ETV Bharat / sports

ପ୍ରଥମ ଟି-20: ରେକର୍ଡ ପାଇଁ ଲେଢିବେ ରୋହିତ-କୋହଲି - ରେକର୍ଡ ପାଇଁ ଲେଢିବେ ରୋହିତ-କୋହଲି

ଟି-20 କ୍ରିକେଟରେ ବ୍ୟକ୍ତିଗତ ସ୍କୋରକୁ ନେଇ ଏହି ଲଢେଇ ହେବ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପ୍ୟୁଟି ରୋହିତ ଶର୍ମାଙ୍କ ମଧ୍ୟରେ ।

ଡିଜାଇନ ଫଟୋ
author img

By

Published : Sep 14, 2019, 11:59 PM IST

ଧର୍ମଶାଳା: ଆସନ୍ତାକାଲି(ରବିବାର) ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-20 ମ୍ୟାଚ । ଭାରତୀୟ ସମୟ ସଂଧ୍ୟା 7ଟାରେ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍‌ ଧର୍ମଶାଳା ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ । ତେବେ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପ୍ୟୁଟି ରୋହିତ ଶର୍ମାଙ୍କ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର ।

ତେବେ ଟି-20 କ୍ରିକେଟରେ ବ୍ୟକ୍ତିଗତ ସ୍କୋରକୁ ନେଇ ଏହି ଲଢେଇ ହେବ ଭାରତର ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ । ରୋହିତ ବର୍ତ୍ତମାନ ଟି-20 ଫର୍ମାଟରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ । ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅଧିନାୟକ କୋହଲି । ଦୁହିଁଙ୍କ ମଧ୍ୟରେ ମାତ୍ର 53 ରନର ବ୍ୟବଧାନ ରହିଛି । ଫଳରେ ଯଦି କୋହଲି ଏହି 53ରନ କରୁଛନ୍ତି ଦିନିକିଆ ଓ ଟେଷ୍ଟ କ୍ରିକେଟର ପରି ବ୍ୟାଟ୍ସମ୍ୟାନ ତାଲିକାର ଟପରେ ରହିବେ ଓ ରୋହିତଙ୍କୁ ପଛରେ ପକାଇବେ ।

ରୋହିତ 88 ଇନିଂସରେ 2422 ରନ୍‌ କରିଥିବା ବେଳେ 65 ଇନିଂସରେ କୋହଲି 2369 ରନ୍‌ କରିଛନ୍ତି । ସେହିପରି କୋହଲି ଓ ରୋହିତ ଏବେ ଏହି ଫର୍ମାଟରେ ସବୁଠୁ ଅଧିକ ଅର୍ଦ୍ଧଶତକ ଲଗାଇଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାର ଶୀର୍ଷରେ ରହିଛନ୍ତି । ରୋହିତ ଏପର୍ଯ୍ୟନ୍ତ 17 ଅର୍ଦ୍ଧଶତକ ଓ 4ଶତକ ଲଗାଇ ସାରିଛନ୍ତି । କୋହଲିଙ୍କ ନାମରେ 21 ଅର୍ଦ୍ଧଶତକ ରହିଛି, ଯାହାକି ଟି-20 ରେ ସବୁଠୁ ଅଧିକ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.