କଟକ: ଟିମ ଇଣ୍ଡିଆ ପରେ ବାରବାଟୀରେ ଅଭ୍ୟାସ ଆରମ୍ଭ କରିଛି ୱେଷ୍ଟଇଣ୍ଡିଜ। ଅପରାହ୍ନ 2.00ରେ ଆସି ବାରବାଟୀ ଷ୍ଟାଡିୟମରେ ପହଞ୍ଚିଥିଲା ପୋଲାର୍ଡ ପାୱାର ହିଟର । ସବୁ ଖେଳାଳି ବେଶ ଜୋଶର ସହ ଅଭ୍ୟାସ ଜାରି ରଖିଛନ୍ତି। ହୋଲଡର, କଟ୍ରେଲ, ପୋଲାର୍ଡ଼, ଲୁଇସଙ୍କ ଆକ୍ରମଣାତ୍ମକ ସଟ ଅଭ୍ୟାସ କରିଛନ୍ତି।
ସିରିଜ ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ ଏକ ହାଇସ୍କୋରିଂ ମ୍ୟାଚ ହେବାର ଆଶା କରାଯାଉଛି। 6 ନମ୍ବର ଗ୍ୟାଲେରୀରେ ବସିଥିବା ଦର୍ଶକ ଖେଳାଳିଙ୍କ ବଡ ସଟକୁ ଦେଖି ଖୁସିରେ ଆତ୍ମହରା ହୋଇଛନ୍ତି। ଏହାସହିତ ମ୍ୟାଚ ଆସନ୍ତାକାଲି ରହିଛି। ମାତ୍ର ଆଜି ଠାରୁ ଏକ କ୍ରିକେଟର ମାହୋଲ ସମଗ୍ର ରାଜ୍ୟରେ ସୃଷ୍ଟି ହୋଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ