ETV Bharat / sports

ବିଶାଖାପଟନମରେ ରନବର୍ଷା, ଭାରତର ସ୍କୋର 387

author img

By

Published : Dec 18, 2019, 5:42 PM IST

ୱେଷ୍ଟଇଣ୍ଡିଜ ବୋଲରଙ୍କ ଧୁଲାଇ କଲେ ଭାରତୀୟ ବ୍ୟାଟ୍ସ ମ୍ୟାନ । 50 ଓଭରରେ କଲେ 387 ରନ । ଇଣ୍ଡିଜକୁ 388 ରନର ଟାର୍ଗେଟ । ଅଧିକ ପଢ଼ନ୍ତୁ...

India vs West Indies 2nd Odi, vishakapatnam odia, india gives a huge target, india scores 387 runs, 388 runs target for west indies,  ବିଶାଖାପଟନମ ରନ ବର୍ଷା, ଭାରତର ସ୍କୋର 387, ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ, ବିଶାଖାପଟନମ ଦିନିକିଆ
ବିଶାଖାପଟନମ ରନ ବର୍ଷା, ଭାରତର ସ୍କୋର 387

ବିଶାଖାପଟନମ: ବିଶାଖାପଟନମ ଏସିଏ-ବିଡିସିଏ ଷ୍ଟାଡିଅମରେ ଖେଳାଯାଉଥିବା ଭାରତ ବନାମ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଦିନିକିଆରେ ଦମ ଦେଖାଇଲେ ଭାରତୀୟ ବ୍ୟାଟ୍ସମ୍ୟାନ । ନିର୍ଦ୍ଧାରିତ 50 ଓଭରରେ 387 ରନ କରି ଇଣ୍ଡିଜକୁ 388 ରନର ଟାର୍ଗେଟ ଦେଲା ଭାରତ । ରୋହିତ ଶର୍ମା, କେଏଲ ରାହୁଲ, ଋଷଭ ପନ୍ତ, ଶ୍ରେୟାସ ଅୟର ଆଦି ସମସ୍ତ ବ୍ୟାଟ୍ସମ୍ୟାନ ୱେଷ୍ଟଇଣ୍ଡିଜ ବୋଲରଙ୍କୁ ଧୁଲାଇ କରିଛନ୍ତି । ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଇଣ୍ଡିଜ ଦଳ । ଭାରତ ପକ୍ଷରୁ ପ୍ରଥମେ ପଡିଆକୁ ଓହ୍ଲାଇଥିଲେ ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ । ପ୍ରଥମ ୱିକେଟ ପାଇଁ ଉଭୟ 227ରନର ଭାଗିଦାରୀ କରିଥିଲେ ।

ତେବେ 102 ରନ କରି ପ୍ରଥମେ ଆଉଟ ହେଲେ ରାହୁଲ । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଅଧିନାୟକ କୋହଲି କିନ୍ତୁ କୋହଲିଙ୍କ କୌଣସି କମାଲ ଦେଖାଇ ପାରିନଥିଲେ । ବିନା ଖାତା ଖୋଲି ବିରାଟ ପାଭିଲିଅନ ଫେରି ଯାଇଥିଲେ । ଏହାପରେ ଶ୍ରେୟାସ ଆୟର ଓ ରୋହିତଙ୍କ ମଧ୍ୟରେ ହୋଇଥିଲା ଭାଗିଦାରୀ । ଦମଦାର ବ୍ୟାଟିଂ କରି ରୋହିତ 159 ରନ କରି ଆଉଟ ହୋଇଥିଲେ । ଏହାପରେ କ୍ରିଜକୁ ଆସିଥିଲେ ଋଷଭ ପନ୍ତ । ଆଶାତୀତ ଭାବରେ ଖେଳିଥିଲେ ନିଜର ଭିନ୍ନ ଏକ ପାଳି । ଷ୍ଟାଡିଅମରେ କରିଥିଲେ ଚଉକା ଓ ଛକାର ବର୍ଷା, ଆଉ ତାଙ୍କର ବେଶ ଭଲ ସାଥ ଦେଇଥିଲେ ଶ୍ରେୟାସ । ଉଭୟ ମିଶି ଭାରତର ସ୍କୋର 360 ପାର କରାଇଥିଲେ । ମାତ୍ର 16 ବଲରେ 4 ଛକା ଓ 3 ଚଉକା ସହ 39 ରନ କରିଥିଲେ ପନ୍ତ । ଶ୍ରେୟାସ ଆୟର ମଧ୍ୟ ଅନୁରୂପ ଭାବେ 4 ଛକା ଓ 3 ଚଉକା ସହ 32 ବଲରେ 53 ରନ ସଂଗ୍ରହ କରି ଆଉଟ ହୋଇଥିଲେ ।

ତେବେ ଭାରତର ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ 50 ଓଭରରେ ଭାରତର ସ୍କୋର 387 ରନରେ ପହଁଞ୍ଚିଛି । ଆଜି ଭାରତ ପାଇଁ କର ବା ମର ପରିସ୍ଥିତି ରହିଥିବା ବେଳେ ଭାରତ ଏହି ମ୍ୟାଚକୁ ଜିତି କଟକ ଦିନିକିଆକୁ ନିର୍ଣ୍ଣାୟକ କରିବାକୁ ଚାହିଁବ । ସେପଟେ ପ୍ରଥମ ଦିନିକିଆ ଜିତି ସିରିଜରେ ଆଗୁଆ ଥିବା ଇଣ୍ଡିଜ ଦଳ ମଧ୍ୟ ମ୍ୟାଚ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.