ETV Bharat / sports

ଧର୍ମଶାଳା ଦିନିକିଆରେ ସଚିନଙ୍କ ରେକର୍ଡ ଭାଙ୍ଗିପାରନ୍ତି କୋହଲି - indian cricket team

ଦିନିକିଆ କ୍ରିକେଟରେ 12,000 ରନ ପୂରଣ କରିବାରେ କୋହଲି ମାତ୍ର 133 ରନ ଦୂରରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ କୋହଲି ଏହି ରନ ସଂଗ୍ରହ କରିବା ପରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଦ୍ରୁତ 12,000 ରନ ସଂଗ୍ରହ ରେକର୍ଡକୁ ଅତିକ୍ରମ କରିପାରନ୍ତି । ଅଧିକ ପଢନ୍ତୁ...

India vs South Africa
ଧର୍ମଶାଳା ଦିନିକିଆରେ ସଚିନଙ୍କ ରେକର୍ଡ ଭାଙ୍ଗିପାରନ୍ତି କୋହଲି
author img

By

Published : Mar 12, 2020, 3:01 PM IST

ଧର୍ମଶାଳା: ନ୍ୟୁଜିଲାଣ୍ଡ ଗସ୍ତରେ ଭୋଗିଥିବା ପରାଜୟକୁ ଭୁଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ନୂଆ ଆରମ୍ଭ କରିବାକୁ ଯାଉଛି ବିରାଟ ବାହିନୀ । ଦିନିକିଆ ଓ ଟେଷ୍ଟ ସିରିଜ ପରାଜୟ ପରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ନୂଆ ରଣନୀତି ସହ ଧର୍ମଶାଳାରେ ଦମ ଦେଖାଇବା ମୁଡରେ ରହିଛି ଟିମ ଇଣ୍ଡିଆ । ଏଥସହିତ ବିଜୟ ଟ୍ରାକକୁ ଫେରିବା ଲକ୍ଷ୍ୟରେ ମଧ୍ୟ ରହିଛି ଭାରତୀୟ ଦଳ ।

India vs South Africa
ଭାରତ ବନାମ-ଦକ୍ଷିଣ ଆଫ୍ରିକା (ସର୍ବାଧିକ ରନ)

ଟି-20 ବିଶ୍ବକପକୁ ଆଉ ଅଳ୍ପଦିନ ଥିବାବେଳେ, କ୍ୟାପଟେନ ବିରାଟ କୋହଲିଙ୍କ ଫର୍ମକୁ ନେଇ ମଧ୍ୟ ଚିନ୍ତାରେ ଭାରତୀୟ ପ୍ରଶଂସକ । ବିରାଟ କୋହଲିଙ୍କ ପରି ବିଶ୍ବ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଖୁବଶ୍ରୀଘ୍ର ଏକ ବିରାଟ ଇଂନିସ ଖେଳିବେ ବୋଲି ଆଶାରହିଛି । ତେବେ ବିରାଟ ବଡ ରେକର୍ଡ ଠାରୁ ଆଉମାତ୍ର 133 ରନର ଦୂରରେ ରହିଛନ୍ତି ।

India vs South Africa
ବିରାଟ କୋହଲି

ଦିନିକିଆ କ୍ରିକେଟରେ 12,000 ରନ ପୂରଣ କରିବାରେ କୋହଲି ମାତ୍ର 133 ରନ ଦୂରରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ କୋହଲି ଏହି ରନ ସଂଗ୍ରହ କରିବା ପରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଦ୍ରୁତ 12,000 ରନ ସଂଗ୍ରହ ରେକର୍ଡକୁ ଅତିକ୍ରମ କରିପାରନ୍ତି । କୋହଲି 239ଟି ଇଂନିସରୁ 11,867 ରମ ସଂଗ୍ରହ କରସାରିଛନ୍ତି । ତେନ୍ଦୁଲକର 12,000 ରନ ପୂରଣ କରିବାକୁ 300 ଇଂନିସ ନେଇଥିଲେ । ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଏଣ୍ଟିଂ ଏହି ତାଲିକାର 2ୟ ସ୍ଥାନରେ ରହିଛନ୍ତି । 314 ଇଂନିସରୁ 12,000 ରନ ପୂରଣ କରିଥିଲେ ପଏଣ୍ଟିଂ । ଏହି ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ କୁମାରା ସାଙ୍ଗାକାରା ମଧ୍ୟ ରହିଛନ୍ତି । ସାଙ୍ଗାକାରା 337 ଇଂନିସରୁ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ।

India vs South Africa
ସଚିନ ତେନ୍ଦୁଲକର

ଦ୍ରୁତତମ 12,000 ଦିନିକିଆ ରନ ହାସଲକାରୀ ବ୍ୟାଟ୍ସମ୍ୟାନ:

India vs South Africa
ଭାରତ-ଦକ୍ଷିଣ ଆଫ୍ରିକା

ସଚିନ ତେନ୍ଦୁଲକର 300 ଇଂନିସ

ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଏଣ୍ଟିଂ 314 ଇଂନିସ

ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ କୁମାରା ସାଙ୍ଗାକାରା 337 ଇଂନିସ

ସନଥ ଜୟସୁରିୟା 379 ଇଂନିସ

ମାହେଲା ଜୟବର୍ଦ୍ଧନେ 399 ଇଂନିସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.