିଗ ଚ୍ୟାଲେଞ୍ଜ । ଯାହାକୁ ମଧ୍ୟ ସୁଚାର ରୂପେ ସମାପ୍ତ କରିବା ନେଇ ଲକ୍ଷ୍ୟ ରଖିଛି କମିଶନରେଟ ପୋଲିସ । ବିଶେଷକରି ମ୍ୟାଚ ସମୟରେ ପ୍ରବଳ ଭିଡ କୁ ଆୟତ୍ତ କରିବା ପାଇଁ ରଣନୀତି ଆରମ୍ଭ ହୋଇସାରିଛି । 2017 ମସିହାରେ ଯେଉଁପରି ଭାବରେ ବ୍ଲାକ ଟିକେଟ କିଣାବିକା ଚାଲିଥିଲା ତାହା ଚଳିତ ବର୍ଷ ପ୍ରସୟ ଦିଆଜିବନି । ଏହାଛଡା ବାରଵାଟି କୁ ସବୁ ଦିଗରୁ ପୋଲିସ ଛାଉଣୀ କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂହ ।

ବାଇଟ:ଅଖିଳେସ୍ୱର ସିଂ( କଟକ ଡିସିପି)

Conclusion:ଫାଭିଓ: ଆସନ୍ତା ମାସ ମ୍ୟାଚ ପାଇଁ ଏବେଠୁ ସ୍ୱପ୍ନ ଦେଖିଲେଣି ରାଜ୍ୟବାସୀ । କାରଣ 2017 ରେ ଏହି ଷ୍ଟାଡିଅମ ରେ ଭାରତ ଯେଉଁ ପରି ଭାବରେ ଇଂଲଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା । ଠିକ ସେହି ଅନୁସାରେ ଇଣ୍ଡିଜ ଟିମ କୁ ମଧ୍ୟ ଧୂଳିସାତ କରିବ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.