ETV Bharat / sports

IND vs SL: ସହଜ ବିଜୟରୁ ବିରାଟ ବାହିନୀର ବର୍ଷ ଆରମ୍ଭ - 2nd T20I

ଆସାମର ବର୍ଷ।ପରାରେ ବର୍ଷାରେ ପ୍ରଥମ ମ୍ୟାଚ ଧୋଇ ଗଲା ପରେ ଆଜି ଖେଳାଯାଇଛି 2ୟ ଟି-20 । ଶେଷ ବଲରେ 6ମାରି ମ୍ୟାଚ ବିଜୟର ମୁଣ୍ଡି ମାରିଛନ୍ତି ଅଧିନାୟକ ।

india-vs-sri-lanka-2nd-t20i-india-won-by-7-wickets
INDvsSL: ସହଜ ବିଜୟରୁ ବିରାଟ ବାହିନୀର ବର୍ଷ ଆରମ୍ଭ
author img

By

Published : Jan 7, 2020, 10:34 PM IST

ଇନ୍ଦୋର: ବିଜୟରୁ ବିରାଟ ବାହିନୀର ବର୍ଷ ଆରମ୍ଭ । ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-20 ସିରିଜର 2ୟ ମ୍ୟାଚ 7 ୱିକେଟରେ ବିଜୟୀ ହୋଇଛି ଘରୋଇ ଦଳ । ଯୁବ ବାହୀନର ଦକ୍ଷତା ପରୀକ୍ଷା କରି ସଫଳତାର ପ୍ରଥମ ପାହାଚରେ ଅଧିନାୟକ କୋହଲି । ତେବେ ଆସାମର ବର୍ଷ।ପରାରେ ବର୍ଷାରେ ପ୍ରଥମ ମ୍ୟାଚ ଧୋଇ ଗଲା ପରେ ଆଜି ଖେଳାଯାଇଛି 2ୟ ଟି-20 । ଶେଷ ବଲରେ 6ମାରି ବିଜୟ ମୁଣ୍ଡି ମାରିଛନ୍ତି ଅଧିନାୟକ ।

ତେବେ ଟସ ଜିତି ଅଧିନାୟକଙ୍କ ପ୍ରଥମ ବୋଲିଂ ନିଷ୍ପତିକୁ ସଫଳ କରିଥିଲେ ଯୁବ ବୋଲର । ଦଳର ପକ୍ଷରୁ ଶ୍ରାଦୁଲ ଠାକୁର 3ଟି, ନବଦୀପ ସାଇନ ଓ କୁଳଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ ନେଇ ଭ୍ରମଣକାରୀ ଦଳ ବ୍ୟାଟିଂ ଲାଇନ ଅର୍ଡରକୁ ଚୁରମାର କରି ଦେଇଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 142 ରନ କରିଥିଲା ଭ୍ରମଣକାରୀ ଶ୍ରୀଲଙ୍କା ।

ତେବେ ହିଟମ୍ୟାନଙ୍କ ଅନୁପସ୍ଥିତିରେ ଧୱନ-ରାହୁଲଙ୍କ ଯୋଡି ଭାରତକୁ ଭଲ ଆରମ୍ଭ ଦେଇଥିଲେ । ଉଭୟେ ମିଶି ପ୍ରଥମ ୱିକେଟ ପାଇଁ 71ରନ ଯୋଡିଥିଲେ । ପ୍ରଥମେ 45ରନରେ ଲୋକେଶ ରାହୁଲ ଆଉଟ ହେବା ପରେ 32ରନ କରି ପାଭେଲିଅନ ଫେରିଥିଲେ ଶିଖର ଧୱନ । ତେବେ ବ୍ୟାଟିଂ ଲାଇନଅର୍ଡର ପରିବର୍ତ୍ତନ କରି ଯୁବ ବ୍ୟାଟ୍ସମ୍ୟାନଙ୍କୁ ପରୀକ୍ଷା କରିବା ପାଇଁ 3ୟ ସ୍ଥାନରେ ଅଧିନାୟକ ଯୁବ ଶ୍ରେୟଶ ଆୟରଙ୍କୁ ଛାଡିଥିଲେ । 34ରନ କରି ଆୟର ଆଉଟ ହେବା ପରେ ପନ୍ତ-କୋହଲିଙ୍କ ଯୋଡି ଦଳକୁ ବିଜୟ ଦେଇଥିଲେ । ତେବେ ଏହି ବିଜୟ ସହ 3 ମ୍ୟାଚ ବିଶିଷ୍ଟ ସିରିଜରେ 1-0ରେ ଆଗୁଆ ରହିଲା ଘରୋଇ ଦଳ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.