ETV Bharat / sports

‘ନିରାଶ ହେବେନି କ୍ରିକେଟପ୍ରେମୀ, ବାରବାଟୀରେ ହେବ ମ୍ୟାଚ’ - ବାରବାଟୀରେ ମ୍ୟାଚ

ନିରାଶ ହେବେନି କ୍ରିକେଟପ୍ରେମୀ । ବାରବାଟୀ ଷ୍ଟାଡିୟମରେ ଡିସେମ୍ବର 22ରେ ଖେଳାଯିବ ଭାରତ ବନାମ ୱେଷ୍ଟଇଣ୍ଡିଜ ମ୍ୟାଚ୍‌ । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 17, 2019, 10:12 AM IST

କଟକ: ନିରାଶ ହେବେନି କ୍ରିକେଟପ୍ରେମୀ । ବାରବାଟୀ ଷ୍ଟାଡିୟମରେ ଡିସେମ୍ବର 22ରେ ଖେଳାଯିବ ଭାରତ ବନାମ ୱେଷ୍ଟଇଣ୍ଡିଜ ମ୍ୟାଚ୍‌ । ଏନେଇ ବିସିସିଆଇ ସହ ହୋଇଛି ଆଲୋଚନା । କେବଳ ଫ୍ଲଡ ଲାଇଟର ମରାମତି ସରିଗଲେ ଗ୍ରାଉଣ୍ଡ ଓ ପାଭିଲୟନ କାମ ଶୀଘ୍ର ସରିବ । ଏହାପରେ ମ୍ୟାଚ ବିନା ଦ୍ଵିଧାରେ ହୋଇପାରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଫନି ପରେ ଷ୍ଟାଡିୟମର ସ୍ଥିତି ବେହାଲ ହୋଇଯାଇଛି । ବିଶେଷକରି ଫ୍ଲଡ୍‌ ଲାଇଟର ଅବସ୍ଥା ଜରାଜୀର୍ଣ୍ଣ । ତେବେ ଏହି ଫ୍ଲଡ୍‌ ଲାଇଟ ସଂକ୍ରାନ୍ତରେ କପିଳ ଦେବଙ୍କ ସହ ଆଲୋଚନା ସରିଛି । ସେ ମଧ୍ୟ ଖୁବଶୀଘ୍ର ସାହାଯ୍ୟ କରିବା ନେଇ ମତ ପ୍ରକାଶ କରିଛନ୍ତି ବୋଲି ଓସିଏ ସମ୍ପାଦକ କହିଛନ୍ତି ।

ଅନ୍ୟପଟେ ବିସିସିଆଇର ନୂଆଟିମ୍‌ ଏକ ପ୍ରକାର ଗଠନ ହୋଇ ସାରିଥିଲାବେଳେ ଔପଚାରିକ ଦୃଷ୍ଟିରୁ ଚଳିତମାସ 23 ତାରିଖରେ ନାମ ଘୋଷଣା ହେବ । ଏହା ପରେ ଓସିଏକୁ ଆର୍ଥିକ ସହାୟତା ମିଳିବ । ଯାହା ଦ୍ବାରା ଷ୍ଟାଡିୟମ ସ୍ଥିତି ଖୁବ ଶୀଘ୍ର ସୁଧୁରିଯିବ ବୋଲି ମଧ୍ୟ ସେ କହିଛନ୍ତି। ତେବେ ଅନେକ କଥା ମ୍ୟାଚକୁ ନେଇ ଉଠୁଥିବା ବେଳେ ଓସିଏର ନୂଆ ଟିମ କେବେ ହେଲେ ଏହି ମ୍ୟାଚକୁ ହାତରୁ ଯିବାକୁ ଦେବନି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ନିରାଶ ହେବେନି କ୍ରିକେଟ ପ୍ରେମୀ । ବାରଵାଟି ଷ୍ଟାଡିୟମରେ ଡିସେମ୍ବର 22 ରେ ଖେଳାଯିବ ଭାରତ ବନାମ ୱେଷ୍ଟେଇଣ୍ଡିଜ ମ୍ୟାଚ । ଏନେଇ ବିସିସିଆଇ ସହ ହୋଇଛି ଆଲୋଚନା । କେବଳ ଫ୍ଲଡ଼ ଲାଇଟ ର ମରାମତି ସରିଗଲେ ଗ୍ରାଉଣ୍ଡ ଓ ପାଭିଲୟନ କାମ ଶୀଘ୍ର ସରିବ
। ଏହାପରେ ମ୍ୟାଚ ବିନା ଦ୍ଵିଧା ରେ ହୋଇପାରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଫନି ପରେ ଷ୍ଟାଡିଅମ ର ସ୍ଥିତି ବେହାଲ ହୋଇଯାଇଛି । ବିଶେଶକରି ଫ୍ଲଡ଼ ଲାଇଟ ର ଅବସ୍ଥା ଜରାଜୀର୍ଣ୍ଣ । ତେବେ ଏହି ଫ୍ଲଡ଼ ଲାଇଟ ସଂକ୍ରାନ୍ତ ରେ କପିଳ ଦେବ ଙ୍କ ସହ ଆଲୋଚନା ସରିଛି । ସେ ମଧ୍ୟ ଖୁବ ଶୀଘ୍ର ସାହାଯ୍ୟ କରିବା ନେଇ ମତ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ବିସିସିଆଇ ର ନୂଆ ଟିମ ଏକ ପ୍ରକାର ଗଠନ ହୋଇସାରିଥିଲା ବେଳେ ଔପଚାରିକ ଦୃଷ୍ଟି ରୁଚଳିତମାସ 23 ତାରିଖ ରେ ନାମ ଘୋଷଣା ହେବ । ତେବେ ଏହି ବିସିସିଆଇ ର ନୂଆ ଟିମ ଗଠନ ପରେ ଓସିଏ କୁ ଆର୍ଥିକ ସହାୟତା ମିଳିବ । ଯାହା ଦ୍ୱାରା ଷ୍ଟାଡିଅମ ସ୍ଥିତି ଖୁବ ଶୀଘ୍ର ସୁଧୁରିଯିବ ।

ଅନ୍ୟପଟେ କହିବା ବିସିସିଆଇ ର ନୂଆ ଟିମ ର ଦାଇତ୍ୱ ନେଇଛି ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି । ଯାହା ପ୍ରତି ରାଜ୍ୟ କ୍ରିକେଟ ସଂଘ ମାନଙ୍କ ପାଇଁ ଏକ ଗ୍ରୀନ ସିଗନାଲ । ତେବେ ଅନେକ କଥା ମ୍ୟାଚ କୁ ନେଇ ଉଠୁଥିବା ବେଳେ ଓସିଏ ର ନୂଆ ଟିମ କେବେ ହେଲେ ଏହି ମ୍ୟାଚ କୁ ହାତରୁ ଯିବାକୁ ଦେବନି ।

Body:ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.