ETV Bharat / sports

କ୍ରିକେଟ ଇତିହାସରେ ପ୍ରଥମ, ଖାତା ଖୋଲି ପାରିଲେନି ଦୁଇ ଦଳର କ୍ୟାପଟେନ

author img

By

Published : Dec 18, 2019, 11:42 PM IST

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଦିନିକିଆରେ ଉଭୟ ଦଳର କ୍ୟାପଟେନ ଶୂନରେ ଆଉଟ ହୋଇଛନ୍ତି । କ୍ରିକେଟ ଇତିହାସରେ ଏହା ପ୍ରଥମ ଘଟଣା । ଅଧିକ ପଢନ୍ତୁ...

india vs west indies 2nd ODI,  first time in ODI cricket, both captains dismissed in zero score, ଭାରତ ବନାମ ୱେଷ୍ଟଇଣ୍ଡିଜ ଦିନିକିଆ, କୋହଲି ଓ ପୋଲାର୍ଡ ଶୂନରେ ଆଉଟ, ଉଭୟ କ୍ୟାପ୍ଟେନଙ୍କ ଶୂନ
ଉଭୟ କ୍ୟାପଟେନ ‘ଶୂନ’

ବଶାଖାପଟନମ: ଏକଦିବସୀୟ ଇତିହାସରେ ନିଆରା ରେକର୍ଡ । ପ୍ରଥମ ଥର ପାଇଁ କୌଣସି ଏକ ମ୍ୟାଚରେ ଶୂନରେ ଆଉଟ ହେଲେ ଦୁଇ ଦଳର ଅଧିନାୟକ । ବୁଧବାର ଏଠାରେ ଭାରତ ଏବଂ କାରବିଆନ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏହି ବିରଳ ରେକର୍ଡ ହୋଇଛି । ଆଜି ପର୍ଯ୍ୟନ୍ତ କୌଣସି ଏକ ଦିନିକିଆ ମ୍ୟାଚରେ ଦୁଇ ଦଳର କ୍ୟାପଟେନ ଗୋଲଡେନ୍ ଡକରେ ପାଭିଲିୟନ ଫେରିନଥିଲେ ।

ବିଶାଖାପାଟନମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତୀୟ ଦଳ । ଦଳର ଦୁଇ ଓପନର ରୋହିତ ଏବଂ ରାହୁଲ ଦମଦାର ଆରମ୍ଭ କରି 227 ରନର ବିଶାଳ ଭାଗିଦାରୀ ଠିଆ କରିଥିଲେ । ପରେ ରାହୁଲ 102 ରନର ଆକର୍ଷଣୀୟ ଇନିଂସ ଖେଳି ଆଉଟ ହୋଇଥିଲେ । ଏହା ପରେ ଆସିଥିଲେ ଭାରତୀୟ ଦଳର ରନ ମେସିନ ବିରାଟ କୋହଲି । ହେଲେ କୋହଲି ପ୍ରଥମ ବଲରେ ଆଉଟ ହୋଇଥିଲେ । ପୋଲାର୍ଡଙ୍କ ବଲରେ କୋହଲି ଆଉଟ ହୋଇଥିଲେ ।

ସେହିପରି ଇଣ୍ଡିଜ ଇନିଂସରେ କାରବିଆନ ଦଳର ଅଧିନାୟକ କିରନ ପୋଲାର୍ଡ ମଧ୍ୟ ଶୂନରେ ଆଉଟ ହୋଇଥିଲେ । ସାମି ପୋଲାର୍ଡଙ୍କୁ ଶୂନରେ ଆଉଟ କରିଥିଲେ । ତେବେ ଦିନିକିଆ ଇତିହାସରେ କୌଣସି ଏକ ମ୍ୟାଚରେ ଦୁଇ ଦଳର ଅଧିନାୟକ ବିନା ଖାତା ଖୋଲି ପାଭିଲିୟନ ଫେରିବା ଏକ ବରଳ ସଂଯୋଗ । ଏହାକୁ ଆଇସିସି ମଧ୍ୟ ଟ୍ବିଟ୍ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.