ଇନ୍ଦୋର: ଆଜି ଭାରତ- ଶ୍ରୀଲଙ୍କା ମଧ୍ୟରେ ଟି20 ସିରିଜର 2ୟ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ଉଭୟ ଟିମ 2ୟ ମ୍ୟାଚରେ ବିଜୟ ଲକ୍ଷ୍ୟରେ ରହିଛନ୍ତି। ଗୌହାଟୀରେ ରବିବାର ବର୍ଷା ଦାଉ ସାଧିଥିଲା। ଖଚାଖଚ ବର୍ଷାପରା ଷ୍ଟାଡିୟମରେ କେବଳ ଟସ ପଡିବା ସମ୍ଭବ ହେଇଥିଲା । ମାତ୍ର ଗୋଟିଏ ବଲ ଖେଳାଯିବା ସମ୍ଭବ ହୋଇନଥିଲା। 2ୟ ମ୍ୟାଚ ଇନ୍ଦୋରରେ ଖେଳାଯିବ। ସେଥିପାଇଁ ଉଭୟ ଟିମ ଇନ୍ଦୋରରେ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି।
ବାଂଲାଦେଶ ଓ ୱେଷ୍ଟଇଣ୍ଡିଜକୁ ମାତ ଦେଇ ଜବରଦସ୍ତ ଫର୍ମରେ ରହିଛି ଟିମ ଇଣ୍ଡିଆ। ଗୌହାଟୀ ପରି ଭାରତର ଭେଟେରାନ ସ୍ପିଡଷ୍ଟାର ଜଶପ୍ରୀତ ବୁମରା ଓ ଓପନର ଶିଖର ଧୱନଙ୍କ କମବ୍ୟାକ ସିରିଜ ହୋଇଛି। ଫଳରେ ଏହି ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ଲୋକେଶ ରାହୁଲଙ୍କ ସହ ଧୱନ ଭାରତର ଓପନିଂ ବିଭାଗ ସମ୍ଭାଳିବେ। ସେହିପରି ବୁମରାଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତର ବୋଲିଂ ବିଭାଗ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇଛି।
ଭାରତୀୟ ବ୍ୟାଟିଂ ଲାଇନଅପ ବିରାଟ, ଶିଖର ଧୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତଙ୍କୁ ନେଇ ବେଶ ଶକ୍ତିଶାଳୀ ରହିଛି। ଅନ୍ୟପଟେ ଶ୍ରୀଲଙ୍କାର ଅଭିସ୍କା ଫର୍ଣ୍ଣାଣ୍ଡୋ, କୁସଲ ପରେରା, ଡିକୱାଲା, ମାଥ୍ୟୁସ ମଧ୍ୟ ବଡ ସଟ ଖେଳିବାରେ ମାହିର। ସେଥିପାଇଁ ଉଭୟ ଟିମ ମଧ୍ୟରେ ଜୋରଦାର ଲଢେଇ ହେବା ନେଇ ଆଶା କରାଯାଉଛି।
![India vs Sri Lanka](https://etvbharatimages.akamaized.net/etvbharat/prod-images/5621142_sss.jpg)
ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ଶିଖର ଧୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ମନିଷ ପାଣ୍ଡେ, ୱାସିଂଟନ ସୁନ୍ଦର, ସଞ୍ଜୁ ସାମସାନ।
ଶ୍ରୀଲଙ୍କା ଦଳ: ଲସିଥ ମାଲିଙ୍ଗା(କ୍ୟାପଟେନ), ଧନୁଷ୍କା ଗୁଣତିଲକା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦାନୁସ ସନାକା, କୁସଲ ପରେରା, ନିରୋସନ ଡିକୱାଲା, ଧନଞ୍ଜୟ ଡି ସିଲଭା, ଇସୁରୁ ଉଦ୍ଦାନା, ଭାନୁକା ରାଜପାକ୍ସା, ଓସାଦା ଫର୍ଣ୍ଣାଣ୍ଡୋ, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାର, କୁସଲ ମେଣ୍ଡିସ, ଲକ୍ଷଣ ସନ୍ଦକାନ, କାସୁନ ରଜିଥା।